Home ଓଡ଼ିଶା ବିକ୍ରି ହୋଇପାରିବନି ଖୋଲା ବିଡ଼ି ଓ ସିଗାରେଟ୍, ନିଷେଧାଦେଶ ଜାରୀ

ବିକ୍ରି ହୋଇପାରିବନି ଖୋଲା ବିଡ଼ି ଓ ସିଗାରେଟ୍, ନିଷେଧାଦେଶ ଜାରୀ

251

ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ହୋଇପାରିଛି ଯେଉଁଥିରେ “ଖୋଲା” ସିଗାରେଟ୍ ଏବଂ ବିଡି ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଆପଣ ଯାଣନ୍ତିଯେ, ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏହା ମଧ୍ୟ ପ୍ରତ୍ୟେକ ସିଗାରେଟ ଏବଂ ବିଡ଼ି ପ୍ୟାକେଟ ଉପରେ ଲେଖା ହେବା ସହ ଏକ କର୍କଟ ରୋଗୀର ଫଟୋ ଚିତ୍ର ଚେତାବନୀ ଦେଇଥାଏ। ଧୂମପାନ କର୍କଟ ଏବଂ ହୃଦରୋଗ ସହିତ ଜଡିତ। କିନ୍ତୁ ବିଡି କିମ୍ବା ସିଗାରେଟ୍ ଖୋଲା ବିକ୍ରି ହେଲେ, ଗ୍ରାହକ ଉକ୍ତ ବିପଦର ଗମ୍ଭୀରତାକୁ ବୁଝନ୍ତି ନାହିଁ। ଏହି କାରଣରୁ ମହାରାଷ୍ଟ୍ର ସରକାର ଖୋଲା ସିଗାରେଟ୍ ଏବଂ ବିଡି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି।

ଏହି ନିର୍ଦ୍ଦେଶକୁ କଡାକଡି ଏବଂ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସରକାର ପୋଲିସ ଏବଂ ପୌରସଂସ୍ଥା ନିଗମକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

କିନ୍ତୁ, ବ୍ୟବସାୟୀମାନେ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ଜଣେ ଦୋକାନୀ କହିଛନ୍ତି, ଏପରି ନିଷ୍ପତ୍ତି ଫଳରେ “ସମସ୍ତେ ପୂରା ପ୍ୟାକେଟ କିଣି କରିପାରିବେ ନାହିଁ, ଆମର ବିକ୍ରୟ ହ୍ରାସ ପାଇବ।”

ନିୟମିତ ଧୂମପାନ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଏଭଳି ଚେତାବନୀ ତାଙ୍କୁ କୌଣସି ପ୍ରତିବନ୍ଧକ ଦେଇ ନଥାଏ। ସେ କହିଛନ୍ତି ଯେ, କୌଣସି ଚେତାବନୀ ନିର୍ବିଶେଷରେ ନିୟମିତ ଧୂମପାନକାରୀମାନେ ଧୂମପାନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବ୍ୟାକଫାୟାର ହୋଇପାରେ କାରଣ ଯେଉଁମାନେ ପ୍ରତିଦିନ ଗୋଟିଏ ଧୂମପାନ କରନ୍ତି, ତାଙ୍କୁ ଯଦି ପୂର୍ଣ୍ଣ ପ୍ୟାକେଟ୍ ଦିଆଯାଏ ତେବେ ସେମାନେ ଅଧିକ ଧୂମପାନ କରିବାକୁ ପ୍ରଲୋଭିତ ହେବେ।

ଅନେକ କହିଛନ୍ତି ଯେ, ବ୍ୟବସାୟୀମାନଙ୍କୁ ଯାଞ୍ଚ କରିବା ପାଇଁ ରାଜ୍ୟରେ କୌଣସି କୌଶଳ ନାହିଁ ଏବଂ ଏହା କେବଳ ଏକ ଆଖିଦୃଶିଆ ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.