Home ଓଡ଼ିଶା ନବରଙ୍ଗପୁର: ୩୬୨ କିଲୋ ଗଞ୍ଜେଇ ଜବତ – ୨ ଗିରଫ

ନବରଙ୍ଗପୁର: ୩୬୨ କିଲୋ ଗଞ୍ଜେଇ ଜବତ – ୨ ଗିରଫ

35

ନବରଙ୍ଗପୁର ୨୨-୨ (ଓଡ଼ିଆ ପୁଅ) ନବରଙ୍ଗପୁର ଟାଉନ୍ ପୋଲିସ୍‌ ୩୬୨ କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଏକ ଧଳା ରଙ୍ଗର ମହିନ୍ଦ୍ରା ପିକ୍ ଦ୍ୱାରା ପରିବହନ ହେଉଥିବା ପୋଲିସ୍‌ କହିଛି।

ଏହି ମାମଲାରେ ଦୁଇ ଜଣଙ୍କୁ ପୋଲିସ୍‌ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ନଗଦ ୩୭୫୦ / – ଟଙ୍କା ଜବତ କରିଛି। NDPS ଅଧିନିୟମ ଅନୁଯାୟୀ ୨ ଜଣଙ୍କୁ ଗିରଫ କରାଇଥିବା ପୋଲିସ୍‌ କହିଛି।

ସୂଚନାଯୋଗ୍ୟଯେ, ଦିନକୁ ଦିନ ଓଡ଼ିଶାରୁ ଚୋରା ଗଞ୍ଜେଇ ଅନେକ ରାଜ୍ୟକୁ ବିଭିନ୍ନ ଚୋରା ଚାଲାଣକାରୀମାନଙ୍କ ଦ୍ୱାରା ସୀମାପାର କରାଯାଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି। ଏହାକୁ ରୋକିବା ପାଇଁ ଓଡ଼ିଶା ପୋଲିସ୍ ଅନେକ ପ୍ରୟାସ କରୁଥିବା ବେଳେ ବିଭିନ୍ନ ଉପାୟରେ ଏହି ଗଞ୍ଜେଇ ଚୋରା ଚାଲାଣ କରିବାରେ କେତେକାଂଶରେ ଅପରାଧିମାନେ ସଫଳ ହେଉଥିବା ବେଳେ କେତେକାଂଶରେ ପୋଲିସ୍‌ ହାତରେ ଧରାପଡ଼ୁଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.