Home ଓଡ଼ିଶା ସଂକଟରେ ୩ ବିଧାୟକ ପାର୍ଥିଙ୍କ ଭବିଷ୍ୟତ! ଅଲୋଡ଼ା ହେଲେଣି ବାସୁଦେବପୁର ନେତା ମାଧବାନନ୍ଦ ..

ସଂକଟରେ ୩ ବିଧାୟକ ପାର୍ଥିଙ୍କ ଭବିଷ୍ୟତ! ଅଲୋଡ଼ା ହେଲେଣି ବାସୁଦେବପୁର ନେତା ମାଧବାନନ୍ଦ ..

116

ଭଦ୍ରକ: ଓଡ଼ିଶା ବିଜେପି ରାଜନୀତିରେ ଏବେ ଏକ ନୂଆ ପରମ୍ପରା ଚାଲିଛି। ପୂର୍ବେ ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ର ଅଞ୍ଚଳ ଗୁଡ଼ିକରେ ଜିଲ୍ଲା ସଭାପତିଙ୍କର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିଲା। ଜିଲ୍ଲା ସଭାପତି ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତ କରୁଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ବିଭିନ୍ନ ବିଧାନସଭା କ୍ଷେତ୍ରରେ ପାର୍ଥି ହୋଇଥିବା ନେତାଙ୍କର ପ୍ରଭାବ ବଢ଼ିଯାଇଛି। ସେମାନେ ଏବେ ନିଜକୁ ବିଧାନସଭା ନେତା ବୋଲାଉଛନ୍ତି। ଆଉ, ନିଜ ନିଜ କ୍ଷେତ୍ରରେ ସେମାନେ ହିଁ ଏବେ ବିଭିନ୍ନ କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତ କରୁଛନ୍ତି। ଭଦ୍ରକରେ ମଧ୍ୟ ସମାନ ପରମ୍ପରା ଚାଲିଛି। ଏଠାରେ ବିଧାନସଭା ନେତା ମାନଙ୍କର ପ୍ରଭାବ ଏତେ ରହିଛି ଯେ ଜିଲ୍ଲା ସଭାପତି ଅସହାୟ ହୋଇ ନିଜକୁ କୁଆଡ଼େ କିରାଣୀ ଭଳି ଅନୁଭବ କରୁଛନ୍ତି! ଏମିତିରେ ଏବେ ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ ବହୁ ପରିମାଣରେ ବଢ଼ିଯାଇଛି। ବିଶେଷତଃ ଭଦ୍ରକ, ଭଣ୍ଡାରପୋଖରୀ ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଆଗାମୀ ନିର୍ବାଚନରେ ପାର୍ଥି ପରିବର୍ତ୍ତନ ହେବା ଆଶାରେ ସେଠାରୁ ପାର୍ଥି ହେବା ପାଇଁ କିଛି ପୁରୁଣା ସହିତ କିଛି ନୂଆ ମୁହଁ ମୁଣ୍ଡ ଟେକିଲେଣି। ଏବେଠାରୁ ସେମାନେ ନିଜ ନିଜ ପାଇଁ ଗୋଟିଚାଳନା ଆରମ୍ଭ କରିଦେଲେଣି। ଏହାର ପ୍ରଥମ ପ୍ରଭାବ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ନେତା ମାଧବାନନ୍ଦ ମଲ୍ଲିକଙ୍କ ଉପରେ ପଡ଼ିଛି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ନଜରରୁ ମାଧବାନନ୍ଦଙ୍କ ଚେହେରା ହଟିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି!
-@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.