Home ଓଡ଼ିଶା ମୋଦୀ ଲୋକପ୍ରିୟ; ବିଜେପି ଅପ୍ରିୟ: ତର୍ଜମା କରନ୍ତୁ ..

ମୋଦୀ ଲୋକପ୍ରିୟ; ବିଜେପି ଅପ୍ରିୟ: ତର୍ଜମା କରନ୍ତୁ ..

433

ଭୁବନେଶ୍ୱର: ସି- ଭୋଟର ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟତାରେ ୬୫% ସମର୍ଥନ ପ୍ରାପ୍ତ କରିଛନ୍ତି। ଅନୁସନ୍ଧାନକାରୀ ସଂସ୍ଥା ସି- ଭୋଟର “ସର୍ବ ବୃହତ, ନିଶ୍ଚିତ ତଥା ସ୍ଵାଧୀନ ସର୍ବେକ୍ଷଣ” ଷ୍ଟେଟ୍ ଅଫ୍ ଦି ନେସନ୍- ୨୦୨୦: ମଇ ନାମକ ଏକ ସର୍ଭେ କରିଥିଲା। ଦେଶର ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୩୦୦୦ରୁ ଅଧିକ ଲୋକଙ୍କ ପ୍ରତିକ୍ରିୟା ଏଥିରେ ଗ୍ରହଣ କରାଯାଇଥିଲା।

ନିକଟରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବାର୍ଷିକୀ ପାଳନ କରିଥିବା ନରେନ୍ଦ୍ର ମୋଦୀ ସର୍ଭେ ଅନୁଯାୟୀ ୬୫.୬୯% ଲୋକଙ୍କ ସମର୍ଥନ ପାଇଛନ୍ତି। ସମଗ୍ର ଦେଶରୁ ମତ ଗ୍ରହଣ ହୋଇଥିବା ଲୋକଙ୍କ ମଧ୍ୟରୁ ୫୮.୩୬% ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥିବା ବେଳେ ୨୪.୦୪% ଲୋକ କିଛି ମାତ୍ରାରେ ସନ୍ତୁଷ୍ଟ ଏବଂ ଅବଶିଷ୍ଟ ୧୬.୭୧ % ଲୋକ ଆଦୌ ସନ୍ତୁଷ୍ଟ ନଥିବା ମତ ଦେଇଛନ୍ତି। ଶୀର୍ଷ ପଦବୀ ପାଇଁ ଦୌଡ଼ରେ ନରେନ୍ଦ୍ର ମୋଦୀ ଜଣେ ସ୍ପଷ୍ଟ ପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ସର୍ଭେରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ତୁଳନାତ୍ମକ ଭାବରେ ୬୬.୨% ଲୋକ ମୋଦୀଙ୍କ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ରାହୁଲ ଗାନ୍ଧୀ ମାତ୍ର ୨୩.୧୧% ଲୋକଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିକଳ୍ପ ଥିଲେ।

ମୋଦିଙ୍କ ଲୋକପ୍ରିୟତାକୁ ନେଇ ସର୍ଭେରେ ସବୁଠାରୁ ବଡ଼ ଅବଦାନ ରହିଛି ଓଡ଼ିଶାର। ମୋଦିଙ୍କ ପ୍ରଦର୍ଶନ ପାଇଁ ଓଡ଼ିଶାର ଜନତା ମୋଦୀଙ୍କୁ ସର୍ବାଧିକ ୯୫.୬ ପଏଣ୍ଟ ଦେଇଛନ୍ତି। ତା’ପରେ ହିମାଚଳ ପ୍ରଦେଶ ୯୩.୯୫ ଏବଂ ଛତିଶଗଡ଼ ଜନତା ୯୨.୭୩
ପ୍ରତିଶତ ପଏଣ୍ଟ୍ ଦେଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ୮୩.୬%, ଝାଡ଼ଖଣ୍ଡ ୮୨.୯୭, କର୍ଣ୍ଣାଟକ ୮୨.୫୬%, ଗୁଜୁରାଟ ୭୬.୪୨%, ଆସାମ ୭୪.୫୯%, ତେଲେଙ୍ଗନା ୭୧.୫୧, ଏବଂ ମହାରାଷ୍ଟ୍ର ଜନତା ୭୧.୪୮% ପଏଣ୍ଟ୍ ଦେଇଛନ୍ତି। ଦକ୍ଷିଣ ଭାରତୀୟ ଦୁଇଟି ରାଜ୍ୟ ତାମିଲନାଡ଼ୁରେ ୩୨.୧୫% ଏବଂ କେରଳରେ ୩୨.୮୯% ମତ ସହିତ ମୋଦୀ ସେଠାରେ ସର୍ବନିମ୍ନ ପଏଣ୍ଟ୍ ପାଇଛନ୍ତି।

ମୋଦୀ ତାଙ୍କ ଗୃହରାଜ୍ୟ ଗୁଜୁରାଟ ସମେତ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାରୁ ଯଥେଷ୍ଟ ଅଧିକ ସମର୍ଥନ ପାଇଛନ୍ତି। ଅର୍ଥାତ୍ ସର୍ଭେ ମୁତାବକ ସମଗ୍ର ଦେଶ ଭିତରେ ଓଡ଼ିଶାରେ ମୋଦୀ ଅଧିକ ଲୋକପ୍ରିୟ ବୋଲି ପ୍ରମାଣ ମିଳୁଛି। ତେବେ, ନିର୍ବାଚନ ବେଳେ ଏହି ଲୋକପ୍ରିୟତା ଏବଂ ମୋଦିଙ୍କ ପ୍ରତି ଓଡ଼ିଶା ଲୋକଙ୍କ ଭଲ ପାଇବାଟା ଗଲା କୁଆଡ଼େ, ଓଡ଼ିଶାରେ କାହିଁକି ବିଫଳ ହେଲା ବିଜେପି, ଏହାର କାରଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚଣ୍ଡ ଲୋକପ୍ରିୟତା ଏବଂ ତାଙ୍କର କେହି ବିକଳ୍ପ ନାହାଁନ୍ତି ବୋଲି କୁହାଯିବ, ନାଁ ଓଡ଼ିଶା ବିଜେପିର ଅପାରଗ ତଥା ଦୃବଳ ନେତୃତ୍ୱ, ନାଁ ମିଶ୍ରଣ ନାମରେ ଅପମିଶ୍ରଣ, ନାଁ ମୂଳ ସଙ୍ଗଠନ ବିଚାରଧାରାରୁ ଦୂରତା ଏବଂ ଓଡ଼ିଶା ବିଜେପିର ପ୍ରତାରଣା ପାଇଁ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅଭିଶାପ ଏଥିପାଇଁ ଦାୟୀ ବୋଲି କୁହାଯିବ, ଏହାର ତର୍ଜମା ହେବା ଉଚିତ୍। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.