Home Coronavirus Outbreak ଦ୍ୱିସ୍ତରୀୟ ଖଦୀ ମାସ୍କ ବିକଶିତ କରିଛି କେଭିଆଇସି; ବିପୁଳ ପରିମାଣରେ ତିଆରି କରିବା ପାଇଁ ପାଇଛି...

ଦ୍ୱିସ୍ତରୀୟ ଖଦୀ ମାସ୍କ ବିକଶିତ କରିଛି କେଭିଆଇସି; ବିପୁଳ ପରିମାଣରେ ତିଆରି କରିବା ପାଇଁ ପାଇଛି ବରାଦ

319

ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) କେଭିଆଇସି ଖୁବ ଶୀଘ୍ର ଜମ୍ମୁ ଓ କଶ୍ମୀରକୁ ୭.୫ ଲକ୍ଷ ମାସ୍କ ଯୋଗାଇବକେଭିଆଇସିର ଅଧ୍ୟକ୍ଷ ପ୍ରତ୍ୟେକ କେଭିଆଇସି କେନ୍ଦ୍ରକୁ ୫୦୦ ଲେଖାଏଁ ମାସ୍କ ମାଗଣାରେ ଜିଲ୍ଲାପାଳମାନଙ୍କୁ ଯୋଗାଇ ଦେବାକୁ ନିବେଦନ କରିଛନ୍ତି 

ଖଦୀ ଏବଂ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି) ସଫଳତାର ସହ ଦୁଇସ୍ତର ବିଶିଷ୍ଟ ଖଦୀ ମାସ୍କ ବିକଶିତ କରିଛି ଏବଂ ବିପୁଳ ପରିମାଣରେ ଏହିଭଳି ମାସ୍କ ଯୋଗାଇ ଦେବାକୁ ବରାଦ ପାଇଛି। ଏହି ସଫଳତା ଆଧାରରେ ଜମ୍ମୁ କଶ୍ମୀର ସରକାର ୭.୫ ଲକ୍ଷ ମାସ୍କ ଯୋଗାଇ ଦେବାପାଇଁ କେଭିଆଇସିକୁ ବରାଦ ଦେଇଛନ୍ତି। ଜମ୍ମୁ ଜିଲ୍ଲାକୁ ୫ ଲକ୍ଷ ମାସ୍କ, ପୁଲୱାମା ଜିଲ୍ଲାକୁ ଏକ ଲକ୍ଷ ଚାଳିଶ ହଜାର, ଉଦ୍ଧମପୁର ଜିଲ୍ଲାକୁ ଏକ ଲକ୍ଷ ଏବଂ କୁପୱାଡା ଜିଲ୍ଲାକୁ ଦଶ ହଜାର ମାସ୍କ ଯୋଗାଇ ଦେବାକୁ କୁହାଯାଇଛି। ଅପ୍ରେଲ ୨୦ ତାରିଖ ସୁଦ୍ଧା ସହକାରୀ ଉନ୍ନୟନ କମିଶନରଙ୍କୁ ଏହି ମାସ୍କ ଯୋଗାଇ ଦେବାପାଇଁ କୁହାଯାଇଛି। କପଡ଼ାରେ ତିଆରି ପୁନଃ ବ୍ୟବହାର ଯୋଗ୍ୟ ଏହି ମାସ୍କର ଲମ୍ବ ୭ ଇଞ୍ଚ ଏବଂ ଚଉଡା ୨ ଇଞ୍ଚ ସହିତ ତିନି ପ୍ଲେଟ୍ସ ଆଧାରିତ ହେବ ଏବଂ ବାନ୍ଧିବା ପାଇଁ ଚାରି କୋଣରେ ଚାରୋଟି ବାନ୍ଧୁଣୀ ରହିବ।

କେଭିଆଇସିର ଅଧ୍ୟକ୍ଷ ଶ୍ରୀ ଭି. କେ. ସାକ୍ସେନା କହିଛନ୍ତି, କେଭିଆଇସି ସ୍ୱତନ୍ତ୍ର ଭାବେ ଖଦୀ କପଡ଼ାରେ ଏହି ଦୁଇ ସ୍ତରୀୟ ମାସ୍କ ଉତ୍ପାଦନ କରୁଛି। ଦୁଇ ସ୍ତର ମଧ୍ୟରେ ୭୦ ପ୍ରତିଶତ ଆର୍ଦ୍ରତା ବଜାୟ ରଖିବା ସହିତ ସହଜରେ ବାୟୁ ଚଳାଚଳ କରିପାରିବ, ଏହା ସହଜରେ ଉପଲବ୍ଧ ହେବା ସହ ଅନ୍ୟାନ୍ୟ ମାସ୍କ ଅପେକ୍ଷା ବ୍ୟୟ ସାପେକ୍ଷ ହେବ।

ଶ୍ରୀ ସାକ୍ସେନା ପୁଣି କହିଛନ୍ତି, ‘ଏହି ମାସ୍କ ଅଧିକ ସ୍ୱତନ୍ତ୍ର କାରଣ ଏହାକୁ ହାତ ବୁଣା ଖଦୀ ବସ୍ତ୍ରରୁ ପ୍ରସ୍ତୁତ କରାଯାଉଛି। ଏହା ମଧ୍ୟ ଦେଇ ଶ୍ୱାସକ୍ରିୟା ଭଲ ଭାବେ ସଂଚାଳିତ ହେବା ସହିତ ପୁନଃ ବ୍ୟବହାର ହୋଇ ପାରିବ, ସଫା କରାଯାଇ ପାରିବ ଏବଂ ଖରାପ ହେବାପରେ ସହଜରେ ମାଟିରେ ମିଶି ଯାଇ ପାରିବ।’

