ad
ଓଡ଼ିଶା

ମୋଦୀଙ୍କ ଲୋକ ପ୍ରିୟତା ଅକ୍ଷୁର୍ଣ୍ଣ: ଦେଶରେ ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ; ମୋଦିଙ୍କ ସମର୍ଥନରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର: ବର୍ତ୍ତମାନ ଦେଶ କରୋନା ଭୂତାଣୁ ସହିତ ସଂଘର୍ଷ କରୁଛି। ଲକ୍ ଡାଉନ୍ ଘୋଷଣା ବ୍ୟତୀତ କେନ୍ଦ୍ର ସରକାର ଏଥିପାଇଁ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ସମୟରେ, ସରକାରଙ୍କ କାର୍ଯ୍ୟରେ ଲୋକମାନେ ଖୁସି ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା। ସି- ଭୋଟର ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟତାରେ ୬୫% ସମର୍ଥନ ପ୍ରାପ୍ତ କରିଛନ୍ତି। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହୋଇଛନ୍ତି। ଅନୁସନ୍ଧାନକାରୀ ସଂସ୍ଥା ସି- ଭୋଟର “ସର୍ବ ବୃହତ, ନିଶ୍ଚିତ ତଥା ସ୍ଵାଧୀନ ସର୍ବେକ୍ଷଣ” ଷ୍ଟେଟ୍ ଅଫ୍ ଦି ନେସନ୍- ୨୦୨୦: ମଇ ନାମକ ଏକ ସର୍ଭେ କରିଥିଲେ। ଦେଶର ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୩୦୦୦ରୁ ଅଧିକ ଲୋକଙ୍କ ପ୍ରତିକ୍ରିୟା ଏଥିରେ ଗ୍ରହଣ କରାଯାଇଥିଲା।

ନିକଟରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବାର୍ଷିକୀ ପାଳନ କରିଥିବା ନରେନ୍ଦ୍ର ମୋଦୀ ସର୍ଭେ କରାଯାଇଥିବା ୬୫.୬୯% ଲୋକଙ୍କ ସମର୍ଥନ ପାଇଛନ୍ତି। ତାଙ୍କ ପ୍ରଦର୍ଶନ ପାଇଁ ଓଡ଼ିଶା ମୋଦୀଙ୍କୁ ସର୍ବାଧିକ ୯୫.୬ ପଏଣ୍ଟ ଦେଇଛି। ତା’ପରେ ହିମାଚଳ ପ୍ରଦେଶ ୯୩.୯୫ ଏବଂ ଛତିଶଗଡ଼ ୯୨.୭୩ ପ୍ରତିଶତ ପଏଣ୍ଟ ଦେଇଛି। ଦକ୍ଷିଣ ଭାରତୀୟ ଦୁଇଟି ରାଜ୍ୟ ତାମିଲନାଡ଼ୁରେ ୩୨.୧୫% ଏବଂ କେରଳରେ ୩୨.୮୯% ମତ ସହିତ ମୋଦୀ ସେଠାରେ ସର୍ବନିମ୍ନ ପଏଣ୍ଟ ପାଇଛନ୍ତି।

ସମଗ୍ର ଦେଶରେ ମତଦାନ ହୋଇଥିବା ଲୋକଙ୍କ ମଧ୍ୟରୁ ୫୮.୩୬% ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥିବା ବେଳେ ୨୪.୦୪% ଲୋକ କିଛି ମାତ୍ରାରେ ସନ୍ତୁଷ୍ଟ ଏବଂ ଅବଶିଷ୍ଟ ୧୬.୭୧ % ଲୋକ ଆଦୌ ସନ୍ତୁଷ୍ଟ ନଥିବା ମତ ଦେଇଛନ୍ତି। ଶୀର୍ଷ ପଦବୀ ପାଇଁ ଦୌଡ଼ରେ ନରେନ୍ଦ୍ର ମୋଦୀ ଜଣେ ସ୍ପଷ୍ଟ ପ୍ରିୟ ନେତା ଭାବରେ ଉଭା ହୋଇଥିଲେ। ସର୍ଭେରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଚିହ୍ନିତ ହୋଇଥିଲେ। ୬୬.୨% ଲୋକ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ଭୋଟ୍ ଦେଇଥିବାବେଳେ ରାହୁଲ ଗାନ୍ଧୀ ମାତ୍ର ୨୩.୧୧% ଲୋକଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିକଳ୍ପ ଥିଲେ।

ସର୍ଭେରୁ ଜଣାପଡିଛି ଯେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଓଡିଶାର ନବୀନ ପଟ୍ଟନାୟକ, ଛତିଶଗଡର ଭୁପେଶ ଭାଗେଲ ଏବଂ କେରଳର ପିନାରାଇ ବିଜୟଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଭିତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୨.୯୬% ମତରେ ସର୍ବାଗ୍ରେ ରହିଛନ୍ତି। ସେହିପରି ସବୁଠାରୁ କମ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଆଗରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଟି.ଏସ୍ ରାୱତ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରହିଛନ୍ତି। /-ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top