Home Coronavirus Outbreak ଲକଡାଉନ୍ ଅବଧି ଜୁନ୍ ୩୦ କୁ ବୃଦ୍ଧି – ଜାଣନ୍ତୁ କ’ଣ ଖୋଲିବ, କ’ଣ ବନ୍ଦ...

ଲକଡାଉନ୍ ଅବଧି ଜୁନ୍ ୩୦ କୁ ବୃଦ୍ଧି – ଜାଣନ୍ତୁ କ’ଣ ଖୋଲିବ, କ’ଣ ବନ୍ଦ ରହିବ

10924

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। କରୋନାଭାଇରସ୍ ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା କମିବାରନାଁ ନେଉନାହିଁ। ମହାମାରୀ କାରଣରୁ କେବଳ ଲୋକଙ୍କର ଜୀବିକା ପ୍ରଭାବିତ ହୋଇନାହିଁ ଏହାସହ ସମଗ୍ର ବିଶ୍ୱରେ ପ୍ରମୁଖ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି ମଧ୍ୟ। ଭାରତରେ ବର୍ତ୍ତମାନ ୧୬୫, ୭୯୯ କରୋନା ଆକ୍ରାନ୍ତ ଥିବା ବେଳେ ୪, ୭୦୬ ମୃତ୍ୟୁ ହୋଇଛି। ଏପରି ସ୍ଥଳେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଲକଡାଉନ୍ ଅବଧିକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ରେ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନାଭାଇରସ୍ କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ ଥିବା ଲକଡାଉନ୍ ନିୟମକୁ ପର୍ଯ୍ୟାୟକ୍ରମେ ପୁନଃ ଖୋଲିବା ପାଇଁ କେନ୍ଦ୍ର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଆଜି ଏହି ନିର୍ଦ୍ଦେଶ ଜାରି କରିଛି। ନୂତନ ନିର୍ଦ୍ଦେଶାବଳୀ ଜୁନ୍ ୧ ରୁ ଲାଗୁ ହେବ ଏବଂ ଜୁନ୍ ୩୦, ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।
– ଧାର୍ମିକ ସ୍ଥଳ ମଲ୍, ରେଷ୍ଟୁରାଣ୍ଟଗୁଡିକ କଣ୍ଟେଣ୍ଟମେଣ୍ଟ ଜୋନ୍ ବ୍ୟତୀତ ଜୁନ୍ ୮ ରୁ ଖୋଲିପାରିବ।
– ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାତିର କର୍ଫ୍ୟୁକୁ କୋହଳ କରାଯାଇଛି, ବର୍ତ୍ତମାନ ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ସ୍କୁଲ-କଲେଜ୍‌ ଖୋଲିବା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡି ଦିଆଯାଇଛି। ଜୁଲାଇ ମାସରେ ରାଜ୍ୟ ସରକାର ଏହା ଉପରେ ନିଷ୍ପତ୍ତି ନେବେ। କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ବାକି ଅଞ୍ଚଳ ପର୍ଯ୍ୟାକ୍ରମେ ଖୋଲିବାକୁ ନିଷ୍ପତ୍ତି ହୋଇଛି।
ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଜୁନ ୮ରୁ ସେଲୁନ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। କିନ୍ତୁ ସର୍ତ୍ତମୂଳକ।
– ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ହେଲେ ପାସ୍‌ ଦେଖାଇବା ଜରୁରୀ ନାହିଁ।
– ମେଟ୍ରୋ ସେବା, ଜିମ୍, ସୁଇମିଂ ପୁଲ୍, ସିନେମା ହଲ ବନ୍ଦ ରହିବ।
– ସ୍କୁଲ, କଲେଜ୍, ଶିକ୍ଷା ସଂସ୍ଥା ଓ କୋଚିଂ ସଂସ୍ଥା ଆଦି ଖୋଲିବାକୁ ଅନୁମତି ଦିଆଯିବ। ଏଥିପାଇଁ ପ୍ରଥମେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଆଲୋଚନା କରାଯିବ। ଏହା ପରେ ଯାଇ ନିଷ୍ପତ୍ତି ନିଆଯିବ।
– ଅନ୍ତରାଷ୍ଟ୍ରୀୟ ଉଡାଣ, ମେଟ୍ରୋ ରେଲ୍, ସିନେମା ହଲ୍‌, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଆଦି ଖୋଲିବାକୁ ଅନୁମତି ମିଳିବ। ଏଥିପାଇଁ ପ୍ରଥମେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଆଲୋଚନା କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.