Home ଜାତୀୟ ମୋଦୀଙ୍କୁ ବିଛା ସହ ତୁଳନା କଲେ ଶଶୀ ଥରୁର!

ମୋଦୀଙ୍କୁ ବିଛା ସହ ତୁଳନା କଲେ ଶଶୀ ଥରୁର!

836

ପାକିସ୍ଥାନ ହୋଇଥିଲେ ମୁହଁ ବନ୍ଦ କରିଦିଆ ଯାଇଥାଆନ୍ତା:ଗିରିରାଜ ସିଂହ
ଭୁବନେଶ୍ୱର;୨୮,ଅକ୍ଟୋବର:କଂଗ୍ରେସ ନେତା ଶଶୀ ଥରୁର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭଗବାନ ଶିବଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି।ଶଶୀ ଥରୁର ମୋଦୀଙ୍କୁ ବିଛା ସହ ତୁଳନା କରି ରାଜନୈତିକ ଝଡ଼ ସୃଷ୍ଟି କରିଦେଇଛନ୍ତି।ଜଣେ ଅଜ୍ଞାତ ଆରଏସଏସ କାର୍ଯ୍ୟକର୍ତ୍ତା ଏବଂ ଜଣେ ସାମ୍ବାଦିକଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା କଥା କହି ଶଶୀ ଥରୁର କହିଥିଲେ ଯେ ଆରଏସଏସ ପାଇଁ ମୋଦୀ ଶିବଲିଙ୍ଗ ଉପରେ ବସିଥିବା ଏକ ବିଛା ପରି।ଯାହାକୁ ହାତରେ ହଟାଇ ଯାଇପାରିବନି କି,ଚପଲରେ ବି ମରାଯାଇ ପାରିବିନି।ଯଦି ହାତରେ ହଟାଯିବ ତେବେ ସେ ଭୟଙ୍କର ଭାବରେ ଦଂଶନ କରିବ।କୌଣସି ଜଣେ ସାମ୍ବାଦିକଙ୍କ କଥା କହି ସଂପୃକ୍ତ ସାମ୍ବାଦିକଙ୍କୁ ଜଣେ ଆରଏସଏସ ଅଧିକାରୀ ଏପରି କହିଥିବା ଥରୁର କହିଥିଲେ।

ଥରୁରଙ୍କ ଏପରି ମନ୍ତବ୍ୟ ପରେ ରାଜନୈତିକ ଝଡ଼ ଆରମ୍ଭ ହୋଇ ଯାଇଛି।ବିଜେପି ପକ୍ଷରୁ ଏପରି ମନ୍ତବ୍ୟକୁ ଦୃଢ଼ ଭାବରେ ବିରୋଧ କରାଯାଇଛି।ଏବଂ ଏଥିନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଜେପି କହିଛି।କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଥରୁର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦେବାଦେବୀଙ୍କର ଅପମାନ କରିଛନ୍ତି।ଏହା ବରଦାସ୍ତ କରାଯିବ ନାହିଁ।ସେ କହିଲେ ଯେ ରାହୁଲ ଗାନ୍ଧୀ ନିଜକୁ ଶିବଭକ୍ତ କହୁଛନ୍ତି, ଏଣେ କଂଗ୍ରେସର ନେତା ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରୁଛନ୍ତି।ରାହୁଲ ଗାନ୍ଧୀ ଏଥିନେଇ କ୍ଷମା ମାଗିବା ଉଚିତ।ଏଣେ ଶଶୀ ଥରୁରଙ୍କର ଏପରି ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କଡ଼ା ବିରୋଧ କରି କହିଛନ୍ତି ଏହା ହିନ୍ଦୁସ୍ଥାନ।ଯଦି ପାକିସ୍ଥାନ ହୋଇଥାଆନ୍ତା,ତେବେ ଥରୁରଙ୍କ ମୁହଁ ବନ୍ଦ କରିଦିଆ ଯାଇଥାଆନ୍ତା।ସୂଚନାଯୋଗ୍ୟ ଯେ ଶଶୀ ଥରୁର ଏପରି ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଇ ଆସୁଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.