Home ଓଡ଼ିଶା ନୟାଗଡ଼ରେ କରୋନା ସଂକ୍ରମଣ ସଂଖ୍ୟା ୧୧୧ ଓ ସୁସ୍ଥଙ୍କ ସଂଖ୍ୟା ୮୭ ହେଲା

ନୟାଗଡ଼ରେ କରୋନା ସଂକ୍ରମଣ ସଂଖ୍ୟା ୧୧୧ ଓ ସୁସ୍ଥଙ୍କ ସଂଖ୍ୟା ୮୭ ହେଲା

156

ନୟାଗଡ଼, ୧୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ବଢି ଚାଲିଛି। ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କର କରୋନା ଚିହ୍ନଟ ହେଉଥିବାବେଳେ ବାହାର ସଂକ୍ରମଣ ବି ଦିନକୁ ଦିନ ଦେଖିବାକୁ ମିଳୁଛି। ଯାହାକି ଲୋକମାନଙ୍କର ମନରେ ଭୟ ସଂଚାର ହୋଇଛି। ନୟାଗଡ଼ ଜିଲାରେ ଶନିବାର ସୁଦ୍ଧା କରୋନା ସଂକ୍ରମଣ ସଂଖ୍ୟା ୧୧୧ ରେ ପହଂଚିଛି। ଜିଲାରେ ପୂର୍ବରୁ ୧୦୧ ଆକ୍ରାନ୍ତ ଏବଂ ଜିଲାର କିନ୍ତୁ ବାହାରେ ଥିବା ୩ ଆକ୍ରାନ୍ତକୁ ମିଶାଇ ୧୦୪ ଆକ୍ରାନ୍ତ ହୋଇଥିଲାବେଳେ ଶନିବାର ଆଉ ୭ ନୂଆ ଆକ୍ରାନ୍ତକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ଛୁଇଁଛି। ଚିହ୍ନ୍‌ଟ ହୋଇଥିବା ନୂଆ ୭ ଆକ୍ରାନ୍ତ ହେଲେ ୪ଜଣ ନୂଆଗାଁ ବ୍ଳକର, ୨ଜଣ ଭାପୁର ବ୍ଳକର, ଜଣେ ବାହ୍ୟ ଆକ୍ରାନ୍ତ ରାଜସୁନାଖଳାର ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ନୂଆଗାଁ ବ୍ଳକର ୪ଜଣଙ୍କ ମଧ୍ୟରୁ ୩ଜଣ ସିକ୍ରିଡ଼ା ସଙ୍ଗରୋଧ କେନ୍ଦ୍ରର ହୋଇଥବାବେଳେ ଅନ୍ୟଜଣଙ୍କ ବାହାଡ଼ାଝୋଲା ଅଂଚଳର ବୋଲି ଜଣାପଡ଼ିଛି। ସେହିପରି ଭାପୁର ବ୍ଳକର ଯେଉଁ ୨ଜଣ ଆକ୍ରାନ୍ତ ହୋଇଛନ୍ତି ସେମାନେ କଇଁଫୁଲିଆ ସଙ୍ଗରୋଧ କେନ୍ଦ୍ରର ଓ ଅନ୍ୟ ଜଣେ ରାଜସୁନାଖଳାର ବୋଲି ଜଣାପଡ଼ିଛି। ଜିଲାରେ ଶନିବାର ୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୮୭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.