Home ଜିଲ୍ଲା ପରିକ୍ରମା ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ : ରାଜବୋରାକୁ ହରାଇ ସଂଘର୍ଷ କ୍ଳବ ଫାଇନାଲରେ

ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ : ରାଜବୋରାକୁ ହରାଇ ସଂଘର୍ଷ କ୍ଳବ ଫାଇନାଲରେ

100

ନୟାଗଡ଼,୯ା୨: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସେମିଫାଇନାଲରେ ରାଜବୋରା ପଦ୍ମପୁରକୁ ହରାଇ ଭୁବନେଶ୍ୱର ସଂଘର୍ଷ କ୍ଳବ ୨-୧ ଗୋଲରେ ବିଜୟୀ ହୋଇ ଫାଇନାଲ ଖେଳକୁ ପ୍ରବେଶ କରିଛି । ଜିଲ୍ଲା ଆଥ୍ଲେଟିକ ଆସୋସିଏସନ ଓ ୭୮୬ ୟୁଥ୍ କ୍ଳବ ସିନ୍ଦୁରିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଖେଳ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ  ସଂଘର୍ଷ କ୍ଳବର ୮ନଂ ଖେଳାଳୀ  ରାଜେଶ ନାୟକ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ମୁଖ୍ୟଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ସୁରେଶ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ । ଖେଳର ଧାରାବିବରଣୀ ସାମ୍ାବିକ ରାମକୃଷ୍ଣ ରଥ ଓ ଶେଖ ଖାଲିକ୍ ପ୍ରଦାନ କରିଥିଲାବେଳେ ଖେଳ ପରିଚାଳନା କରିଥିଲେ ଟି.ମୋହନ ରାଓ,ଏ.କଅଁର,କେ.ଦାଶ,ପି.କେ,ପାଲ ଓ ମ୍ୟାଚ କମିଶନର ପ୍ରଶାନ୍ତ କୁମାର ବରାଡ଼ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,ଶେଖ ଇସମାଇଲ୍,ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ,ଟୁଟୁ ଖାଁ, ନଗରପାଳ ଗୁରୁପା୍ରସାଦ ଜେନା  ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.