Home Top News ଆଉ ଗୋଟେ ସପ୍ତାହ ପାଇଁ ଦିଲ୍ଲୀରେ ପଡ଼ିବ ତାଲା – ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କ ଘୋଷଣା

ଆଉ ଗୋଟେ ସପ୍ତାହ ପାଇଁ ଦିଲ୍ଲୀରେ ପଡ଼ିବ ତାଲା – ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କ ଘୋଷଣା

46

ନୂଆ ଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ଆଉ ଗୋଟେ ସପ୍ତାହ ପାଇଁ ଦିଲ୍ଲୀରେ ପଡ଼ିବ ତାଲା – ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କ ଘୋଷଣା। ଦିଲ୍ଲୀରେ କମୁଛି ସଂକ୍ରମଣ। ଗତ ମାସରୁ ଦିଲ୍ଲରେ ଲକ୍ଡାଉନ୍ ଚାଲିଛି। ଅନିୟନ୍ତ୍ରୀତ କରୋନା ସଂକ୍ରମଣ ଏବେ ଦିଲ୍ଲୀରେ ନିୟନ୍ତ୍ରଣକୁ ଆସିଛି। ତେବେ ଆଜି ପୁଣି ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀରେ ଲକ୍ଡାଉନ୍ କୁ ବୃଦ୍ଧି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ।

ଆଉ ଏକ ସପ୍ତାହ କଠୋର ଲକଡାଉନ୍ ଦିଲ୍ଲୀରେ ବୃଦ୍ଧି ପାଇଛି। ଏହାକୁ ମିଶାଇ ବର୍ତ୍ତମାନ ୫ ସପ୍ତାହ ଲକଡାଉନ୍ ହୋଇଛି ଦିଲ୍ଲୀ। ଦିଲ୍ଲୀରେ ଲକଡାଉନ୍ ର ଅବଧି ଏବେ ଏକ ସପ୍ତାହ ବଢ଼ାଇ ମଇ ୨୪ ପର୍ଯ୍ୟନ୍ତ କରାଯାଇଛି। ଏହା ଆସନ୍ତା କାଲି ସମାପ୍ତ ହେବାର ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.