Home ଜିଲ୍ଲା ପରିକ୍ରମା କୋଲାବିରା ଅଂଚଳରେ ମୋରୋମ ଚେରା ଚାଲାଣ, ବିପୁଲ ପରିମାଣରେ ରାଜସ୍ୱ ହାନୀ

କୋଲାବିରା ଅଂଚଳରେ ମୋରୋମ ଚେରା ଚାଲାଣ, ବିପୁଲ ପରିମାଣରେ ରାଜସ୍ୱ ହାନୀ

569

କୋଲାବିରା, ୨୬।୧ (ଓଡିଆ ପୁଅ/ନିଶିତ ବହିଦାର) କୋଲାବିରା ରାଜସ୍ୱ କ୍ଷେତ୍ରରେ ବିପୁଲ ପରିମାଣରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବାର ଦେଖିବାକୁ ମିଲୁଛି। ବିଭାଗୀୟ ଅଧିକାରୀ ଜାଣତରେ ମାଫିଆମାନେ ଏପରି କାର୍ଯ୍ୟରେ ଲିପ୍ତ ରହୁଥିବା ନେଇ ଅଭିଯୋଗ ହେଉଛି। କାରଣ ମୁଖ୍ୟ ରାସ୍ତା କଡରୁ ଲଗାତାର ସହସହ ଟ୍ରିପ୍ ମୋରମ ଚୋରି ହେଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ମାଫିଆ ମାନେ ଅଧିକ ସକ୍ରୀୟ ହୋଇପଡିଛନ୍ତି। କାର୍ଯ୍ୟାଳୟର ଛୁଟି ଦିବସ ହେଉ କିମ୍ବା ଅଧିକାରୀଙ୍କ ଅନୁପସ୍ଥିତ ସମୟର ସୁଯୋଗ ନେଇ ମେସିନ ଲଗେଇ ଏମାନେ ମୋରମ ଖୋଲି ନେଉଛନ୍ତି। ଯାହା ଫଳରେ ସରକାରଙ୍କ ଅଜସ୍ର ରାଜସ୍ୱହାନୀ ହେଉଛି। ଏପରି ଘଟଣା ନିୟମିତ ଭାବରେ ଦେଖିବାକୁ ମିଲୁଛି କୋଲାବିରା ତହସିଲ ଅନ୍ତର୍ଗତ ଝିଲ୍ଲାପାଲି ରାଜସ୍ୱ ସର୍କଳର ଡେଙ୍ଗାବର ନିକଟରେ। ଶୁକ୍ରବାର ପୁର୍ବାହ୍ନ ସମୟରେ ଡେଙ୍ଗାବର ନିକଟସ୍ଥ ନାରାୟଣି ସ୍କୁଲ ନିକଟରୁ ମେସିନ ଲଗେଇ ମୋରମ ଚୋରା ଚାଳାଣ ହେଉଥିବା ଖବର ପାଇ ପ୍ରଥମେ ବନ ବିଭାଗର ଅଧିକାରୀ ପହଂଚି ସେମାନଙ୍କୁ ରୋକିଥିଲେ ଏବଂ ତହସିଲଦାରଙ୍କୁ ସୂଚନା ଦେଇଥିଲେ। ଖବର ପାଇ କୋଲାବିରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଝିଲ୍ଲାପାଲି ରାଜସ୍ୱ ନୀରିକ୍ଷକ ସୁନିତା ବେହେରା ଘଟଣା ସ୍ଥଳକୁ ପହଂଚି ଗୋଟିଏ ଜେସିବି ମେସିନ ଏବଂ ୨ଟି ଟ୍ରାକ୍ଟରକୁ ଜବତ କରିଥିଲେ। ସରକାରୀ ଜମିରୁ ବେନିୟମ, ଭାବରେ ମୋରମ ଖନନକୁ ବନ୍ଦ କରିବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ୮ହଜାର ଟଙ୍କା ଜରିମାନାରେ ଅର୍ଥ ଅସୁଲ କରାଯାଇଥିଲା। ତେବେ ମାସାଧିକକାଳ ହେଲା ବିପୁଲ ପରିମାଣରେ ମୋରମ ଚୋରାରେ ଖନନ କରିବା ପରେ ମାତ୍ର ୮ ହଜାର ଟଙ୍କା ଜରିମାନା ଅସୁଲ କରାଯାଇ ସେମାନଙ୍କ ପ୍ରତି ନରମ ମନୋଭାବ ପୋଷଣ କରାଯାଉଥିବା ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଡେଙ୍ଗାବର ଛକ ଠାରୁ ମାଲିଡିହି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପିଏମଜିଏସଓାଇ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତାରେ ଏହି ମୋରମ ବ୍ୟବହାର କରାଯାଉଥିବା ଜଣାପଡିଥିବା ବେଳେ ବିଭାଗୀୟ ଅନୁମତି ବିନା ଏତେ ପରିମାଣରେ ମୋରମ ପରିବହନ କରାଯାଇଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ କରାଯାଇନଥିବା ପରିତାପର ବିଷୟ। ଏଦିଗରେ ତହସିଲଦାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.