Home Top News ବର୍ଷେରୁ ଅଧିକ ସମୟ ହେଲା ଛାତିରେ ଏତେ ବଡ଼ ଛୁରୀଟିଏ! କିନ୍ତୁ ବ୍ୟକ୍ତିଙ୍କୁ ଜଣା ନାହିଁ,...

ବର୍ଷେରୁ ଅଧିକ ସମୟ ହେଲା ଛାତିରେ ଏତେ ବଡ଼ ଛୁରୀଟିଏ! କିନ୍ତୁ ବ୍ୟକ୍ତିଙ୍କୁ ଜଣା ନାହିଁ, ଆସିଲା କେଉଁଠୁ?

190

ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ଅବିଶ୍ୱାସନୀୟ, ଜଣେ ବ୍ୟକ୍ତିଙ୍କୁ ଜଣା ନାହିଁ ଯେ, ତାଙ୍କ ଛାତିରେ ଏକ ଚାରି ଇଞ୍ଚର ଛୁରୀ ରହିଯାଇଛି। ତାହା କେବଳ ଦିନେ ନୁହେଁ, ମାସେ ନୁହେଁ ୧୪ ମାସ ଧରି ରହିଛି। ତାଙ୍କୁ ଏ ବିଷୟରେ ଧାରଣା ମଧ୍ୟ ନାହିଁ। ଯେତେବେଳେ ନୂଆ ଚାକିରି ମିଳିଲା ଏବଂ ମେଡ଼ିକାଲ ଟେଷ୍ଟ ହେଲା ସେତେବେଳେ ଜଣାପ଼ିଲାଯେ, ତାଙ୍କ ଛାତିରେ ଗୋଟିଏ ଛୁରୀ ରହିଯାଇଛି ବୋଲି।

ସୂଚନାଯୋଗ୍ୟଯେ, ଘରକୁ ଫେରିବାବେଳେ, ଗତ ବର୍ଷ ଜାନୁଆରୀରେ ସେ କାମରୁ ଫେରୁଥିବା ବେଳେ ଫିଲିପାଇନ୍ସର କିଡାପୱାନ ସହରରେ ୩୬ ବର୍ଷିୟ କେଣ୍ଟ ରିଆନ ଟୋମାଓଙ୍କୁ ଆକ୍ରମଣ କରାଯାଇଥିଲା। ସେ ଯେତେବେଳେ ଏବେ ଏକ ବର୍ଷରୁ ଅଧିକ ହେଲାଣି। ଏବେ ତାହା ଜଣାପଡ଼ିଲା, ଯେତେବେଳେ ସେ ନୂତନ ଚାକିରି ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଯାଇଥିଲେ ଏବଂ ସେତେବେଳେ ସେ ଛୁରୀ ବିଷୟରେ ଜାଣିଥିଲେ।

ମଙ୍ଗଳବାର ଦିନ କେଣ୍ଟ ଜାଣିବାକୁ ପାଇଲେ ଯେ ଛୁରୀଟି ତାଙ୍କ ଫୁସଫୁସକୁ ବିଦ୍ଧ କରିବା ପୂର୍ବରୁ ରିବ୍ କେଜ୍ ପାଖରେ ରହିଯାଇଛି। ସେ ବର୍ତ୍ତମାନ ଦାବି କରିଛନ୍ତି ଯେ ଗତ ବର୍ଷ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ ତାଙ୍କ ଶରୀରରେ ଚାରି ଇଞ୍ଚ ଲମ୍ବା ଛୁରୀ ନକାଢ଼ି କେବଳ ତାଙ୍କ କ୍ଷତ ସିଲେଇ କରିଦେଇଥିଲେ।

ତାଙ୍କର ନୂତନ ନିଯୁକ୍ତିଦାତା ଭାବନ୍ତି ଯେ ତାଙ୍କ ଶରୀର ଭିତରେ ଥିବା ବ୍ଲେଡ୍ ସହିତ କାମ କରିବା ତାଙ୍କ ପାଇଁ ନିରାପଦ ନୁହେଁ।

