ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ଚଳିତବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍)ର ସଫଳତା ହାର ୯୯-୨୩ ଶତାଂଶ ରହିଛି। ସିବିଏସ୍ଇର ମୋଟ ଉତ୍ତୀର୍ଣ୍ଣ ହାର ଚଳିତବର୍ଷ ୯୧-୪୬ ଶତାଂଶ ରହିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଏହି କ୍ଷେତ୍ରରେ ଶ୍ରେଷ୍ଠ ଫଳାଫଳ ହାସଲ କରିଛନ୍ତି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କେଭିଏସ୍କୁ ଏହି ସଫଳତା ମିଳିଛି।
କେଭିଏସ୍ ପରୀକ୍ଷା ଫଳର ମୁଖ୍ୟାଂଶ
– ପରୀକ୍ଷା ଦେଇଥିବା କେଭିଏସ୍ର ମୋଟ ଛାତ୍ରଛାତ୍ରୀ- ୯୪୪୯୮
– ମୋଟ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା- ୯୩୭୭୪
– କୃତକାର୍ଯ୍ୟ ହାର- ୯୯.୨୩ ଶତାଂଶ
– କୃତକାର୍ଯ୍ୟ ଛାତ୍ର- ୫୦୫୯୧
– କୃତକାର୍ଯ୍ୟ ଛାତ୍ରୀ- ୪୩୧୮୩
– ମୋଟ କେଭି ସଂଖ୍ୟା- ୧୧୬୮
– ଶତପ୍ରତିଶତ କୃତକାର୍ଯ୍ୟ ହୋଇଥିବା କେଭି ସଂଖ୍ୟା- ୮୪୬
– ନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀ- ୯୧୦୪
– ପଞ୍ଚାନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ- ୧୭୧୭
ଅନୁଷ୍ଠାନ ୱାରୀ ପ୍ରଦର୍ଶନ
୧- କେଭିଏସ୍- ୯୯.୨୩%
୨- ଜେଏନ୍ଭି- ୯୮.୬୬%
୩- ସିଟିଏସ୍ଏ- ୯୩.୬୭%
୪- ସ୍ୱାଧୀନ- ୯୨.୮୧%
୫- ସରକାରୀ- ୮୦.୯୧%
୬- ସରକାରୀ ଅନୁଦାନପ୍ରାପ୍ତ- ୭୭.୮୨ ଶତାଂଶ
କେନ୍ଦ୍ରୀୟ ବିଦ୍ୟାଳୟର ସର୍ବଭାରତୀୟ ଟପ୍ପର
ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ ନାୟକ ମୋଟ ୫୦୦ ନମ୍ବରରୁ ୪୯୭ (୯୯.୪%) ନମ୍ବର ରଖି କେଭିର କେନ୍ଦ୍ରୀୟ ସ୍ତରରେ ଟପ୍ପର ହୋଇଛନ୍ତି।