Home ଆନ୍ତର୍ଜାତୀୟ ଲେବାନନର ରାଜଧାନୀରେ ଶକ୍ତିଶାଳୀ ବିଷ୍ପୋରଣ ୭୮ ମୃତ, ୪ ହଜାରରୁ ଅଧିକ ଆହତ

ଲେବାନନର ରାଜଧାନୀରେ ଶକ୍ତିଶାଳୀ ବିଷ୍ପୋରଣ ୭୮ ମୃତ, ୪ ହଜାରରୁ ଅଧିକ ଆହତ

264

ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଲେବାନନର ରାଜଧାନୀ ବିରୁଟରେ ଶକ୍ତିଶାଳୀ ବିଷ୍ପୋରଣ ହେବା ଫଳରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ଶତାଧିକ ଗୁରୁତର ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏଠାରେ ଦୁଇଟି ବିସ୍ଫୋରଣ ହୋଇଥିଲା, ଗୋଟିଏ ଛୋଟ ଏବଂ ଅନ୍ୟଟି ବହୁତ ବଡ। ସହରବାସୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏବଂ ସୋସିଆଲ ମିଡିଆରେ ସେୟାର କରାଯାଇଥିବା, ବିସ୍ଫୋରଣ ଭିଡ଼ିଓ ଏତେ ଶକ୍ତିଶାଳୀ ଥିଲା ଯେ, ସାରା ସହରରେ ଏହା ପ୍ରଭାବରେ ଝରକାଗୁଡ଼ିକ ଭାଙ୍ଗିଯାଇଥିଲା ଏବଂ ଅନେକ କିଲୋମିଟର ବ୍ୟାସାର୍ଦ୍ଧରେ ଆପାର୍ଟମେଣ୍ଟଗୁଡ଼ିକର ବାଲକୋନି ଭୁଶୁଡି ପଡିଥିଲା।

ଲେବାନନର ପ୍ରଧାନମନ୍ତ୍ରୀ ହାସନ ଡିଆବ କହିଛନ୍ତି ଯେ, ବିରୁଟ ବନ୍ଦରରେ ବିସ୍ଫୋରଣ ଘଟିଥିବା ବେଳେ ଆନୁମାନିକ ୨୭୫୦ ଟନ୍ ଆମୋନିଅମ୍ ନାଇଟ୍ରେଟ୍ ରେ ନିଆଁ ଲାଗିଥିଲା। ସେ କହିଛନ୍ତି ଯେ କେମିକାଲ୍ ଛଅ ବର୍ଷ ଧରି ଗୋଦାମରେ ଅସୁରକ୍ଷିତ ଭାବରେ ରହିଥିଲା ଏବଂ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡ ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.