ବ୍ରହ୍ମପୁର:ଆସନ୍ତା କାଲି ୨୭,ଜାନୁଆରୀରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବଚନୀ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ବିମାନଘାଟିରେ ଆୟୋଜିତ ହେବ “କାଳିଆ” ଚାଷୀ ମହାସମାବେଶ।ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ,ସାଂସଦ ଏବଂ ବିଧାୟକମାନେ ଯୋଗଦେବେ।ଆଜି ସଭାସ୍ଥଳରେ ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ,ପୁଲିସ ଆଦିଙ୍କ ସମେତ ଗୋପାଳପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି।/ଦେବଦତ୍ତ






