Home ଓଡ଼ିଶା MACPS ପ୍ରଦାନରେ ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ ଅବହେଳା ପ୍ରଦର୍ଶନ ନେଇ ୨୧ରେ ପୂର୍ତ୍ତ ୱାର୍କଚାର୍ଜଡ୍ ନିୟମିତ କର୍ମଚାରୀ...

MACPS ପ୍ରଦାନରେ ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ ଅବହେଳା ପ୍ରଦର୍ଶନ ନେଇ ୨୧ରେ ପୂର୍ତ୍ତ ୱାର୍କଚାର୍ଜଡ୍ ନିୟମିତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଘେରାଉ କରିବ

15

ଭୁବନେଶ୍ୱର, ତା ୧୫ା୯ (ଓଡ଼ିଆ ପୁଅ) : ଚଳିତ ମାସ ୨୧ ତାରିଖରେ ଓଡ଼ିଶା ୱାର୍କସ୍ ଡିପାର୍ଟମେଣ୍ଟ ୱାର୍କଚାର୍ଜଡ୍ / ରେଗୁଲାର କର୍ମଚାରୀ ଆସୋସିଏସନ୍ ତରଫରୁ MACPS କାର୍ଯ୍ୟକାରିତା ନେଇ ସମ୍ପୃକ୍ତ ଯନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଥିବାରୁ ଏହି କର୍ମଚାରୀମାନେ ଭୁବନେଶ୍ୱର ଓ ରାସ୍ତା ଓ ଗୃହ ମଣ୍ଡଳର ମୁଖ୍ୟ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରିବ ବୋଲି ଆଜିର ମଣ୍ଡଳସ୍ତରୀୟ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଥିବାରୁ ସଂଘ ଚେତାବନୀ ଦେଇଛି। “ପରିବର୍ତ୍ତିତ ନିଶ୍ଚିତ ଜୀବନ ଚରିତ ଉନ୍ନତି ଯୋଜନା Modified Assured Career Progression Scheme (MACPS) ନିୟମ ଅନୁଯାୟୀ ୱାର୍କଚାର୍ଜଡ୍ ଓ ୱାର୍କଚାର୍ଜଡ୍‌ରୁ ନିୟମିତ ଚାକିରିଆ ୧୦ ବର୍ଷ ଚାକିରୀ ଶେଷ କରିବା ପରେ ସେମାନେ MACPS ର ନିୟମ-୧୧ରେ ଅନ୍ତର୍ଭୁକ୍ତ ହେବାକଥା। ପେ’ ମାଟ୍ରିକ୍ସର Cell / Level ର ଧାରା ଅନୁଯାୟୀ ୧୦ ବର୍ଷ ଚାକିରୀ ଶେଷ କରିଥିବା କର୍ମଚାରୀଙ୍କ ଦରମା ଉଚ୍ଚତର Cell / Level ରେ ନିର୍ଦ୍ଧାରଣ ହେବାକଥା। ଏଥିନିମନ୍ତେ ଅଧିକାରୀଙ୍କୁ ନେଇ ଗଠିତ ସ୍କ୍ରିନିକ୍ କମିଟି ଦରମା ନିର୍ଦ୍ଧାରଣ କରିବା ପାଇଁ ବ୍ୟବସ୍ଥା ପ୍ରଚଳନ ନକରି ଚାକିରିଆଙ୍କ ପ୍ରତି ଟାଳଟୁଳ ନୀତି ଅବଲମ୍ବନ କରି ସେମାନଙ୍କ ଚାକିରୀ କାଳ ଇତିମଧ୍ୟରେ ୧ବର୍ଷ ୯ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସମ୍ପୃକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ ନକରିବା ନେଇ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଓ ତୀବ୍ର ପ୍ରତିକ୍ରିୟା ବୃଦ୍ଧି ପାଇଛି। ଯାହାକି ରାଜ୍ୟ ଅର୍ଥ ବିଭାଗ ବିଜ୍ଞପ୍ତି ସଂଖ୍ୟା- ୪୧୪, ତା ୨୦.୦୯.୨୦୧୭ରିଖ ନିୟମ-୧୧ ଓ ରେଜୋଲ୍ୟୁସନ୍ ୨୬୩୪୭, ତା ୦୭.୦୯.୨୦୧୭ରିଖରେ ଉଲ୍ଲେଖ ଅଛି ଯେ, ୱାର୍କଚାର୍ଜଡ୍ ଓ ୱାର୍କଚାର୍ଜଡ୍‌କରୁ ନିୟମିତ ଚାକିରୀ ପାଇଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ଏହି ବର୍ଗର କର୍ମଚାରୀ୨୦୨୧ ମସିହା ଜାନୁଆରୀ ମାସ ସୁଦ୍ଧା ୧୦ ବର୍ଷ ଚାକିରୀ ଶେଷ କରିଥିଲେ ମଧ୍ୟ ଗଠିତ ସ୍କ୍ରିନିଙ୍ଗ୍ କମିଟି MACPS ଦେବା କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଓ ବିଶେଷ କରି କିରାଣୀ କର୍ମଚାରୀଙ୍କ କ୍ଷେତ୍ରରେ ଆକାଉଣ୍ଟସ୍ ତାଲିମପ୍ରାପ୍ତ ଏହି ନିୟମରେ ଅନ୍ତର୍ଭୁକ୍ତ ନଥିବା ବେଳେ ସମ୍ପୃକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ବାରମ୍ବାର ସ୍ପଟିକରଣ ମାଗିବା ନେଇ ସଂଘ ବାଧ୍ୟ ହୋଇ ଚଳିତ ମାସ ୨୧ ତାରିଖରେ ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରିବ ବୋଲି ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟଯେ, MACPS ସମ୍ବନ୍ଧରେ ସମ୍ପୃକ୍ତ କାର୍ଯ୍ୟାଳୟ ସ୍ପଷ୍ଟିକରଣ ମାଗିବା ପରେ ସମ୍ପୃକ୍ତ କାର୍ଯ୍ୟାଳୟର ଅଧସ୍ତନ କର୍ମଚାରୀ ଏହାକୁ ଜାଣିଶୁଣି ବିଭିନ୍ନ ଆଳ ଦେଖାଇ କାର୍ଯ୍ୟକାରୀ କରୁନାହାଁନ୍ତି ବୋଲି ସଂଘ ଅଭିଯୋଗ କରିଛି। ଚଳିତ ମାସ ୨୦ ତାରିଖ ସୁଦ୍ଧା ସମ୍ପୃକ୍ତ କାର୍ଯ୍ୟାଳୟ ଏହି ବର୍ଗର କର୍ମଚାରୀଙ୍କ ପ୍ରତି MACPS କାର୍ଯ୍ୟକାରୀ ନ କଲେ ୨୧ରେ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ ଜାରି ରହିବ ବୋଲି ସଂଘ ସଭାପତି ଅଶୋକ ଚୌଧୁରୀ ଓ ସାଧାରଣ ସମ୍ପାଦକ ଅରୁଣ ପରିଡ଼ା ପ୍ରେସ୍ ଇସ୍ତାହାରରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.