Home Top News ବସ୍ତ୍ର ନକାଢ଼ି ବକ୍ଷ ଛୁଇଁବା ପୋକ୍କୋ ଆକ୍ଟରେ ଯୌନ ଶୋଷଣ ନୁହେଁ ଦେଇଥିବା ରାୟ, ଏବେ...

ବସ୍ତ୍ର ନକାଢ଼ି ବକ୍ଷ ଛୁଇଁବା ପୋକ୍କୋ ଆକ୍ଟରେ ଯୌନ ଶୋଷଣ ନୁହେଁ ଦେଇଥିବା ରାୟ, ଏବେ ଜଷ୍ଟିସ ଗଣେଡ଼ିୱାଲାଙ୍କୁ ଭାରିପଡ଼ିଲା- ସୁପ୍ରିମକୋର୍ଟ ରୋକିଲେ ତାଙ୍କର ହାଇକୋର୍ଟର ସ୍ଥାୟୀ ବିଚାରପତି ହେବା କନଫର୍ମେସନ

382

ନୂଆଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) ବମ୍ବେ ହାଇକୋର୍ଟର ଜଷ୍ଟିସ ପୁଷ୍ପା ଭି ଗଣେଡ଼ିୱାଲା, ଯୌନ ଶୋଷଣ ସହ ଜଡିତ ଦୁଇଟି ମାମଲାରେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ବେଶ୍ ଆଲୋଚନା ହୋଇଥିଲା ବିଭିନ୍ନ ମିଡ଼ିଆରେ। ତାଙ୍କର ଏହି ଦୁଇଟି ବିବାଦୀୟ ନିଷ୍ପତ୍ତି ପରେ ଗୋଟିଏ ପରେ ଗୋଟିଏ ଆସିଥିଲା ଯାହାକି ବେଶ୍ ଚର୍ଚ୍ଚା ହୋଇଥିଲା। ଜଷ୍ଟିସ ପୁଷ୍ପା ଗଣେଡ଼ିୱାଲାଙ୍କୁ ଏବେ ହାଇକୋର୍ଟର ସ୍ଥାୟୀ ବିଚାରପତି କରାଯିବା ପାଇଁ କେନ୍ଦ୍ରକୁ ଦିଆଯାଇଥିବା ସୁପାରିଶକୁ ସୁପ୍ରିମକୋର୍ଟର କଲେଜିୟମ ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟଯେ, ଜାନୁଆରୀ ୧୯ ରେ, ଜଷ୍ଟିସ ଗଣେଡ଼ାୱାଲା ଏକ ସେସନ କୋର୍ଟର ଆଦେଶକୁ ସଂଶୋଧନ କରିଥିଲେ। ଏଥିରେ ସେ ୩୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପକ୍ସୋ ଆକ୍ଟ ଅନୁଯାୟୀ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ବ୍ୟକ୍ତି ଜଣକ ୧୨ ବର୍ଷର ବାଳିକାକୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା। ସେ ତାଙ୍କ ରାୟରେ ଦର୍ଶାଇଥିଲେଯେ, ଚର୍ମ-ଚର୍ମ ସମ୍ପର୍କ ହୋଇ ନଥିବାରୁ ଏବଂ ବସ୍ତ୍ର ଉପରେ ବକ୍ଷ ସ୍ପର୍ଶ କରିବା ପୋସ୍କୋ ଆକ୍ଟରେ ଯୌନ ଶୋଷଣ ନୁହେଁ ବୋଲି ରାୟ ଦେଇ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ଜଷ୍ଟିସ ପୁଷ୍ପା ଗଣେଡ଼ିୱାଲା ଏହି ରାୟ ଦେବାବେଳେ କହିଥିଲେ ଯେ, ନାବାଳିକାର ବସ୍ତ୍ର ନକାଢ଼ି ଜଣେ ତା’ର ସ୍ତନକୁ ଛୁଇଁବାକୁ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ଏସ୍ ବୋବଡେଙ୍କ ନେତୃତ୍ୱରେ ଆପେକ୍ସ କୋର୍ଟର ତିନିଜଣିଆ କଲେଜିୟମ୍ ଜଷ୍ଟିସ୍ ଗଣେଦୀୱାଲଙ୍କୁ ବମ୍ବେ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ସୁପାରିଶ କରିଥିଲେ, କିନ୍ତୁ ପରେ ଏହି ଆବେଦନକୁ ରଦ୍ଦ କରିଦେଇଥିବା ଜଣାପଡ଼ିଛି।

“ଚର୍ମ ସହିତ ଚର୍ମ ସମ୍ପର୍କ” ରାୟ ଉପରେ ଜଷ୍ଟିସ ଗଣେଡ଼ାୱାଲାଙ୍କ ଆଦେଶ ବିରୁଦ୍ଧରେ ବେଶ୍ ଜନ ସମାଲୋଚନା ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.