ନୂଆ ଦିଲ୍ଲୀ ୨୭ ଜୁଲାଇ (ଓଡ଼ିଆ ପୁଅ) ୟୁପିର ବାରବାଙ୍କିଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ରାସ୍ତାରେ ଅଟକି ରହିଥିବା ବସ୍ ସହିତ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା। ଏହି ଘଟଣା ଯୋଗୁଁ ରାସ୍ତା କଡ଼ରେ ବସିଥିବା ତଥା ବସ୍ରେ ଶୋଇଥିବା ୧୯ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଏହି ବସ୍ ଟି ହରିଆଣାରୁ ବିହାର ଅଭିମୁଖେ ଯାଉଥିଲା।