Home ଓଡ଼ିଶା କରୋନାରେ ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କର ପରଲୋକ

କରୋନାରେ ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କର ପରଲୋକ

113

ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ବଡ଼ ଖବର – କରୋନାରେ ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କର ପରଲୋକ ହୋଇଛି। ସେ ୧୧ ସେପ୍ଟେମ୍ବରରେ କରୋନା ସଂକ୍ରମିତ ହୋଇଥିଲେ ତାଙ୍କର ଟେଷ୍ଟ ପଜିଟିଭ୍ ଆସିଥିଲା। ସେ AIIMS ରେ ଚିକିତ୍ସିତ ହେଉଥିଲେ।

କରୋନା କାରଣରୁ ମୃତ୍ୟୁବରଣ କରିଥିବା କର୍ଣ୍ଣାଟକର ସୁରେଶ ଅଙ୍ଗଡି ଦ୍ୱିତୀୟ ସାଂସଦ। ଏହାପୂର୍ବରୁ ଅଶୋକ ଗସ୍ତିଙ୍କର କରୋନା କାରଣରୁ ମୃତ୍ୟୁ ଘଟିଥିଲା। ସେ ଜଣେ ରାଜ୍ୟସଭା ସାଂସଦ ଥିଲେ। ସୁରେଶ ଲୋକସଭା ସାଂସଦ ଥିଲେ।

ସୁରେଶ ଅଙ୍ଗଡିଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଅଙ୍ଗଡି ବେଲାଗାଭି ସଂସଦ ନିର୍ବାଚନମଣ୍ଡଳୀରୁ ଚାରିଥର ସାଂସଦ ଥିଲେ।
କେନ୍ଦ୍ର ମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ ହଠାତ୍ ଦେହାନ୍ତ ହେବା ରାଜନୈତିକ କରିଡରରେ ଶୋକର ଲହରୀ ଖେଳିଯାଇଛି।
ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟରେ କହିଛନ୍ତି ଯେ କର୍ଣ୍ଣାଟକରେ ଦଳକୁ ମଜବୁତ କରିବା ପାଇଁ କଠିନ ପରିଶ୍ରମ କରିଥିବା ସୁରେଶ ଅଙ୍ଗଡି ଜଣେ ଅସାଧାରଣ କାର୍ଯ୍ୟକର୍ତ୍ତା। ସେ ଜଣେ ନିଷ୍ଠାପର ସାଂସଦ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ତାଙ୍କ ମୃତ୍ୟୁ ଦୁଃଖଦାୟକ। ଏହି ଦୁଃଖରେ ମୁଁ ତାଙ୍କ ପରିବାର ସହିତ ଅଛି। ଓଁ ଶାନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.