Home ଅପରାଧ କଙ୍ଗନା ରାନାୱତଙ୍କୁ Y ପ୍ଲସ୍ ଶ୍ରେଣୀ ସୁରକ୍ଷା ..

କଙ୍ଗନା ରାନାୱତଙ୍କୁ Y ପ୍ଲସ୍ ଶ୍ରେଣୀ ସୁରକ୍ଷା ..

121

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ Y ପ୍ଲସ୍ ସୁରକ୍ଷା ମିଳିଛି। ହିମାଚଳ ପ୍ରଦେଶ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଙ୍ଗନାଙ୍କୁ Y + ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି। ଏଣିକି ତାଙ୍କ ସୁରକ୍ଷାରେ ୧୧ ଜଣ ଯବାନ ନିୟୋଜିତ ରହିବେ। ଏଥିରେ ଗୋଟିଏ କିମ୍ବା ଦୁଇଟି କମାଣ୍ଡୋ ଏବଂ ବାକି ପୋଲିସ୍ ରହିବେ। ସେପ୍ଟେମ୍ବର ୯ ତାରିଖରେ ଯେତେବେଳେ କଙ୍ଗନା ମୁମ୍ବାଇରେ ପହଞ୍ଚିବେ ସେତେବେଳେ ତାଙ୍କୁ Y ପ୍ଲସ୍ ଶ୍ରେଣୀ ସୁରକ୍ଷା ମିଳିବ।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ସମେତ ବଲିଉଡରେ ନେପୋଟିଜିମ୍ ଏବଂ ଇଣ୍ଡଷ୍ଟ୍ରିର ଡ୍ରଗ୍ ଲିଙ୍କ୍ ଉପରେ କ୍ରମାଗତ ଭାବରେ କହି ଆସୁଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ। ଅତୀତରେ ସୁରକ୍ଷା ପାଇବା ନାମରେ ସେ କହିଥିଲେ ଯେ ମୁମ୍ବାଇ ପୋଲିସ ଠାରୁ ସେ ଅଧିକ ବିପଦ ଅନୁଭବ କରୁଛନ୍ତି। କିଛି ଦିନ ତଳେ କଙ୍ଗନା ଅଭିଯୋଗ କରିଥିଲେ ଯେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନଫେରିବାକୁ ଧମକ ଦେଇଛନ୍ତି। କଙ୍ଗନା ଟ୍ୱିଟ୍ କରିଥିଲେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଖୋଲାଖୋଲି ଧମକ ଦେଇ ତାଙ୍କୁ ମୁମ୍ବାଇକୁ ନ ଫେରିବାକୁ କହିଛନ୍ତି। ମୁମ୍ବାଇର ରାସ୍ତାରେ ସ୍ୱାଧୀନତା ଏବଂ ଏବେ ଖୋଲା ଧମକ। ସେ ମୁମ୍ବାଇ ପୋଲିସକୁ ଭୟ କରୁଛନ୍ତି। ମୁମ୍ବାଇକୁ କାହିଁକି ପାକିସ୍ତାନ କବଜା କରିଥିବା କାଶ୍ମୀର (ପିଓକେ) ଭଳି ଅନୁଭବ କରୁଛି ବୋଲି କହିଥିଲେ କଙ୍ଗନା। ସେହିପରି ଏହା ପୂର୍ବରୁ କଙ୍ଗନା ରାନାୱତ କହିଥିଲେ ଯେ ସେ ବଲିଉଡ ଡ୍ରଗ୍ ଲିଙ୍କ୍ ବିଷୟରେ ବହୁତ କିଛି ଜାଣିଛନ୍ତି। ସେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ସେ ସୁରକ୍ଷା ଆବଶ୍ୟକ କରନ୍ତି। ଏହାପରେ କଙ୍ଗନା ରାନାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିଲା। ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନଆସିବାକୁ ଚେତାବନୀ ଦେଇଥିଲେ। କଙ୍ଗନା ଏହା ଉପରେ ପ୍ରତିକ୍ରିୟା ରଖି ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ। କଙ୍ଗନା ରାନାୱତ ଦେଇଥିଲେ ଓପନ୍ ଚ୍ୟାଲେଞ୍ଜ୍। କଙ୍ଗନା ରାନାୱତ ଟ୍ୱିଟ୍ କରିଥିଲେ, “ମୁଁ ଦେଖୁଛି ବହୁତ ଲୋକ ମୋତେ ମୁମ୍ବାଇ ଫେରି ନଯିବାକୁ ଧମକ ଦେଉଛନ୍ତି। ତେଣୁ ମୁଁ ଏବେ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଆସିବି ବୋଲି ନିଷ୍ପତ୍ତି ନେଇଛି। ମୁଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବାର ସମୟ ପୋଷ୍ଟ କରି ଜଣାଇଦେବି। କାହା ବାପର ସାହସ ଅଛି, ତ’ ବନ୍ଦ କରି ଦେଖାନ୍ତୁ।” ସଞ୍ଜୟ ରାଉତ ଏବଂ ମୁମ୍ବାଇ ପୋଲିସ ବିଷୟରେ ବିବୃତ୍ତି ଦେବା ପରେ ଶିବସେନା କଙ୍ଗନା ଉପରେ ଅଧିକ ଆକ୍ରମଣାତ୍ମକ ପାଲଟିଥିଲା। ଶିବସେନା କଙ୍ଗନା ପ୍ରତି ନିଜର ମନୋଭାବକୁ ତୀକ୍ଷ୍ଣ କରିଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗନାଙ୍କ ପିତା ହିମାଚଳ ପ୍ରଦେଶ ସରକାରଙ୍କ ଠାରୁ ପୋଲିସର ସୁରକ୍ଷା ଦାବି କରିଥିଲେ। ହିମାଚଳ ପ୍ରଦେଶ ସରକାର ସୁରକ୍ଷା ପ୍ରଦାନ କରିବାକୁ ରାଜି ମଧ୍ୟ ହୋଇଥିଲେ। ରିପୋର୍ଟ ଅନୁଯାୟୀ ଏବେ ହିମାଚଳ ପ୍ରଦେଶ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ଗୃହ ବିଭାଗ ମନ୍ତ୍ରଣାଳୟ ଦ୍ୱାରା କଙ୍ଗନାଙ୍କୁ Y ପ୍ଲସ୍ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଇଛି।

