ad
ଓଡ଼ିଶା

ଅନୈତିକ ପ୍ରେମ ସମ୍ପର୍କ: ନିଜ ସ୍ୱାମୀ ହତ୍ୟା କରାଇବା ଅଭିଯୋଗ, ଅଭିଯୁକ୍ତ ପ୍ରେମିକ ଗିରଫ, ଏବେ ପ୍ରେମିକାକୁ ଗିରଫ ପାଇଁ ଦାବି କରୁଛି ପ୍ରେମିକ

ଟିଟିଲାଗଡ଼ ୨୫-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଗଡେର ଗ୍ରାମ ପୋଖରୀ ନିକଟରେ ଗତ ୧୯ ତାରିଖରେ ଘଂଟବାହାଲି ଗ୍ରାମର ପରିଚୟ ଛତରଙ୍କ ପୁଅ ରାଜେନ୍ଦ୍ର ଛତରଙ୍କୁ ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରା ଯାଇଥିଲା। ପୋଲିସ ଏ ଘଟଣା ଉପରୁ ପରଦା ଉଠେଇ ବାରେ ସଫଳ ହୋଇ ପାରିଛି। ସୂଚନାଯୋଗ୍ୟ ଯେ ରାଜେନ୍ଦ୍ରଙ୍କ ସ୍ତ୍ରୀ ମୁରିବାହାଲ ଥାନା ଅନ୍ତର୍ଗତ ଦେଶୀଲ ଗ୍ରାମରେ ବିବାହ ପୂର୍ବରୁ ଦୀର୍ଘ ୧୨ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଏପରିକି ଉଜ୍ଜ୍ବଳଙ୍କ ପରିବାର ଲୋକେ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ, ହେଲେ ଉଜ୍ଜ୍ବଳଙ୍କ ପରିବାରର ଆର୍ଥିକ ସ୍ଥିତି ଠିକ ନ ଥିବାରୁ ରାଜେନ୍ଦ୍ରଙ୍କ ସ୍ତ୍ରୀଙ୍କ ପରିବାର ଲୋକ ମନା କରିଦେଇଥିଲେ। ହେଲେ ବିବାହ ପରେ ମଧ୍ୟ ଉଜ୍ଜ୍ବଳ ଓ ରାଜେନ୍ଦ୍ରଙ୍କ ସ୍ତ୍ରୀ ଦୁହିଁଙ୍କ ସମ୍ପର୍କ ରହିବା ସହ ଫୋନ ଯୋଗେ କଥାବାର୍ତ୍ତା ଚାଲିଥିଲା। ଏହାକୁ ନେଇ ରାଜେନ୍ଦ୍ରଙ୍କ ପରିବାର ଲୋକେ ଅନେକ ଥର ପାଟିତୁଣ୍ଡ ବି ହେଉଥିବା ବେଳେ ରାଜେନ୍ଦ୍ର କୁ ଲୋକ ଲଗେଇ ମାରିଦେବି ବୋଲି ଧମକ ଦେଇ ଆସୁଥିଲା। ସରଳ ଓ ଦିନ ମଜୁରିଆ କାମ କରି ପରିବାର ଚଳାଉଥିବା ରାଜେନ୍ଦ୍ର ଏ ନେଇ ବିଶେଷ ଧ୍ୟାନ ଦେଉ ନ ଥିଲା। ଗତ ୧୯ ତାରିଖରେ ରାଜେନ୍ଦ୍ର କାମ କରି ଘରକୁ ଫେରିବା ବାଟରେ ଉଜ୍ଜ୍ୱଳ ଓ ତାର ଜଣେ ସାଙ୍ଗ ଶୌଚ ପାଇଁଥିବା ପୋଖରୀ ନିକଟରେ ଭେଟ ହୋଇ ଥିଲେ। ଉଜ୍ଜ୍ୱଳ ଓ ରାଜେନ୍ଦ୍ରର ସ୍ତ୍ରୀର ପୂର୍ବ ଯୋଜନା ମୁତାବକ ଏହି ଖବର ଫୋନରେ ଦେବା ସହ ରାସ୍ତାରୁ ଅଲଗା କରିବା ପାଇଁ ସ୍ଥିର କରିଥିଲେ। ରାଜେନ୍ଦ୍ର ସହ ଭେଟ ହେଲା ପରେ ରାଜେନ୍ଦ୍ର ସହ ପରିଚିତ ଉଜ୍ଜ୍ବଳ ଗାଡିରେ ପେଟ୍ରୋଲ ଭରିବା କହି ତିନି ଜଣ ଗାଡିରେ ଯାଇ ୧୨ ଟି ଦେଶୀ ମଦପାଉଚ ଓ ୪ ଟି କୋଲ ଡ୍ରିଙ୍କ୍ସ ଆଣି ପୋଖରି ନିକଟରେ ପିଇଥିଲେ। ରାଜେନ୍ଦ୍ରକୁ ନିଶା ହେଇଯିବା ପରେ ବେକରେ ଗାମୁଛା ଗୁଡ଼ାଇ ଚିପି ହତ୍ୟା କରିଥିଲା। ପରେ ତାକୁ ଟେକି ଆଣି ଗାଡିରେ ଲଦି ଗାଡି ଷ୍ଟାର୍ଟ କରି ଚଡ଼ିଦେବାରୁ ଗାଡି ସହ ପଡିଯାଇଥିବା ରାଜେନ୍ଦ୍ର ମୁଣ୍ଡରେ ଏକ ପଥର ଆଣି କଚାଡି ଦେଇ ଫେରାର ହୋଇଯାଇଥିଲେ। ତା’ ପରଦିନ ଟିଟିଲାଗଡ଼ ପୋଲିସ ଖବର ପାଇ ଥାନାଧିକାରୀ ଏସ ଡି ପି ଓ ସୁରେନ୍ଦ୍ର ନାରାୟଣ ଶତପଥୀ, ଥାନାଧିକାରୀ ପ୍ରଭାତ ରଂଜନ ମହାନ୍ତି,ଏସ ଆଇ ମନୋଜ ମୁଣ୍ଡା, ମୋହିନୀ ମଲ୍ଲିକ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ଥାନାଧିକାରୀ ଶ୍ରୀ ମହାନ୍ତି ଏ ନେଇ ମାମଲା ସଂଖ୍ୟା ୧୧୪/୧୯ କ୍ରମେ ରୂଜୁ କରି ଥିବା ବେଳେ ଗିରଫ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉଜ୍ଜ୍ବଳ ରଣାକୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଜେଲରେ ରହିଛି।

ଏ ନେଇ ଉଜ୍ଜ୍ବଳ ବାଗ ରାଜେନ୍ଦ୍ରର ସ୍ତ୍ରୀ କୁ ମଧ୍ୟ ଗିରଫ କରାଯାଉ ସେ ମୋତେ ଉସୁକେଇ ଥିଲା ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି। ଉଜ୍ଜ୍ବଳର ସାଙ୍ଗ ଫେରାର ହୋଇଯାଇଥିବା ବେଳେ ଠୋସ ପ୍ରମାଣ ଅଭାବରୁ ରାଜେନ୍ଦ୍ର ସ୍ତ୍ରୀକୁ ଗିରଫ କରି ନ ଥିବା ପୋଲିସ ସୂଚନା ଦେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top