Home ଓଡ଼ିଶା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ: ସମାଧାନ ହେବ ଚିଲିକା ମତ୍ସ୍ୟଜୀବୀଙ୍କ ସମସ୍ୟା

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ: ସମାଧାନ ହେବ ଚିଲିକା ମତ୍ସ୍ୟଜୀବୀଙ୍କ ସମସ୍ୟା

135

ନୂଆଦିଲ୍ଲୀ/ଭୁବନେଶ୍ୱର/ଖୋର୍ଦ୍ଧା: ଶ୍ରମ ନିଯୁକ୍ତି, ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ। ଚିଲିକାରେ ଦଳ ବୃଦ୍ଧି ଯୋଗୁଁ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଉତ୍ପନ୍ନ ହେଉଥିବା ସମସ୍ୟା ସମାଧାନ ଦିଗରେ ପ୍ରସ୍ତାବିତ ଏକ ପ୍ରକଳ୍ପର କାର୍ଯ୍ୟକାରିତା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଗତ ଦିନରେ ଚିଲିକା ଅଞ୍ଚଳ ପରିଦର୍ଶନ କରି ଦଳ ବୃଦ୍ଧି ଯୋଗୁ ଉତ୍ପନ୍ନ ହେଉଥିବା ସମସ୍ୟା ବିଷୟରେ ଅବଗତ ହୋଇଥିଲେ ଅପରାଜିତା। ଯାହାଦ୍ୱାରା ଚିଲିକା ତଟବର୍ତ୍ତୀ ୫ଟି ପଞ୍ଚାୟତର ପ୍ରାୟ ୨୫ ହଜାର ଜନ ସାଧାରଣଙ୍କ ଜୀବିକା ଜୀବନ ବ୍ୟାହତ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ଦ୍ୱାରା ୨ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପ୍ରକଳ୍ପ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାର ସଫଳ ରୂପାୟନ ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମହୋଦୟଙ୍କୁ ଭେଟି ପ୍ରସ୍ତାବିତ ପ୍ରକଳ୍ପ ଉପରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଆବଶକୀୟ ସହଯୋଗ ପାଇଁ ସମ୍ମତି ପ୍ରଦାନ କରିଥିବା କହି କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.