Home Top News ଖୋର୍ଦ୍ଧା ମିଶ୍ରଣ ପର୍ବ ବିଜେପିକୁ ଏକ ବଡ଼ ଝଟକା: ଧର୍ମେନ୍ଦ୍ର ଅପଦସ୍ତ, ଆଉ ମୋଦୀ ..

ଖୋର୍ଦ୍ଧା ମିଶ୍ରଣ ପର୍ବ ବିଜେପିକୁ ଏକ ବଡ଼ ଝଟକା: ଧର୍ମେନ୍ଦ୍ର ଅପଦସ୍ତ, ଆଉ ମୋଦୀ ..

181

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବିଜେଡିରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଘଟିଛି। ଶତାଧିକ ନେତୃତ୍ୱ ଏବଂ କର୍ମୀ ବିଜେପି ଏବଂ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଟାଙ୍ଗି ବ୍ଲକ୍ ଏକ ପ୍ରକାର ବିରୋଧୀ ଶୁନ୍ୟ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବିଜେଡି ଟାଙ୍ଗି ବ୍ଲକର ପ୍ରମୂଖ ନେତୃତ୍ୱ ମାନଙ୍କୁ ପୋଛି ନେଇଯାଇଛି। ତେବେ ବଡ଼ ଘଟଣା ହେଲା ଦିନକ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ୯ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟା ମମତା ଜେନା ବିଜେପିରୁ ଇସ୍ତଫା ଦେଇଥିଲେ। ଏବଂ ସେ ଏହି ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦେଇଛନ୍ତି। ମମତା ଜେନା ହେଲେ ବିଜେପି ନେତା ସ୍ୱର୍ଗତ ମଙ୍ଗୁଳି ଜେନାଙ୍କ ଭାଇ ବୋହୁ। ଯାହାଙ୍କୁ ୨୦୧୯ ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ତତ୍କାଳୀନ ବିଜେପି ବିଧାୟକ ପାର୍ଥି କାଳୁ ଚରଣ ଖଣ୍ଡୟତରାୟଙ୍କ ଘର ସମ୍ମାରେ ଗୁଳି କରି ହତ୍ୟା କରାଯାଇଥିଲା। ଯାହାକୁ ବିଜେପି ରାଜନୈତିକ ହତ୍ୟାକାଣ୍ଡର ରୂପ ଦେଇ ଶାସକ ବିଜେଡି ବିରୋଧରେ ଖୁବ୍ ପ୍ରତିକ୍ରିୟାଶୀଳ ହୋଇଥିଲା। ଆଉ ଏଥିରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଗସ୍ତ ସମୟରେ ମଙ୍ଗୁଳି ଜେନାଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ନବୀନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ମୋଦି। ସେହିପରି କିଛି ଦିନ ତଳେ ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟା ଘଟଣା ପ୍ରତିବାଦରେ କଟକରେ ବିଜେପି ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ ସମୟରେ ମଙ୍ଗୁଳି ଜେନାଙ୍କ ହତ୍ୟା ପ୍ରସଙ୍ଗ ଉଠାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଆଜି ସେହି ମଙ୍ଗୁଳି ଜେନାଙ୍କ ଭାଇ ବୋହୁ ବିଜେପି ଛାଡ଼ି ବିିଜେଡିରେ ଯୋଗ ଦେଇଛନ୍ତି। କେବଳ ଏତିକି ନୁହେଁ, ସ୍ୱର୍ଗତ ମଙ୍ଗୁଳି ଜେନାଙ୍କ ପତ୍ନୀ ଗୀତାଞ୍ଜଳି ଜେନା ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ବିଜେପି ଛାଡ଼ିବା ନେଇ ପ୍ରତିକ୍ରିୟା ଦେବା ବେଳେ ତାଙ୍କୁ ଅଣଦେଖା କରାଯିବା ପ୍ରସଙ୍ଗ ସହିତ ମଙ୍ଗୁଳି ଜେନାଙ୍କୁ ନ୍ୟାୟ ଦେବା ନେଇ ବିଜେପି ପକ୍ଷରୁ ସେପରି ସହଯୋଗ ମିଳନଥିବା କଥା କହିଛନ୍ତି ମମତା ଜେନା। ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶା ବିଜେପି ଏବଂ ମୋଦିଙ୍କ ପାଇଁ ମଧ୍ୟ ଅପଦସ୍ତ ଭଳି ଘଟଣା ନୁହେଁ କି?
-@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.