Home Top News ଧାମରାରୁ ୪୦ କିଲୋମିଟର ପୂର୍ବ ଏବଂ ବାଲେଶ୍ୱରର ୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ୟାସ୍ ସାଇକ୍ଲୋନ୍ କେନ୍ଦ୍ରିତ,...

ଧାମରାରୁ ୪୦ କିଲୋମିଟର ପୂର୍ବ ଏବଂ ବାଲେଶ୍ୱରର ୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ୟାସ୍ ସାଇକ୍ଲୋନ୍ କେନ୍ଦ୍ରିତ, ମଧ୍ୟାହ୍ନରେ ଲ୍ୟଣ୍ଡଫଲ କରିବ

177

ଧାମରାରୁ ୪୦ କିଲୋମିଟର ପୂର୍ବ ଏବଂ ବାଲେଶ୍ୱରର ୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ୟାସ୍ ସାଇକ୍ଲୋନ୍ କେନ୍ଦ୍ରିତ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ବିଶେଷକରି ଧାମରାର ଉତ୍ତର ଏବଂ ବାଲେଶ୍ୱର ଦକ୍ଷିଣରେ ୨୬ ତାରିଖ ମଧ୍ୟାହ୍ନରେ ୧୩୦-୧୪୦KMPH ପବନ ସହିତ ଏକ ଅତିଭୟଙ୍କର ବାତ୍ୟା ଭାବରେ ଲ୍ୟଣ୍ଡଫଲ କରିବ।

ବାତ୍ୟା ପୂର୍ବରୁ ଭଦ୍ରକ ଜିଲ୍ଲାର ଧାମରାରେ ପ୍ରବଳ ପବନ ଓ ବର୍ଷା

୧୩୦-୧୪୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହୁଛି ଝଟକା ପବନ ୧୫୫ କିଲୋମିଟର ପର୍ଯ୍ୟନ୍ତ ଗତି କରୁଛି।

ଗତ ୦୬ ଘଣ୍ଟା ମଧ୍ୟରେ ପ୍ରାୟ ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।

ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି ଏବଂ ବୁଧବାର ଦିନ ସକାଳ ସୁଦ୍ଧା ଧାମରା ବନ୍ଦର ନିକଟରେ ଉତ୍ତର ଓଡିଶା ଉପକୂଳରେ ପହଞ୍ଚିବ।

ବୁଧବାର ମଧ୍ୟାହ୍ନରେ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣ ମଧ୍ୟରେ ଉତ୍ତର ଓଡିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ବହୁତ ଅଧିକ।

ଏହି ସମୟରେ ପବନର ବେଗ ୧୩୦-୧୪୦ କିମି ପ୍ରତି ଘଣ୍ଟା ହୋଇପାରେ। ଝଟକା ପବନ ୧୫୫ କି.ମି ପ୍ରତି ଘଣ୍ଟା ହୋଇପାରେ ବୋଲି ପାଣିପାଗ ବିଭାଗର ସଦ୍ୟତମ ସୂଚନା।

ଅତ୍ୟଧିକ ଭୟଙ୍କର ବାତ୍ୟା ୟାସ୍ ୨୬ ତାରିଖ ବୁଧବାର ମଧ୍ୟାହ୍ନରେ ଧାମରା ଏବଂ ବାଲେଶ୍ୱର ମଧ୍ୟରେ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଭାରତ ପାଣିପାଗ ବିଭାଗ ଆକଳନ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.