Home Top News ଯିଏ ରାମଙ୍କର ନୁହଁ, ସେ କୋଉ କାମର ନୁହେଁ ..

ଯିଏ ରାମଙ୍କର ନୁହଁ, ସେ କୋଉ କାମର ନୁହେଁ ..

125

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାରାଷ୍ଟ୍ରରେ ବଂଶବାଦ ରାଜନୀତି ତଥା ଠାକରେ ପରିବାରକୁ ଲାଗିଛି ଏକ ବଡ଼ ଝଟକା। ଉଦ୍ଧବଙ୍କ ମେଣ୍ଟ ସରକାର ପତ୍ତନ ପରେ ଶିବସେନା ନାଁ’ ଓ ଧନୁ ତୀର ଚିହ୍ନକୁ ନେଇ ସିନ୍ଦେ ଟିମ୍ ଓ ଉଦ୍ଧବ ଟିମ୍‌ଙ୍କ ମଧ୍ୟରେ ଆଇନଗତ ଲଢ଼େଇ ହୋଇଥିଲା। ମାମଲା ନିର୍ବାଚନ କମିଶନଙ୍କ ପାଖରେ ଅଟକିଥିଲା। ଏହାପରେ ଅକ୍ଟୋବର ୨୦୨୨ରେ ଶିବସେନା ନାଁ’ ଓ ଚିହ୍ନକୁ ସିଜ୍ କରିଦେଇଥିଲେ ନିର୍ବାଚନ କମିଶନ। ମହାରାଷ୍ଟ୍ରରେ ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହେବାର ୮ମାସ ପରେ ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାଁ’ ଓ ଦଳୀୟ ଚିହ୍ନ ଧନୁତୀର ମିଳିଛି। ନିର୍ବାଚନ ଆୟୋଗ ସଂଖ୍ୟା ଗରିଷ୍ଠତା ଗୋଷ୍ଠୀକୁ ଏହାକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ସେହପରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଶିବସେନାର ବାଲାସାହେବ ଠାକରେଙ୍କ ନାଁ’ ଏବଂ ଜ୍ଜ୍ବଳନ୍ତ ମଶାଲକୁ ବ୍ୟବହାର କରି ପାରିବେ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ଇସିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ସିନ୍ଦେ କହିଛନ୍ତି “ସତ୍ୟର ବିଜୟ ହୋଇଛି। ଏହା ହିଁ ଆନନ୍ଦ ଚିନ୍ତାମଣି ଦିଘେ ଓ ବାଲାସାହେବଙ୍କ ଆଦର୍ଶ।” ତେବେ, ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗ ଓ ଏକନାଥଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି। ନିଜ ମାତୋଶ୍ରୀ ବାସଭବନରେ ସମ୍ବାଦିକ ସମ୍ମିଳନୀ କହିଛନ୍ତି, ଇସିସରକାରଙ୍କ ଏଜେଣ୍ଟ ଭଳି କାମ କରୁଛନ୍ତି। ଏହା ଲୋକତନ୍ତ୍ର ପାଇଁ ଘାତକ ହେବ। ପ୍ରଧାନମନ୍ତ୍ରୀ ଲାଲକିଲାରେ ଘୋଷଣା କରିବା ଦରକାର ଯେ, ଦେଶରେ ଲୋକତନ୍ତ୍ର ଶେଷ ହୋଇଛି। ଶିବସେନାକୁ ବାଲାସାହେବ ଠାକରେ ସ୍ଥାପନା କରିଥିଲେ। ତେଣୁ ଉଦ୍ଧବଙ୍କ ଗୋଷ୍ଠୀକୁ ଶିବସେନା ନାଁ ଓ ଧନୁତୀର ଚିହ୍ନ ମିଳିବା ଦରକାର।

ତେବେ, ଏହା ଉପରେ ମନ୍ତବ୍ୟ ଦେଇ ଅମରାବତୀ ସାଂସଦ (ସ୍ୱାଧୀନ) ନବନୀତ କୌର ରାଣା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ଜଣାଇବା ସହ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ୍ କରି କହିଛନ୍ତି, “ଯିଏ ରାମଙ୍କର ନୁହଁ, ଯିଏ ହନୁମାନଙ୍କର ନୁହଁ ସେ କୋଉ କାମର ନୁହଁ ଏବଂ ଧନୁଷ ବାଣ ମଧ୍ୟ ତା’ର ନୁହେଁ। ଉଦ୍ଧବ ଠାକରେଙ୍କୁ ଆଜି ସେହି ଫଳ ମିଳିଛି। ଭୋଳାନାଥ ଏକ ଭଲ ସୁନ୍ଦର ପ୍ରସାଦ ଦେଇଛନ୍ତି। ଜୟ ଭୋଳାନାଥ” !!
-/Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.