Home ଆନ୍ତର୍ଜାତୀୟ ଏହି ଅବିବାହିତ ବ୍ୟକ୍ତି, ନିଜକୁ “ମାଗଣା ଦ୍ରବ୍ୟ” ବୋଲି କହି ଦେଇଥିଲେ ଫେସବୁକ୍ ରେ ବିଜ୍ଞାପନ...

ଏହି ଅବିବାହିତ ବ୍ୟକ୍ତି, ନିଜକୁ “ମାଗଣା ଦ୍ରବ୍ୟ” ବୋଲି କହି ଦେଇଥିଲେ ଫେସବୁକ୍ ରେ ବିଜ୍ଞାପନ – ହେଲେ କାହିଁକି ?

216

ନୂଆ ଦିଲ୍ଲୀ ୧-୧୦ (ଓଡ଼ିଆ ପୁଅ) ପ୍ରେମ ଖୋଜୁଥିବା ଅବିବାହିତ ବ୍ୟକ୍ତି ଆଲାନ୍। ପାରମ୍ପାରିକ ଡେଟିଂ ଆପରେ ତାଙ୍କର ଅସଫଳତା କାରଣରୁ ହତାଶ ହେବା ପରେ କେଟରଙ୍ଗର ୩୦ ବର୍ଷିୟ ଆଲାନ୍ କ୍ଲିଟନ୍ ନିଜକୁ ‘ମୁକ୍ତ’ ଏବଂ ‘ଭଲ / ବ୍ୟବହୃତ’ ଦ୍ରବ୍ୟ ତାଲିକାରେ ତାଲିକାଭୁକ୍ତ କରି ଏକ ବିଜ୍ଞାପନ ଦେଇଛନ୍ତି। ତାହା ପୁଣି ଫେସ୍ ବୁକ୍‌ ରେ।

ନିଜକୁ ଜଣେ ‘ଦ୍ରବ୍ୟ ଭାବେ ବିକ୍ରୀ’ କରିବା ପାଇଁ ଏକ ବିଜ୍ଞାପନ ଫେସବୁକ୍ ପେଜରେ ଦେବା ପରେ ଏବେ ତାଙ୍କର ଫେସବୁକ୍ ଇନବକ୍ସ ପରିପୂର୍ଣ୍ଣ ହୋଇଯାଇଛି।

ଏହି ଲରୀ ଡ୍ରାଇଭର ଫେସବୁକରେ ସ୍ଥାନୀୟ କ୍ଲାସିଫାଏଡ୍ ବିଜ୍ଞାପନ ପୃଷ୍ଠାରେ ପୋଷ୍ଟ କରିବାକୁ ସ୍ଥିର କରିଥିଲେ ଏବଂ ଯେତେବେଳେ ତାଙ୍କ ଇନବକ୍ସକୁ ବ୍ରିଟେନର ମହିଳାମାନଙ୍କ ବାର୍ତ୍ତା ଭରିଗଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପର୍ଯ୍ୟନ୍ତ ଏଥିରେ କେବଳ ଜଣେ ଡେଟିଂ କରିଥିଲେ, ଯାହା ଦୁର୍ଭାଗ୍ୟବଶତଃ ସଂଯୋଗ ହୋଇପାରିନଥିଲା। କିନ୍ତୁ ଆଲାନ୍ ଆଶା କରୁଛନ୍ତି ଯେ ତାଙ୍କର ଅଣପରମ୍ପରାଗତ ଆଭିମୁଖ୍ୟ ତାଙ୍କୁ ତାଙ୍କ ଜୀବନର ପ୍ରେମ ଖୋଜିବାରେ ସାହାଯ୍ୟ କରିବ।

