Home ଓଡ଼ିଶା ହୋଟେଲଗୁଡ଼ିକର ବର୍ଗୀକରଣ ଓ ଅନୁମୋଦନର ଅବଧିକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇଲା ପର୍ଯ୍ୟଟନ ମନ୍ତ୍ରଣାଳୟ –...

ହୋଟେଲଗୁଡ଼ିକର ବର୍ଗୀକରଣ ଓ ଅନୁମୋଦନର ଅବଧିକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇଲା ପର୍ଯ୍ୟଟନ ମନ୍ତ୍ରଣାଳୟ – ଟ୍ରାଭେଲ ଏଜେଣ୍ଟ, ପର୍ଯ୍ୟଟନ ସଞ୍ଚାଳକ ଏବଂ ପର୍ଯ୍ୟଟନ ଓ ପରିବହନ ସଞ୍ଚାଳକମାନଙ୍କୁ ୬ ମାସ ପାଇଁ ମହଲତ

170

ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ପର୍ଯ୍ୟଟନ ମନ୍ତ୍ରଣାଳୟ ବିଭିନ୍ନ ଶ୍ରେଣୀର ପର୍ଯ୍ୟଟକମାନଙ୍କ ରହିବା କ୍ଷମତାକୁ ବିଚାରକୁ ନେଇ ହୋଟେଲଗୁଡ଼ିକୁ ତାରକା ମାନ୍ୟତା ପ୍ରଦାନ କରିଥାଏ। ଏହି ପଦ୍ଧତି ଅନୁସାରେ ହୋଟେଲଗୁଡିକୁ ଏକ ତାରକାରୁ ତିନି ତାରକା, ଚାରି ତାରକାରୁ ପାଞ୍ଚ ତାରକା ମଦ ଏବଂ ବିନା ମଦ ସହିତ, ପଞ୍ଚତାରକା ଡିଲକ୍ସ, ହେରିଟେଜ, ହେରିଟେଜ କ୍ଲାସିକ, ହେରିଟେଜ ଗ୍ରାଣ୍ଡ, ଆପାର୍ଟମେଣ୍ଟ ହୋଟେଲ, ହୋମ ଷ୍ଟେ ଓ ଗେଷ୍ଟ ହାଉସ ଭାବେ ବର୍ଗୀକରଣ କରିଥାଏ। ଏହି ବର୍ଗୀକରଣ ଓ ପ୍ରମାଣପତ୍ରର ଅବଧି ୫ ବର୍ଷ ପାଇଁ ବୈଧ ରହିଥାଏ। ବର୍ତ୍ତମାନ ସମୟରେ କୋଭିଡ-୧୯ ବୈଶ୍ଵିକ ମହାମାରୀ ଯୋଗୁଁ ହୋଟେଲ ଶିଳ୍ପ ଗୁରୁତର ସଙ୍କଟ ମଧ୍ୟ ଦେଇ ଗତି କରୁଛି। ଏହାକୁ ବିଚାରକୁ ନେଇ ଅନୁମୋଦନ ଓ ପ୍ରମାଣନ ବୈଧତାର ଅବଧିକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଟ୍ରାଭେଲ ଏଜେଣ୍ଟ, ପର୍ଯ୍ୟଟକ ଅପରେଟର, ଦୁଃସାହସିକ ପର୍ଯ୍ୟଟନ ଅପରେଟର, ପର୍ଯ୍ୟଟକ ପରିବହନ ଅପରେଟର ପ୍ରଭୃତିଙ୍କୁ ମଧ୍ୟ ଅନୁମତିପତ୍ର ପ୍ରଦାନ ପାଇଁ ମନ୍ତ୍ରଣାଳୟର ଯୋଜନା ରହିଛି। ଏହା ପର୍ଯ୍ୟଟନର ଗୁଣାତ୍ମକ ମାନ ବୃଦ୍ଧି ସହ ଦେଶରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ କରିବ। ଲକଡାଉନ ଯୋଗୁଁ ବିଭିନ୍ନ ନିରୀକ୍ଷଣ ଓ ଯାଞ୍ଚ କାର୍ଯ୍ୟ ବନ୍ଦ ରହିଥିବାରୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଏସମସ୍ତଙ୍କୁ ୬ ମାସର ମହଲତ ଦେବାକୁ କେତେକ ସର୍ତ୍ତରେ ଏହାକୁ ସ୍ଥିର କରିଛି।

1) ପୂର୍ବ ଅନୁମତି ବା ଅନୁମୋଦନର ଅବଧି ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଶେଷ ହୋଇଥିବ ବା ମନ୍ତ୍ରଣାଳୟ ପକ୍ଷରୁ ନିରୀକ୍ଷଣ ଓ ଯାଞ୍ଚ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବ।
2) ବର୍ତ୍ତମାନ ବା ପୂର୍ବ ଅନୁମୋଦନର ଅବଧି ସମାପ୍ତି ପୂର୍ବରୁ ଯଦି ସେମାନେ ନବୀକରଣ ପାଇଁ ଆବେଦନ କରିଥିବେ, ତା’ହେଲେ ଏହି ସର୍ତ୍ତରେ ମହଲତ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.