ସମ୍ପ୍ରତି ଜମ୍ମୁ ନିକଟରେ ଥିବା ନାଗ୍ରୋଟା ଖଦୀ ସିଲେଇ କେନ୍ଦ୍ରକୁ ମାସ୍କ ତିଆରି କେନ୍ଦ୍ରରେ ପରିଣତ କରାଯାଇଛି, ଯାହା ଦିନକୁ ୧୦, ୦୦୦ ମାସ୍କ ଉତ୍ପାଦନ କରୁଛି। ଅନ୍ୟ ପକ୍ଷରେ ଶ୍ରୀନଗର ଓ ଏହାର ଆଖପାଖ ଅଂଚଳରେ ଥିବା ଖଦୀ ଅନୁଷ୍ଠାନ ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜିସ) ଗୁଡ଼ିକୁ ମାସ୍କ ତିଆରି କରିବା ପାଇଁ ଅନ୍ୟାନ୍ୟ ବରାଦ ଦିଆଯାଇଛି।

ଏକ ମିଟର ଖଦୀ କପଡ଼ାରେ ଦଶଟି ଦୁଇ ସ୍ତରୀୟ ମାସ୍କ ତିଆରି କରାଯାଇ ପାରିବ। ତେବେ ୭.୫ ଲକ୍ଷ ମାସ୍କ ତିଆରି କରିବା ପାଇଁ ୭୫ ହଜାର ମିଟର ଖଦୀ କପଡ଼ା ବ୍ୟବହାର କରାଯିବ, ଯାହାଦ୍ୱାରା ଖଦୀ ବୁଣାକାରଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ସୁଯୋଗ ସୃଷ୍ଟି କରାଯାଇ ପାରିବ। ଯଦିଓ ଜମ୍ମୁ ଓ କଶ୍ମୀର ଖଦୀ ଅନୁଷ୍ଠାନଗୁଡ଼ିକ ପଶମ ବସ୍ତ୍ର ଉତ୍ପାଦନ କରୁଛନ୍ତି ତେବେ ହରିୟାଣା ଏବଂ ୟୁପି ଖଦୀ ଅନୁଷ୍ଠାନଗୁଡ଼ିକରେ ମାସ୍କ ତିଆରି ପାଇଁ କଟନ୍ କପଡ଼ା ଉତ୍ପାଦନ କରାଯାଉଛି। ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଅନୁମତି ପରେ ଏହିସବୁ କପଡ଼ା ସେଠାକୁ ପଠାଯାଇଛି।

ଅନ୍ୟ ପକ୍ଷରେ ସାରା ଦେଶରେ ସ୍ଥାନୀୟ ପ୍ରଶାସନକୁ ସହାୟତା କରିବା ପାଇଁ କେଭିଆଇସିର ଅଧ୍ୟକ୍ଷ ସମସ୍ତ ଖଦୀ ଅନୁଷ୍ଠାନଗୁଡ଼ିକୁ ନିବେଦନ କରି ନିଜ ନିଜ ଅଂଚଳରେ ବ୍ୟବହାର ଓ ବିତରଣ ପାଇଁ ମାଗଣାରେ ଅତି କମରେ ୫୦୦ ମାସ୍କ ଯୋଗାଇ ଦେବାକୁ କହିଛନ୍ତି। କେଭିଆଇସିର ୨୪୦୦ ସକ୍ରିୟ ଖଦୀ ଅନୁଷ୍ଠାନ ରହିଛି ଏବଂ ଏହି କାର୍ଯ୍ୟକ୍ରମ ଦ୍ୱାରା ସାରା ଦେଶକୁ ୧୨ ଲକ୍ଷ ମାସ୍କ ଯୋଗାଇ ଦିଆଯାଇ ପାରିବ। ଏହି ନିବେଦନ ପରେ ଅନେକ ଖଦୀ ପ୍ରତିଷ୍ଠାନଗୁଡିକ ଜିଲ୍ଲାପାଳମାନଙ୍କୁ ମାଗଣାରେ ୫୦୦ ଲେଖାଏଁ ମାସ୍କ ଯୋଗାଇ ଦେବା ଆରମ୍ଭ କରି ଦେଇଛନ୍ତି। ‘କରୋନା ମହାମାରୀ ବିରୁଦ୍ଧରେ ଚାଲିଥିବା ଲଢ଼େଇର ଜଟିଳ ସମୟରେ ମୁହଁରେ ପିନ୍ଧା ଯାଉଥିବା ମାସ୍କ ହିଁ ଏକମାତ୍ର ବଳିଷ୍ଠ ଉପକରଣ ବୋଲି ଶ୍ରୀ ସାକ୍ସେନା କହିଛନ୍ତି। ଡାକ୍ତରୀ ନିର୍ଦ୍ଦେଶନାମା ଅନୁସାରେ ଡିଟି ଫାବ୍ରିକ୍ ଦ୍ୱାରା ପ୍ରସ୍ତୁତ କପଡ଼ାରୁ ତିଆରି ମାସ୍କ ଉନ୍ନତ ଗୁଣମାନର ତଥା ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ଏକମାତ୍ର ସମାଧାନ ବୋଲି ସେ ମତ ଦେଇଛନ୍ତି।’  

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.