ଧନ୍ୟବାଦ ଅମିତ ଶାହାଜୀ –
ନିଜ ପାଇଁ ପାଇଥିବା ସୁରକ୍ଷାକୁ ନେଇ ଖୁସି ବ୍ୟକ୍ତ କରି କଙ୍ଗନା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୟାଗ୍ କରି କହିଛନ୍ତି ଯେ ଏହା ଏକ ପ୍ରମାଣ ଯେ କୌଣସି ଫାସିବାଦୀ ଶକ୍ତି କୌଣସି ଦେଶପ୍ରେମୀ ସ୍ୱରକୁ ଦମନ କରିପାରିବ ନାହିଁ। ମୁଁ ଅମିତ ଶାହାଜୀଙ୍କୁ ଧନ୍ୟବାଦ ଦେଉଛି। ସେ ଚାହିଁଥିଲେ ପରିସ୍ଥିତି ଯୋଗୁଁ ମୋତେ କିଛି ଦିନ ପରେ ମୁମ୍ବାଇ ଯିବାକୁ ପରାମର୍ଶ ଦେଇଥାଇ ପାରନ୍ତେ। କିନ୍ତୁ ସେ ଭାରତର ଏକ ଝିଅର ମାନ ରଖିଛନ୍ତି, ଆମର ସ୍ୱାଭିମାନ ଏବଂ ଆତ୍ମସମ୍ମାନ ରଖିଛନ୍ତି। ଜୟ ହିନ୍ଦ୍। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.