Home ଓଡ଼ିଶା ମୁକେଶ ଅମ୍ବାନୀ ଏବେ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି

ମୁକେଶ ଅମ୍ବାନୀ ଏବେ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି

273

ନୂଆ ଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନୀ ଦୁନିଆର ପଞ୍ଚମ ଧନୀ ବ୍ୟକ୍ତି ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଆଜି ହାସଲ କରିଛନ୍ତି।

ରିଲାଏନ୍ସର ସେୟାର ମୂଲ୍ୟ ଆଜି ୨୦୧୦ କୁ ଛୁଇଁବା ପରେ, ଫୋର୍ବସର ୧୦ ଜଣ ଧନୀ ତାଲିକାରେ ପଞ୍ଚମ ସ୍ଥାନରେ ପହଁଚିଛନ୍ତି ମୁକେଶ।
– ତାଙ୍କର ସମ୍ପତ୍ତି ମୂଲ୍ୟ ୭୫ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।
– ମୁକେଶ ଅମ୍ବାନୀଙ୍କ ନେଟ ସମ୍ପତ୍ତି ଆଜି ୩.୨ ବିଲିୟନ ଡ଼ଲାର ବୃଦ୍ଧି ପାଇଛି।
– ଏହି ତାଲିକାରେ ଅମ୍ବାନୀଙ୍କ ସମ୍ପତ୍ତି ବାରେନ୍ ବଫେଟ୍, ଲ୍ୟାରି ଆଲିସନ୍, ଏଲୋନ୍ ମସ୍କ, ଷ୍ଟିଭ୍ ବଲମର୍ ଏବଂ ଲ୍ୟାରି ପାଏଗଙ୍କ ସମ୍ପତ୍ତିଠାରୁ ଅଧିକ ହୋଇଛି।
– ଏକ ସପ୍ତାହ ପୂର୍ବରୁ ଅମ୍ବାନୀ ଦୁନିଆର ଷଷ୍ଠ ଧନୀ ବ୍ୟକ୍ତି ଭାବରେ ତାଲିକାରେ ଥିଲେ।
– ଫୋର୍ବସର ଏହି ରିଅଲ୍ ଟାଇମ୍ ଇଣ୍ଡେକ୍ସରେ ଆଜି ଜେଫ୍ ବେଜୋସ୍ ଏକ ନମ୍ବର ସ୍ଥାନରେ ଅଛନ୍ତି ତାଙ୍କର ସମ୍ପତ୍ତି୧୮୫.୮ ବିଲିୟନ ଡ଼ଲାର୍ ଅଟେ।
– ବିଲ ଗେଟ୍ସ ଦ୍ୱିତୀୟ ସ୍ଥାନରେ ତାଙ୍କର ସମ୍ପତ୍ତି ୧୧୩.୧ ବିଲିୟନ ଡ଼ଲାର
– ତୃତୀୟ ସ୍ଥାନରେ ୧୧୨ ବିଲିୟନ ଡ଼ଲାର ସହିତ ବର୍ନାର୍ଡ ଆର୍ନୋଟ୍ ପରିବାର
– ମାର୍କ ଜୁକରବର୍ଗ ୮୯ ବିଲିୟନ ଡଲାର ସମ୍ପତ୍ତି ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.