ସେ କହିଛନ୍ତି, “ଗତ ବର୍ଷ ଡାକ୍ତରମାନେ ମୋର କ୍ଷତକୁ ସଠିକ୍ ଭାବରେ ଯାଞ୍ଚ କରିନଥିଲେ ତେଣୁ ମୁଁ ବିଶ୍ୱାସ କରେ ଯାହା ଘଟିଛି ସେଥିରେ ସେମାନେ ଆଂଶିକ ଦୋଷୀ। ସେମାନେ ଏହାକୁ ଠିକ୍ କରିବାର ଉଚିତ୍ ଥିଲା। ସେମାନେ ଛୁରୀଟିକୁ ନକାଢ଼ି କ୍ଷତ ଉପରେ ସିଲେଇ କରିଦେଇଥିଲେ।”

କେଣ୍ଟ ଦାବି କରିଛନ୍ତି ଯେ, ତାଙ୍କ କ୍ଷତ ସିଲେଇ କରିବା ପରେ ତାଙ୍କୁ ପେନ୍‌ କିଲର ଦିଆଯାଇଥିଲା ଯାହା ପରେ ତାଙ୍କୁ ଘରକୁ ଯିବାକୁ କୁହାଯାଇଥିଲା।

ଚଉଦ ମାସ ପରେ, ତାଙ୍କର ନୂତନ ନିଯୁକ୍ତି ପାଇଁ ଡାକ୍ତରୀ ଯାଞ୍ଚରେ, ଜଣାପଡିଥିଲା ଯେ ଛୁରୀଟି ତାଙ୍କ ଛାତିର ଏକ ପାର୍ଶ୍ୱରେ ରହିଯାଇଛି।

କେଣ୍ଟ କହିଛନ୍ତି ଯେ, ଶୀତଦିନେ ତାଙ୍କ ଛାତିରେ ଟିକେ ଟିକେ ଯନ୍ତ୍ରଣା ହୁଏ। କିନ୍ତୁ ବିଶେଷ କିଛି ହୁଏ ନାହିଁ ଖରାଦିନ ଆସିବା ପରେ ତାହା ଦୁରେଇଯାଇ। ଏହାକୁ ଏକ ଗମ୍ଭୀର ସମସ୍ୟା ବୋଲି ଭାବି ନଥିଲେ।

ସେ କହିଛନ୍ତି, “ମୁଁ ସବୁବେଳେ ଭାବୁଥିଲି ପାଗ ଥଣ୍ଡା ହେଲେ ମୁଁ କାହିଁକି ଛାତିରେ ଯନ୍ତ୍ରଣା ଅନୁଭବ କରୁଛି? କିନ୍ତୁ ମୋର ଛାତିରେ ଛୁରୀ ଅଛି ବୋଲି ମୋର କୌଣସି ଧାରଣା ନଥିଲା। ଡାକ୍ତରଙ୍କ ଦେଖାଇବାପାଇଁ କୌଣସି ବଡ଼ ଯନ୍ତ୍ରଣା କେବେ ବି ହୋଇନଥିଲା। ମୁଁ କେବଳ ଅପେକ୍ଷା କରିଥିଲି। ଯନ୍ତ୍ରଣା ଦୂର ହେବା ପାଇଁ। ବର୍ତ୍ତମାନ ମୁଁ ଆରାମ ପାଇଛିଯେ, ମୁଁ ପ୍ରକୃତ ସମସ୍ୟା କ’ଣ ଜାଣି ପାରିଛି।”

ଛୁରୀ ହଟାଇବା ପାଇଁ କେଣ୍ଟଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିବ, ଏଥିପାଇଁ ତାଙ୍କ ପାଖରେ ଟଙ୍କା ନାହିଁ।

ସେ କହିଛନ୍ତି ଯେ ମୁଁ ଏହି ଛୁରୀ ନକାଢ଼ିବା ପର୍ଯ୍ୟନ୍ତ ମୁଁ କାମ ଆରମ୍ଭ କରିପାରିବି ନାହିଁ କିନ୍ତୁ ଚାକିରୀ ବିନା ମୋର ଚିକିତ୍ସା ଆବଶ୍ୟକତା ପାଇଁ ଟଙ୍କା ମିଳିବ ନାହିଁ।

ଆସନ୍ତା ମାସରେ ସେ ଡାକ୍ତରଖାନାକୁ ଯାଇ ଡାକ୍ତରମାନଙ୍କୁ ଏହାର ସମାଧାନ କରିବାକୁ କହିବେ। ମୁଁ ଚାହୁଁଛି ସେମାନେ ଛୁରୀ କାଢ଼ିବା ପରେ ମୁଁ ମୋର ନୂତନ କନୀରେ କାମ ଆରମ୍ଭ କରିପାରିବି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.