Home ଓଡ଼ିଶା ଦିଲ୍ଲୀ ବିଧାନସଭା ନିର୍ବାଚନ : କେଜ୍ରୀୱାଲଙ୍କର ଗ୍ୟାରେଣ୍ଟି କାର୍ଡ – ୧୦ ଟି ଗ୍ୟାରେଣ୍ଟି ଜାଣନ୍ତୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ : କେଜ୍ରୀୱାଲଙ୍କର ଗ୍ୟାରେଣ୍ଟି କାର୍ଡ – ୧୦ ଟି ଗ୍ୟାରେଣ୍ଟି ଜାଣନ୍ତୁ …

241

ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) : ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ନିର୍ବାଚନ ଉଷ୍ମତା ଚରମ ସୀମାରେ ପହଁଚିଛି। ଏହା ମଧ୍ୟରେ ଆମ ଆଦମୀ ପାର୍ଟୀ ନିଜର ନିର୍ବାଚନ ଘୋଷଣା ପତ୍ରରେ ପ୍ରଥମେ ଗାରେଣ୍ଟି କାର୍ଡ ଲଞ୍ଚ କରିଛି। ଏହି ଗ୍ୟୋରେଣ୍ଚି କାର୍ଡର ନାମ ‘କେଜ୍ରୀୱାଲଙ୍କର ଗ୍ୟୋରେଣ୍ଚି କାର୍ଡ’ ଦିଆଯାଇଛି। ଏହାକୁ ନିଜେ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲ ରବିବାରଦିନ ଲଞ୍ଚ କରିଛନ୍ତି। ଏଥିରେ ଏହା କୁହାଯାଇଛି କି ଏହା ନିର୍ବାଚନ ଘୋଷଣା ପତ୍ର ନୁହେଁ। ଏହା ଗ୍ୟୋରେଣ୍ଚି କାର୍ଡ। କେଜ୍ରୀୱାଲ ଦିଲ୍ଲୀର ଜନତାଙ୍କୁ ୪ ଘଣ୍ଟା ବିଜୁଳୀ, ଘର ଘର ନଳ କନେକ୍ସନରେ ପାଣି, ଗ୍ରାଜୁଏସନ ପର୍ଯ୍ୟନ୍ତ ମାଗଣା ଶିକ୍ଷା ସହିତ ଅନେକ କିଛି।

ତେବେ ଜାଣନ୍ତୁ କେଜ୍ରୀୱାଲ୍ ଙ୍କର ୧୦ ଟି ଗ୍ୟାରେଣ୍ଟି

୧- ୨୪ ଘଣ୍ଟା ବିଜୁଳି ରହିବ – ୨୦୦ ୟୁନିଟ ମାଗଣା ବିଜୁଳି ମିଳିବ, ହାଇଟେ୍ସନ ତାରରୁ ମୁକ୍ତ ହେବ ଦିଲ୍ଲୀ

୨ – ପ୍ରତ୍ୟେକ ଘରେ ଟ୍ୟାପ୍ ପାଣି ପହଁଞ୍ଚିବ – ୨୪ ଘଣ୍ଟା ଆପଣଙ୍କ ଘର ନଳରେ ପାଣି ମିଳିବ। ଯାହା ଫଳରେ ବିନା ଆରୋର ପାଣି ପିଇ ପାରିବେ। ୨୦, ୦୦୦ ଲିଟର ପାଣି ମାଗଣା ମିଳିବ।

୩ – ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ଶିଶୁକୁ ଗ୍ରାଜୁଏସନ ପର୍ଯ୍ୟନ୍ତ ଭଲ ଶିକ୍ଷାର ଦାୟିତ୍ୱ ସରକାରଙ୍କର – ଏହା ପ୍ରାଇଭେଟ ସ୍କୁଲ ହେଉ କିମ୍ବା ସରକାରୀ ସ୍କୁଲର ଛାତ୍ର ହୁଅନ୍ତୁ।

୪- ଦିଲ୍ଲୀର ପ୍ରତ୍ୟେକ ନାଗରିକଙ୍କୁ ଭଲରେ ଚିକିତ୍ସା ଏବଂ ମାଗଣା ଚିକିତ୍ସାର ଗ୍ୟୋରେଣ୍ଚି – ନୂଆ ମୋହଲ୍ଲା କ୍ଲିନିକ, ପଲୀ କ୍ଲିନିକ ଆଦି ଖୋଲାଯିବ।

୫ – ଅନ୍ତରାଷ୍ଟ୍ରୀୟ ସ୍ତରର ଯାତାୟାତ ଲାଗୁ କରିବାର ଦାୟିତ୍ୱ ସରକାରଙ୍କର ହେବ- ଦିଲ୍ଲୀ ମେଟ୍ରୋର ନେଟୱାର୍କ ବନିବ, ବସ ଅଧିକ କିଣାଯିବ। ମହିଳାମାନଙ୍କର ସୁରକ୍ଷାର ବ୍ୟବସ୍ଥା ହେବ। ମହିଳାମାନଙ୍କୁ ମାଗଣା ବସ ଯାତ୍ରା ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରୀ ରହିବ। ଷ୍ଟୁଡେଂଟ୍ସମାନଙ୍କୁ ମଧ୍ୟ ମାଗଣା ଯାତ୍ରା କରିବା ପାଇଁ ଅନୁମତି ଦିଆଯିବ।

୬ – ପ୍ରଦୁଷଣକୁ କମ କରିବାପାଇଁ ପ୍ରତ୍ୟେକ ଚେଷ୍ଟା କରିବେ। ୨ କୋଟିରୁ ଅଧିକ ଗଛ ଲଗାଯିବ। ଭ୍ୟାକୁମ୍ କ୍ଲିନିଂଗ କରାଯିବ, ଯମୁନାକୁ ମଧ୍ୟ ପ୍ରଦୂଷଣ ମୁକ୍ତ କରାଯିବ, ପାଞ୍ଚ ବର୍ଷ ପରେ ଆପଣ ସମସ୍ତଙ୍କୁ ଯମୁନାରେ ବୁଡ଼ ଲଗାଇବା ପାଇଁ ମନହେବ।

୭ – ଦିଲ୍ଲୀକୁ କଚରା ମୁକ୍ତ କରାଯିବ। ଗଳି, ନାଳ ଏବଂ ରାସ୍ତାକୁ କଚରାରୁ ମୁକ୍ତ କରାଯିବ।

୮ – ମହିଳାଙ୍କ ସୁରକ୍ଷା ପାଇଁ ଦେଢ଼ ଲକ୍ଷ କ୍ୟାମେରା ଲାଗି ସାରିଛି। ଦେଢ଼ ଲକ୍ଷ ଆହୁରି ଲଗାଯିବ। ଷ୍ଟ୍ରିଟ ଲାଇଟ ମଧ୍ୟ ଲଗାଯିବ, ମୋହଲ୍ଲା ମାର୍ଶାଲ ଯୋଗଦେବେ ଏବଂ ବସରେ ମାର୍ଶାଲ ରହିବେ।

୯ – କଚ୍ଚା କଲୋନୀରେ ସଡ଼କ, ପାଳି, ନାଳ, ସିସିଟିଭି, ଷ୍ଟ୍ରିଟ ଲାଇଟ, ମୋହଲ୍ଲା କ୍ଲିନିକ ହେବ।

୧୦ – ଝୁଗିରେ ରହୁଥିବା ଲୋକମାନଙ୍କୁ ଘର ନିର୍ମାଣ କରି ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.