Home ଜାତୀୟ justice S A Bobde ଦେଶର ପ୍ରଧାନବିଚାରପତି ଭାବେ ନିଯୁକ୍ତିକୁ ରାଷ୍ଟ୍ରପତି ମାରିଲେ ମୋହର

justice S A Bobde ଦେଶର ପ୍ରଧାନବିଚାରପତି ଭାବେ ନିଯୁକ୍ତିକୁ ରାଷ୍ଟ୍ରପତି ମାରିଲେ ମୋହର

282

ନୂଆଦିଲ୍ଲୀ୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସୁପ୍ରିମକୋର୍ଟର ୪୭ତମ ପଧାନ ବିଚାରପତି ଭାବେ ଗତ ୧୯ ତାରିଖରେ justicee S A Bobdeଙ୍କ ନାଁକୁ ବର୍ତ୍ତମାନର ପ୍ରଧାନବିଚାରପତି ରଂଜନ ଗୋଗୋଇ ସୁପାରିଶ କରିବା ପରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଂଜୁର କରିଛନ୍ତି । justicee S A Bobde ଆସନ୍ତା ୧୮ ତାରିଖରେ ଦେଶର ନୂଆ ପ୍ରଧାନ ବିଚାରପତିଭାବେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ତାଙ୍କୁ ଶପଥପାଠ କରାଇବେ । ୧୯୫୬ ମସିହାରେ ଜନ୍ମ ଗ୍ରହଣ କରିଥିବା justicee S A Bobde ବିଏ ଏଲଏବି ଡିଗ୍ରି ନାଗପୁରରୁ ହାସଲ କରି ୧୯୭୮ ମସିହାରେ ବାର କାଉଁସିଲରେ ସଦସ୍ୟତା ହାସଲ କରି ମୁମ୍ବାଇ ହାଇକୋର୍ଟର ନାଗପୁର ବେଞ୍ଚରେ ପ୍ରାକ୍ଟି ସ ଆରମ୍ଭ କରିଥିଲେ ।justice S A Bobde୨୦୧୦ ମସିହାରେ  ମୁମ୍ବାଇ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ । ଏହା ପରେ ୨୦୧୨ ମସିହାରେ ମଧ୍ୟପ୍ରଦେଶ ହାଇକୋର୍ଟର ମୂଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୧୩ ମସିହାରେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ଆରମ୍ଭ କରିଲେ । ୨୦୨୧ ମସିହା ଅପ୍ରେଲ ୨୩ ତାରିଖରେ justice S A Bobde ଅବସର ଗ୍ରହଣ କରିବେ ବୋଲି ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.