Home ଓଡ଼ିଶା ଆନନ୍ଦ ଉଲ୍ଲାସ ମଧ୍ୟରେ କୁମାର ପୂର୍ଣ୍ଣିମା ପାଳିତ – କୁମାର ପୂର୍ଣ୍ଣିମା ଅବସରରେ ଶ୍ରୀଜିଉମାନଙ୍କ ସ୍ୱତନ୍ତ୍ର...

ଆନନ୍ଦ ଉଲ୍ଲାସ ମଧ୍ୟରେ କୁମାର ପୂର୍ଣ୍ଣିମା ପାଳିତ – କୁମାର ପୂର୍ଣ୍ଣିମା ଅବସରରେ ଶ୍ରୀଜିଉମାନଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

138

ପୁରୀ-୩୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ଆନନ୍ଦ ଉଲ୍ଲାସସ ମଧ୍ୟରେ ଆଜି କୁମାରୀ କନ୍ୟାମାନେ କୁମାର ପୂର୍ଣ୍ଣିମା ପାଳନ କରିଛନ୍ତି। ପ୍ରତ୍ୟୁଷରୁ କୁମାରୀ କନ୍ୟା ଓ ନବବଧୂମାନେ ଶୁଦ୍ଧପୂତ ଭାବେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରିବା ପରେ ତୁଳସୀ ଚଉରା ମୂଳେ ସୂର୍ଯ୍ୟଦେବତାଙ୍କ ଉଦ୍ଦେଶ୍ୟରେ ଖଈ ଆଞ୍ଜୁଳି ଟେକିଥିଲେ। ଏହି ଆଞ୍ଜୁଳିରେ ଲିଆ, କାକୁଡ଼ି କସି, ଜହ୍ନି କସି, ଗୁଆ ଆଦି ଧରି ଆଞ୍ଜୁଳି ଟେକିବା ସହ ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରିଥିଲେ। କୁମାର ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀୀଜିଉମାନଙ୍କର ଏକ ସ୍ୱତନ୍ତ୍ର ନୀତି ଅନୁଷ୍ଠିିତ ହୋଇଥିଲା। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଇଥିଲା। ଏହାପରେ ଆଜ୍ଞାମାଳ ପାଇଁ ଶ୍ରୀ ସୁଦର୍ଶନ ବିଜେ ହୋଇ ଚଉଦଳରେ ବାଲି ସାହି ସ୍ଥିତ ଭୃଗୁ ଆଶ୍ରମକୁ ବିଜେ କରିଥିଲେ। ସେଠାରେ ପନ୍ତି ଭୋଗ ଓ ବନ୍ଦାପନା ନୀତି ସରିବା ପରେ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବଡ଼ସିଂହାର ଭୋଗ ସରିଲେ ରତ୍ନ ସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡ଼ି ଖେଳ ହୋଇଥିଲା। ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତକ୍ରୀଡ଼ା ଉତ୍ସବ ନାମରେ ପରିଚିତ। ସର୍ତ୍ତ ଅନୁଯାୟୀ ଏହି ଦ୍ୟୁତିକ୍ରୀଡ଼ାରେ ମା’ ମହାଲକ୍ଷ୍ମୀଙ୍କ ଠାରୁ ଜଗନ୍ନାଥ ମହାପ୍ରଭୁ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ୭ଦିନ ପଯର୍ଯ୍ୟନ୍ତ ଲକ୍ଷ୍ମୀଙ୍କ ମନ୍ଦିରରେ ବନ୍ଧା ପଡ଼ିଥିଲେ। ଅଷ୍ଟମୀୀ ଦିନ ଅବକାଶ ପୂଜା ସମୟରେ ପୁନଃ ମାଧବ ସିଂହାସନରେ ବିଜେ କରିବେ। ମହାପ୍ରଭୁଙ୍କ ତରଫରୁ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର ୨୧ଟି ହିଙ୍ଗୁଳ କଉଡ଼ି ଓ ୨୧ଟି ରୂପା କଉଡ଼ି ପଶା, ଶକଟା ଖେଳମାନ ଖେଳିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.