Home ଓଡ଼ିଶା ମନ୍ତ୍ରୀ ସମୀର ଦାସ ଭାଙ୍ଗିଲେ କୋଭିଡ୍ ନିୟମ: ପ୍ରଭାତୀ ଉଠାଇଲେ ପ୍ରଶ୍ନ; ଏତଲା ଦେଲା ବିଜେପି...

ମନ୍ତ୍ରୀ ସମୀର ଦାସ ଭାଙ୍ଗିଲେ କୋଭିଡ୍ ନିୟମ: ପ୍ରଭାତୀ ଉଠାଇଲେ ପ୍ରଶ୍ନ; ଏତଲା ଦେଲା ବିଜେପି ..

134

ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ବ୍ଲକରେ ଥିବା ବୋଇତଭଙ୍ଗା ବ୍ରିଜ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ତେବେ, ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ କଟକଣା ଲାଗୁ ଥିବା ଭିତରେ କୋଭିଡ୍ ନିୟମକୁ ଉଲଘଂନ କରି ନିଜର ଶତାଧିକ ସମର୍ଥକଙ୍କ ସହିତ ଯାଇ ମନ୍ତ୍ରୀ ସମୀର ଦାସ କିପରି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ କରିଛନ୍ତି, ତାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବିଜେପି ନେତ୍ରୀ, ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ କୋଭିଡ୍ ନିୟମକୁ ଫୁ’ କଲେ ନିଜେ ମନ୍ତ୍ରୀ। ନିୟମ ଉଲ୍ଲଘଂନ କଲେ ତଣ୍ଡ ଗଣିବେ ସାଧାରଣ ଲୋକ, ଆଉ ମନ୍ତ୍ରୀଙ୍କ ପାଇଁ ସବୁ ମାଫ। ମହାମାରୀରେ ବି ପାତର ଅନ୍ତର କହି ମନ୍ତ୍ରୀ ସମୀର ଦାସଙ୍କ କୋଭିଡ୍ ନିୟମ ଉଲଘଂନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଗୋପ ବିଜେପି ପକ୍ଷରୁ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବିରୋଧରେ ଥାନାରେ ଏକ ଏତଲା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.