Home Coronavirus Outbreak ପର୍ଯ୍ୟଟନ ଶିଳ୍ପ ଅଂଶୀଦାରଙ୍କ ସହ ମନ୍ତ୍ରଣାଳୟର ସମ୍ମିଳନୀ

ପର୍ଯ୍ୟଟନ ଶିଳ୍ପ ଅଂଶୀଦାରଙ୍କ ସହ ମନ୍ତ୍ରଣାଳୟର ସମ୍ମିଳନୀ

519

ନୂଆଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ପର୍ଯ୍ୟଟନ ଶିଳ୍ପ ଅଂଶୀଡାରଙ୍କ ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ଵରେ ଅନୁଷ୍ଠିତ ସମ୍ମିଳନୀରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଦେଶ ଭିତର ପର୍ଯ୍ୟଟନର ସମ୍ଭାବନା ନେଇ ସମ୍ମିଳନୀରେ ଆଲୋଚନା ହେବା ସହ ପର୍ଯ୍ୟଟନ ବିଭାଗ ସରକାରଙ୍କ ସହ ସମସ୍ତ ସହଯୋଗ କରୁଥିବା ଏଥିରେ ମତ ପ୍ରକାଶ ପାଇଥିଲା। ଲକଡାଉନ କାଳରେ ଘରେ ନିରାପଦ ରହିବା ଓ ପରିସ୍ଥିତି ସ୍ଵାଭାବିକ ହେଲେ ନିଜର ଭ୍ରମଣ ଯୋଜନା କରିବା ନେଇ ମନ୍ତ୍ରଣାଳୟ ନିଜର ସାମାଜିକ ମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରୁଛି। ପର୍ଯ୍ୟଟନ ଶିଳ୍ପ ସହିତ ସଂଶ୍ଳିଷ୍ଟ ବିଦ୍ୟାର୍ଥୀମାନେ ଅନଲାଇନ ଜରିଆରେ ସେମାନଙ୍କ ଶିକ୍ଷା ଲାଭ ଜାରି ରଖିଥିବା ଏହି ସମ୍ମିଳନୀରୁ ଜଣାପଡୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.