Home ଓଡ଼ିଶା ବିଶ୍ୱର ସର୍ବୋଚ୍ଚ ରାମଙ୍କ ମୂର୍ତ୍ତି : ଅଯୋଧ୍ୟା ଠାରୁ ୩ କିଲୋମିଟର ଦୂରରେ ମଞ୍ଝା ବରେଥା...

ବିଶ୍ୱର ସର୍ବୋଚ୍ଚ ରାମଙ୍କ ମୂର୍ତ୍ତି : ଅଯୋଧ୍ୟା ଠାରୁ ୩ କିଲୋମିଟର ଦୂରରେ ମଞ୍ଝା ବରେଥା ଗ୍ରାମରେ ହେଉଛି ନିର୍ମାଣ

291

ଅଯୋଧ୍ୟା ୫-୮ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ଅଯୋଧ୍ୟାରେ ଦଶରଥ ନନ୍ଦନ ପ୍ରଭୁ ଶ୍ରୀ ରାମଙ୍କର ମନ୍ଦିର ନିର୍ମାଣ ପାଇଁ ଆଜି ହେଉଛି ଭୂମି ପୂଜନ କାର୍ଯ୍ୟକ୍ରମ। କିନ୍ତୁ ଅନ୍ୟ ଏକ ଖବର ହେଉଛିଯେ, ଅଯୋଧ୍ୟା ମନ୍ଦିରଠାରୁ ୩ କିମି ଦୂରରେ ଏକ ଗ୍ରାମରେ ନିର୍ମାଣ କରାଯାଉଛି ପ୍ରଭୁ ଶ୍ରୀରାମଙ୍କର ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି।

ଉତ୍ତରପ୍ରଦେଶର ମଞ୍ଝା ବରେଥା ଗ୍ରାମରେ ୨୫୧ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି।

ଏହା ଦୁନିଆରେ ପ୍ରଭୁ ଶ୍ରୀ ରାମଙ୍କର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ହେବ ଏବଂ ସଂପୂର୍ଣ୍ଣ ସ୍ୱଦେଶୀ ଭାବରେ ନିର୍ମାଣ ହେବ।

ବର୍ତ୍ତମାନ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ହେଉଛି ଚାଇନାର ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି, ଯାହାର ଉଚ୍ଚତା ୨୦୮ ମିଟର ଅଟେ।

ଭାରତରେ ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ୧୮୨ ମିଟର ଉଚ୍ଚତା ବିଶିଷ୍ଟ।

ମୂର୍ତ୍ତି ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପାଇଁ କାମ ଏବେବି ଚାଲିଛି। ଏହି ପ୍ରତିମୂର୍ତ୍ତିକୁ ସରାୟୁ ନଦୀ କୂଳରେ ନିର୍ମାଣ କରାଯାଉଛି।

ନିର୍ମିତ ମୂର୍ତ୍ତି ୨୫୧ ମିଟର ଉଚ୍ଚତା ବିଶିଷ୍ଟ ହେବାକୁ ଥିବାବେଳେ ଏହା ୫୦ ମିଟର ଉଚ୍ଚ ପୃଷ୍ଠଭୂମିରେ ଠିଆ ହେବ ଏବଂ ସମ୍ପୂର୍ଣ୍ଣ ଉଟ୍ଟତା ୩୦୧ ମିଟର ଉଚ୍ଚତାରେ ପହଞ୍ଚିବ। ଆଧାର ଏକ ସଂଗ୍ରହାଳୟ ଉପରେ ରହିବ, ଯେଉଁଠାରେ ଭଗବାନ ବିଷ୍ଣୁଙ୍କ ବିଭିନ୍ନ ଅବତାର ପ୍ରଦର୍ଶିତ ହେବ। ଗୋଟିଏ ଡିଜିଟାଲ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯିବ।

ଗ୍ରାମବାସୀ ଖୁସି ଥିବାବେଳେ ଏବେ ବିସ୍ଥାପନକୁ ଡର –

ଏହି ପ୍ରତିମୂର୍ତ୍ତି ନିର୍ମାଣରେ ଗ୍ରାମବାସୀ ଖୁସି ଥିବାବେଳେ ଏହା ଏହି ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ। କେତେକ ଲୋକ ଉକ୍ତ ସ୍ଥାନରୁ ବିସ୍ଥାପିତ ହେବାର ଭୟ ସେମାନଙ୍କୁ ଘାରୁଛି। ଏହି ଅଞ୍ଚଚଳରେ ପ୍ରାୟ ୪୦୦ ଘର ଅଛି ଯେଉଁଠାରେ ମୂର୍ତ୍ତି ସ୍ଥାପନା ହେବ।

ଗାଁର ବାସିନ୍ଦାମାନେ ପିଢ଼ି ପରେ ସେଠାରେ ରହିଆସୁଛନ୍ତି ଏବଂ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭରଶୀଳ। ଗାଁର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟା ପଛୁଆ ବର୍ଗର ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.