Home Top News ଅମୂଲ ପରେ ମଦର ଡେଏରୀ ବଢ଼ାଇଲା ଦୁଗ୍ଧର ମୂଲ୍ୟ

ଅମୂଲ ପରେ ମଦର ଡେଏରୀ ବଢ଼ାଇଲା ଦୁଗ୍ଧର ମୂଲ୍ୟ

58

ନୂଆ ଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଅମୂଲ ପରେ ମଦର ଡେଏରୀ ବଢ଼ାଇଲା ଦୁଗ୍ଧର ମୂଲ୍ୟ। ତେବେ ମଦର ଡେଏରୀ ବଢ଼ାଇଛି ଲିଟର ପିଛା ଦୁଇଟଙ୍କା। ଆସନ୍ତାକାଲିଠାରୁ ଏହି ଦର ଲାଗୁ ହେବ। ଖୋଲା ଟୋନ୍ଡ କ୍ଷୀରର ମୂଲ୍ୟ ୪୨ ଟଙ୍କା ପ୍ରତି ଲିଟରରୁ ୪୪ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାଇଥିବା ବେଳେ ଫୁଲ କ୍ରିମ ଏକ ଲିଟର ପିଛା ୫୫ ଟଙ୍କା ରୁ ୫୭ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ତେବେ ଫୁଲ କ୍ରିମ ଅଧ ଲିଟରର ଦାମ ୨୮ ଟଙ୍କାରୁ ୨୯ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାଇଛି। ସେହିପରି ଫୁଲ କ୍ରିମ୍ ପ୍ରିମିୟମର ଦର ଅଧ ଲିଟର ପ୍ରତି ୩୦ ଟଙ୍କାରୁ ବୃଦ୍ଧି ପାଇ ୩୧ ଟଙ୍କା ପ୍ରତି ଲିଟର ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ପ୍ୟାକେଟର ଦର ୪୫ ଟଙ୍କା ବଦଳରେ ୪୭ ଟଙ୍କା ପ୍ରତି ଲିଟରରେ ମିଳିବ ଏବଂ ଅଧଲିଟର ଟେନ୍ଡ କ୍ଷୀରର ମୂଲ୍ୟ ବୃଦ୍ଧି ପାଇ ୨୪ ଟଙ୍କା ପ୍ରତି ପ୍ୟାକେଟ ହୋଇଛି। ତେବେ ଅପର ପକ୍ଷରେ ଡବଲ ଟୋନ୍ଡ ଏବଂ ଗାଈ କ୍ଷୀର ମଧ୍ୟ ପ୍ରତି ଲିଟର ପିଛା ଦୁଇ ଟଙ୍କା ବଢ଼ିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.