Home ଓଡ଼ିଶା କଳାବ୍ୟାଜ୍ ପିନ୍ଧି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା

କଳାବ୍ୟାଜ୍ ପିନ୍ଧି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା

125

ନୟାଗଡ଼, ୨୨ା୩:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଳାର ୬୬୨ବର୍ଗର ପ୍ରାୟ ୧୪ଟି ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ପରୀକ୍ଷା ପରିଚାଳନା କରିଥିବା ଜଣାପଡ଼ିଛି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ଡାକରାରେ ସରକାରୀ ପ୍ରବଚଂନା ଓ ପ୍ରତାରଣାର ପ୍ରତିବାଦରେ ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ ନିଷ୍ପତି ହୋଇଛି। ଯାହାକି ବ୍ଳକଗ୍ରାଂଟ ସ୍କୁଲ ଓ ୬୬୨ ଏବଂ ୪୪୮ ବର୍ଗର କଲେଜର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ବ୍ରଜେନ୍ଦ୍ର ହାଇସ୍କୁଲ ଫାଟକ ଆଗରେ ଖାତାଦେଖା ବର୍ଜନ ସହ ଧାରଣା ଜାରି ରଖିଛନ୍ତି। ମିଳିତ ମଂଚ ପୂର୍ଣ୍ଣ ଅନୁଦାନ ସହ ଚାକିରୀ ସର୍ତ୍ତାବଳୀ ପାଇଁ ବାରମ୍ବାର ଦାବି କରିଆସୁଛି। ଏହାକୁ ବିଚାରକୁ ନେଇ ସରକାରଙ୍କ ପୂର୍ଣ୍ଣ ଅନୁଦାନ ବିଜ୍ଞପ୍ତି ପ୍ରକାଶ କରିବା ସହ ଏଥିରେ ଏକ ସତ୍ୟପାଠର କଥା ଯୋଡ଼ିଦେଲେ। ଯାହାକି ଜଣେ ଶିକ୍ଷକ ହାତକାଟି ଲେଖିଦେବଯେ ଭବିଷ୍ୟତରେ ସେ ତା’ର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ କୋର୍ଟ କଚେରୀକୁ ଯାଇ ପାରିବ ନାହିଁ। ଯାହାକୁ ପ୍ରତ୍ୟାହାର ପାଇଁ ଏହି ଆନ୍ଦୋଳନର ଡାକରା ଦିଆଯାଇଛି। ଯେଉଁ ପର୍ଯ୍ୟନ୍ତ ସରକାର ଏହି ସତ୍ୟପାଠ କଥା ନଉଠାଇଛନ୍ତି ସେପର୍ଯ୍ୟନ୍ତ ଏହି ଆନ୍ଦାଳନ ଜାରି ରହିବ ସହ ରାଜ୍ୟ ସଂଘର ନିଷ୍ପତି କ୍ରମେ ଚାଳିଥିବା ଯୁକ୍ତ ଦୁଇ ପରୀକ୍ଷାକୁ ଅଧ୍ୟାପକ ଓ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ପରୀକ୍ଷା ପରିଚାଳନା କରୁଥିବା ଦେଖଇବାକୁ ମିଳିଛି। ଏହି ପରିପ୍ରେକ୍ଷିରେ ଜିଲ୍ଲାର ପ୍ରାୟ ୧୪ଟି ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ଏପରି କଳାବ୍ୟାଜ୍ ପିନ୍ଧି ଅଧ୍ୟାପକ ଓ କର୍ମଚାରୀମାନେ ପରୀକ୍ଷା ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.