Home Coronavirus Outbreak ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା’ ମାଧବୀ ରାଜ ସିନ୍ଧିଆ କରୋନା ଆକ୍ରାନ୍ତ...

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା’ ମାଧବୀ ରାଜ ସିନ୍ଧିଆ କରୋନା ଆକ୍ରାନ୍ତ – ଦିଲ୍ଲୀ ମାକ୍ସ ହସ୍ପିଟାଲରେ ଭର୍ତ୍ତି

268

ନୂଆଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା ମାଧବୀ ରାଜ ସିନ୍ଧିଆ କରୋନାଭାଇରସ୍ ସଂକ୍ରମିତ ହୋଇଥିବା ଜାତିୟ ଗଣମାଧ୍ୟମ ଖବରରୁ ଜଣାପଡ଼ିଛି। ଜ୍ୟୋତିରାଦିତ୍ୟ ଏବଂ ତାଙ୍କର ମା’ ଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ସେ ଦକ୍ଷିଣ ଦିଲ୍ଲୀର ସାକେତରେ ଥିବା ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଖବର ଅନୁଯାୟୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର କରୋନାଭାଇରସର ଲକ୍ଷଣ ଦେଖାଯିବାର ୪ ଦିନ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନାଭାଇରସ୍ ର ଲକ୍ଷଣ ଦେଖାଇଥିବାବେଳେ ତାଙ୍କ ମାଙ୍କର କୌଣସି ଲକ୍ଷଣ ନାହିଁ। କିନ୍ତୁ ଉଭୟଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହାପୂର୍ବରୁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ କରୋନାଭାଇରସର ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୋମବାର ସମ୍ବିତଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିବାପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ପୁନଶ୍ଚ ସୂଚନାଯୋଗ୍ୟଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜ୍ୱର ଏବଂ ଗଳା ଯନ୍ତ୍ରଣା କାରଣରୁ ନିଜକୁ ଆଇସୋଲେସନ୍ ରେ ରଖିଛନ୍ତି ଆଜି ତାଙ୍କର କରୋନା ଟେଷ୍ଟ କରାଯାଇଛି। ତାଙ୍କର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.