ସ୍କୁଲରୁ ଉପଯୁକ୍ତ ଗାର୍ଲଫ୍ରେଣ୍ଡ ହୋଇପାରି ନଥିବା ଆଲାନ କହିଛନ୍ତି ଯେ, ସେ ତାଙ୍କର ସମସ୍ତ ସାଙ୍ଗମାନଙ୍କ ପରି ବିବାହ କରିବାକୁ ଏବଂ ସନ୍ତାନ ଜନ୍ମ କରିବାକୁ ପ୍ରସ୍ତୁତ ଇଚ୍ଛୁକ। ଆଲାନ୍ କୁହନ୍ତି, “ମୁଁ ଟିଣ୍ଡର ପରି ଅନେକ ପାରମ୍ପାରିକ ଆପ୍ ରେ ଗାର୍ଲଫ୍ରେଣ୍ଡ ଖୋଜିବାକୁ ଚେଷ୍ଟା କରିଥିଲି କିନ୍ତୁ ପ୍ରକୃତରେ କିଛି ଫଳ ମିଲି ନଥିଲା, ତେଣୁ ମୁଁ ଇ-ହାରମୋନି ସାଇନ୍ ଅପ୍ କରିବାକୁ ଯାଇଥିଲି। ‘ସେମାନେ ମୋତେ ଅନେକ ପ୍ରଶ୍ନ ପଚାରିଥିଲେ ଏବଂ ମୁଁ ହଠାତ୍ ଭାବିଲି କାହିଁକି ମୁଁ କେବଳ ଅନଲାଇନ୍ ରେ ବିଜ୍ଞାପନ ପୃଷ୍ଠାରେ ନିଜକୁ ଦ୍ରବ୍ୟ ଭାବେ ବିଜ୍ଞାପନ ଦେବିନାହିଁ।”

‘ମୁଁ କେବଳ ଦୁଇଟି ଜିନିଷ ଦେଖିବାକୁ ଚେଷ୍ଟା କରୁଥିଲି, ଲୋକମାନେ ମଜା ନେଉଛନ୍ତି କି ପ୍ରକୃତରେ କାହାକୁ ଖୋଜୁଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ପ୍ରତିକ୍ରିୟା ଆଶ୍ଚର୍ଯ୍ୟଜନକ ଥିଲା।’

ଫେସବୁକରେ ବିଜ୍ଞାପନରେ ଲେଖାଥିଲା : ‘ନମସ୍କାର, ମହିଳାମାନେ। ମୁଁ ଆଲାନ୍ ମୋର ବୟସ ୩୦ ବର୍ଷ ମୁଁ କଥାବାର୍ତ୍ତା ହେବାକୁ ଜଣେ ସୁନ୍ଦର ତରୁଣୀ ଖୋଜୁଛି, ବୋଧହୁଏ ଅଧିକ ମଧ୍ୟ କିଛି ଚାହୁଁଛି, ଯେହେତୁ ମୁଁ ଅନେକ ବିବାହ ଉତ୍ସବ ଯାଇଛି ଏବଂ ଏକୁଟିଆ ଯାଇଛି, କିନ୍ତୁ ବର୍ତ୍ତମାନଠାରୁ ଆଉ ଏକୁଟିଆ ଯିବାକୁ ଚାହେୁ ନାହିଁ।LOL ମୁଁ ଡେଟିଂ ସାଇଟ୍ ଅନେକ ଚେଷ୍ଟା କଲି କିନ୍ତୁ ଭାଗ୍ୟରେ ନଥିଲା ତେଣୁ ଭାବିଲି ମୁଁ ଏପରି କରିବି।LOL

ଆଖପାଖ ଅଞ୍ଚଳରେ ବିକ୍ରୟ ହେବା ପାଇଁ ଆଇଟମ୍ ଗୁଡିକ ମଧ୍ୟରେ ଏହି ବିଜ୍ଞାପନଟି ଫେସବୁକ୍ ଗ୍ରୁପ୍ ରେ ପ୍ରାୟ ଅନେକ ଥର ସେୟାର କରାଯାଇଛି ଏବଂ ସମର୍ଥକମାନେ ଦେଶରୁ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ତାଙ୍କ ପିତାମାତା ଏବଂ ତାଙ୍କର ଦୁଇ ଭାଇଭଉଣୀଙ୍କ ସହ ଘରେ ରହୁଥିବା ଆଲାନ୍ କେବଳ ମନ୍ତବ୍ୟ ପଢ଼ି ଶୁଭକାମନା ବାର୍ତ୍ତା ଗ୍ରହଣ କରୁଛନ୍ତି। ଅନେକ ଲୋକ ତାଙ୍କୁ ତାଙ୍କର ଏହି ଅଜବ ବିଜ୍ଞାପନ ପାଇଁ ଅଭିନନ୍ଦନ ଝଣାଇବା ସହିତ ଜଣେ ମହିଳା ଖୋଜିବା ପାଇଁ ତାଙ୍କୁ ସଫଳତାର କାମନା କରଛନ୍ତି।

