Home Top News ‘ୟାସ୍’ ଅପ୍‌ଡେଟ୍‌ – ଅତି ଭୟଙ୍କର ବାତ୍ୟା ‘ୟାସ୍’ – ଧାମରାରୁ ପ୍ରାୟ ୬୦ କିଲୋମିଟର...

‘ୟାସ୍’ ଅପ୍‌ଡେଟ୍‌ – ଅତି ଭୟଙ୍କର ବାତ୍ୟା ‘ୟାସ୍’ – ଧାମରାରୁ ପ୍ରାୟ ୬୦ କିଲୋମିଟର ଦୂରରେ, ୧୫ କିଲୋମିଟର ବେଗରେ ମାଡ଼ି ଆସୁଛି

266

୨୬-୦୫ (୦୪୩୦ ଘଣ୍ଟା IST) ଅବଜରଭେସନ୍ ଉପରେ ଆଧାର କରି

ଅତି ଭୟଙ୍କର ବାତ୍ୟା ‘ୟାସ୍’ (୨୬ ମଇର ୦୪୩୦ ଘଣ୍ଟା ମଧ୍ୟରେ)

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ୨୦.୭ ° ଉତ୍ତର ଅକ୍ଷାଂଶ ଏବଂ ୮୭.୪୫ ° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ।

ଏହା ଧାମରାରୁ ପ୍ରାୟ ୬୦ କିଲୋମିଟର ପୂର୍ବ-ଦକ୍ଷୀଣପୂର୍ବରେ, ପାରାଦୀପଠାରୁ ୯୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବ, ବାଲେଶ୍ୱରଠାରୁ ୧୦୫ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ଦିଘା ଠାରୁ ୧୦୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ।

୧୩୦-୧୪୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହୁଛି ଝଟକା ପବନ ୧୫୫ କିଲୋମିଟର ପର୍ଯ୍ୟନ୍ତ ଗତି କରୁଛି।

ଗତ ୦୬ ଘଣ୍ଟା ମଧ୍ୟରେ ପ୍ରାୟ ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।

ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି ଏବଂ ବୁଧବାର ଦିନ ସକାଳ ସୁଦ୍ଧା ଧାମରା ବନ୍ଦର ନିକଟରେ ଉତ୍ତର ଓଡିଶା ଉପକୂଳରେ ପହଞ୍ଚିବ।

ବୁଧବାର ମଧ୍ୟାହ୍ନରେ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣ ମଧ୍ୟରେ ଉତ୍ତର ଓଡିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ବହୁତ ଅଧିକ।

ଏହି ସମୟରେ ପବନର ବେଗ ୧୩୦-୧୪୦ କିମି ପ୍ରତି ଘଣ୍ଟା ହୋଇପାରେ। ଝଟକା ପବନ ୧୫୫ କି.ମି ପ୍ରତି ଘଣ୍ଟା ହୋଇପାରେ ବୋଲି ପାଣିପାଗ ବିଭାଗର ସଦ୍ୟତମ ସୂଚନା।

ଅତ୍ୟଧିକ ଭୟଙ୍କର ବାତ୍ୟା ୟାସ୍ ୨୬ ତାରିଖ ବୁଧବାର ମଧ୍ୟାହ୍ନରେ ଧାମରା ଏବଂ ବାଲେଶ୍ୱର ମଧ୍ୟରେ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଭାରତ ପାଣିପାଗ ବିଭାଗ ଆକଳନ କରିଛି।

୨୬-୦୫-୨୦୨୧ (୦୨୩୦ ଘଣ୍ଟା) ସ୍ୟାଟେଲାଇଟ୍ ଫଟୋ ଉପରେ ଆଧାର କରି ଏହି ଆକଳନ ପାଣିପାଗ ବିବାଗ କରିଛି।

୧୩୦-୧୪୦ କିଲୋମିଟର ବେଗରେ ପବନ ବେଗ ସହିତ ହୋଇପାରେ।

ଅତି ଭୟଙ୍କର ବାତ୍ୟା ୟାସ୍ ୨୬ ମଇର ୦୨୩୦ ଘଣ୍ଟା ମଧ୍ୟରେ ଧାମରାରୁ ପ୍ରାୟ ୮୫ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ, ପାରାଦୀପର ୯୦ କିଲୋମିଟର ପୂର୍ବରେ, ବାଲେଶ୍ୱରଠାରୁ ୧୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏବଂ ଦିଘାଠାରୁ ୧୩୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ।

ବର୍ତ୍ତମାନ ସମୁଦ୍ରରେ ୧୩୦-୧୪୦ କିଲୋମିଟର ବେଗରେ ପବନ ବହୁଛି ପବନର ଝଟକା ୧୫୫ କିଲୋମିଟର ପର୍ଯ୍ୟନ୍ତ ଗତି କରୁଛି।

ଗତ ୦୬ ଘଣ୍ଟା ମଧ୍ୟରେ ପ୍ରାୟ ୧୨ କିଲୋମିଟର ବେଗ ସହିତ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।

ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ଏବଂ ବୁଧବାର ସକାଳ ସୁଦ୍ଧା ଧାମରା ବନ୍ଦର ନିକଟରେ ଉତ୍ତର ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ଅଛି।

୨୬ ତାରିଖ ପାରାଦୀପ ଏବଂ ସାଗର ଦ୍ୱୀପ ମଧ୍ୟରେ ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣ ମଧ୍ୟରେ ଉତ୍ତର ଓଡିଶା-ପଶ୍ଚିମ ବଙ୍ଗଳା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ।

୨୬ ତାରିଖ ବୁଧବାର ମଧ୍ୟାହ୍ନରେ, ଅତି ଭୟଙ୍କର ବାତ୍ୟାଭାବରେ ଅତିକ୍ରମ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.