ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ଶନିବାର ସକାଳେ କଲାମାସେରି ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଜଣେ ୬୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କୋଚିର ଚୁଲିକଲ ନିବାସୀ ଏହି ବ୍ୟକ୍ତି ମାର୍ଚ୍ଚ ୧୬ ରେ ଦୁବାଇରୁ ଫେରିଥିଲେ। ତାଙ୍କ ପତ୍ନୀ ଏବଂ ଡ୍ରାଇଭରଙ୍କର ମଧ୍ୟ ଟେଷ୍ଟ ପଜିଟିଭ୍ ଆସିଛି। ସେମାନେ ମଧ୍ୟ ସେହି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ କେରଳରେ ୧୭୬ ଟି ମାମଲା ଚିହ୍ନଟ ହୋଇଛିଲା ଏମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ଅଛନ୍ତି। କେରଳ ସରକାର କହିଛନ୍ତି ଯେ ମୃତକ ବ୍ୟକ୍ତି ଜଣେ ହାଇ ରିସ୍କ କେସ୍ ଥିଲେ। ତାଙ୍କର ହୃଦ ରୋଗ ଥିଲା।
ଉକ୍ତ ବ୍ୟକ୍ତି ଜଣକ କେରଳ ପହଞ୍ଚିବା ପରେ ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା ଏବଂ ତାଙ୍କୁ ଘରେ କ୍ୱାରେଣ୍ଟାଇନ୍ ରେ ରହିବାକୁ କୁହାଯାଇଥିଲା। ମାର୍ଚ୍ଚ ୨୨ ରେ, ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା, ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ପୂର୍ବରୁ ସେହି ବ୍ୟକ୍ତିଙ୍କ ହୃଦ ରୋଗ ଥିବା ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶନିବାର ସକାଳେ ତାଙ୍କର ଦେହାନ୍ତ ହୋଇଛି।
ତାଙ୍କର ନିମୋନିଆର ଲକ୍ଷଣ ଦେଖାଯାଇଥିଲା ଏବଂ ତାଙ୍କୁ ମାର୍ଚ୍ଚ ୨୨ ରେ ଏର୍ନାକୁଲମ୍ COVID-19 ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବୋଲି ଏର୍ନାକୁଲମ୍ ମେଡିକାଲ୍ କଲେଜର ନୋଡାଲ୍ ଅଧିକାରୀ ଡ ଫଥାହୁଦ୍ଦିନ କହିଛନ୍ତି। ସେ ହୃଦରୋଗ ଏବଂ ଉଚ୍ଚ ରକ୍ତଚାପ ପାଇଁ ଚିକିତ୍ସିତ ହେଉଥିଲେ। ତାଙ୍କର ପୂର୍ବରୁ ଏକ ବାଇପାସ୍ ସର୍ଜରୀ ହୋଇଥିଲା। ସେ ଭେଣ୍ଟିଲେଟରରେ ଥିଲେ।
ତାଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।
ଭାରତରେ ୨୦ ଟି COVID-19 ମୃତ୍ୟୁ ରେକର୍ଡ କରାଯାଇଛି।