ଏହି ମନ୍ତବ୍ୟ ଗୁଡ଼ିକ ମଧ୍ୟରୁ କେତେକ ମନ୍ତବ୍ୟ ହେଉଛି —

‘ଏହି ପୋଷ୍ଟ କରି ଭଲ କାମ କରିଛନ୍ତି। ଥରେ ଆପଣ ଯଦି କାହାକୁ ପାଆନ୍ତି, ଦୟାକରି ନିଜ ବାହୁରେ ଉକ୍ତ ମହିଳାଙ୍କ ସହିତ ପୁନର୍ବାର ପୋଷ୍ଟ କରିବେ।’

ଅନେ- ଏକ ମନ୍ତବ୍ୟ ‘ଶୁଭକାମନା, ସଠିକ୍ ମହିଳା ଦେଖାଯାଉଛନ୍ତି ଯେ, ସେ ସେଠାରେ ଜଣେ ଭଲ ପାଇବାକୁ ଅପେକ୍ଷା କରିଛନ୍ତି।”

ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି: ‘ଆପଣଙ୍କ ମଧ୍ୟରୁ ଜଣେ ଅବିବାହିତ ମହିଳା ଏହି ସୁନ୍ଦର ବ୍ୟକ୍ତିଙ୍କୁ ବାଛିବା ଉଚିତ୍। ଆଶାକରେ ତୁମେ ଶୀଘ୍ର ପାଇବ, ଆଲାନ୍।’

ଆଲାନଙ୍କ ବାପା ଫ୍ରାଙ୍କ କହିଛନ୍ତି ଯେ, “ସେ ଆଶା କରୁଛନ୍ତି ଯେ କେହି ଜଣେ ଆଲାନଙ୍କୁ ସୁଯୋଗ ଦେବେ। ସେ ଯେତେବେଳେ ବିଜ୍ଞାପନ ଦେଇଥିଲେ ସେତେବେଳେ ମୁଁ ଆଶ୍ଚର୍ଯ୍ୟଜନକ ହୋଇଥିଲି।”

ସେ ଜଣେ ଉତ୍ତମ ବାଳକ। ସେ ସମସ୍ତଙ୍କୁ ସାହାଯ୍ୟ କରନ୍ତି। କଥା ମାନନ୍ତି ସମ୍ମାନ ଦିଅନ୍ତି। ଆମେ ତାଙ୍କୁ ଯାହା କରିବାକୁ କହିବୁ ସେ ତାହା କରନ୍ତି”

‘ଆମେ ନିଶ୍ଚିତ ଭାବେ ତାଙ୍କୁ ଖୁସି ଦେଖିବାକୁ ଚାହୁଁଛୁ। ସେ ରାନ୍ଧି ପାରନ୍ତି, ତାଙ୍କର ସମସ୍ତ କପଡ଼ା ନିଜେ ସଫା କରନ୍ତି, ଆମର କୁକୁର ମିଣ୍ଡିଙ୍କୁ ବୁଲାଇବାକୁ ନେଇଥାନ୍ତି। ସେ ଜଣେ ଭଲ ମାମୁଁ, ସେ ତାଙ୍କ ଭଉଣୀ ମିଲିଙ୍କ ସହ ଭଲରେ ଅଛନ୍ତି।” ବୋଲି ତାଙ୍କ ଭାଣେଜୀ ମନ୍ତବ୍ୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.