Home ଓଡ଼ିଶା ଜିଓ ଫାଇବର ଲଞ୍ଚ ହେଲା : TV ଭିଡ଼ିଓ କଲିଙ୍ଗ ଏବଂ କନ୍ଫ୍ରେସିଂଗ ସହିତ ମିଳିବ...

ଜିଓ ଫାଇବର ଲଞ୍ଚ ହେଲା : TV ଭିଡ଼ିଓ କଲିଙ୍ଗ ଏବଂ କନ୍ଫ୍ରେସିଂଗ ସହିତ ମିଳିବ ଅନେକ ସୁବିଧା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ

902

ଯଦି ଆପଣ ମଧ୍ୟ ଜିଓ ଫାଇବର ନେବାକୁ ଚାହାଁନ୍ତି, ତେବେ ତା’ର ପ୍ଲାନ୍ସ ର ବିଷୟରେ ନିଶ୍ଚିତ ଭାବରେ ଜାଣି ନିଅନ୍ତୁ।
ଆସନ୍ତୁ ଜାଣିବା କ’ଣ ଜିଓ ଫାଇବରର ପ୍ଲାନ୍ସ ଏବଂ କେତେ ଏହାର ମୂଲ୍ୟ
ନୂଆ ଦିଲ୍ଲୀ ୫-୯ (ଓଡ଼ିଆ ପୁଅ) ରିଲାଏନ୍ସ ଜିଓ ଫାଇବର ଆଜି ଅର୍ଥାତ୍ ୫ ସେପ୍ଟେମ୍ବର ୨୦୧୯ ରେ ଲଞ୍ଚ ହୋଇଯାଇଛି। କମ୍ପାନୀର ଚେୟାରମ୍ୟାନ ଏବଂ ମ୍ୟାନେଜିଙ୍ଗ ଡାଇରେକ୍ଟର ମୁକେଶ ଅମ୍ବାନୀ ଏହାକୁ ଲଞ୍ଚ କରିଛନ୍ତି। ଜିଓ ଫାଇବର ନେବାକୁ ଥିବା ଗ୍ରାହକମାନଙ୍କ ପାଇଁ ୱେଲକମ ଅଫର ଅନୁଯାୟୀ ଅନେକ ଫ୍ରିୱିଜ ଦେବାର ଘୋଷଣା କରିଛନ୍ତି। ଯଦି ଆପଣ ମଧ୍ୟ ଜିଓ ଫାଇବର ନେବାକୁ ଚାହାଁନ୍ତି, ତେବେ ତା’ ପ୍ଲାନ୍ସ ବିଷୟରେ ନିଶ୍ଚିତ ଭାବରେ ଜାଣି ନିଅନ୍ତୁ। ଆସନ୍ତୁ ଜାଣିବା କ’ଣ ଜିଓ ଫାଇବର ପ୍ଲାନ୍ସ ଏବଂ କେତେ ତା’ର ମୂଲ୍ୟ

ଜିଓ ଫାଇବରର ପ୍ଲାନ

– ଡାଟା ପ୍ଲାନ 100 Mbps ରୁ ଆରମ୍ଭ ହେବ ଏବଂ 1 Gbps ପର୍ଯ୍ୟନ୍ତ ଯିବ। ଜିଓ ଫାଇବରର 100 Mbps ସ୍ପିଡ ବାଲା ଡାଟା ପ୍ଲାନର ମୂଲ୍ୟ ୬୯୯ ଟଙ୍କା ଅଟେ। ତା’ର ସବୁଠାରୁ ମହଁଙ୍ଗା 1 Gbps ଡାଟା ସ୍ପିଡର ଦାମ୍ ୮,୪୯୯ ଟଙ୍କା ଅଟେ।

– 100 Mbps ଟଙ୍କା ବାଲା ପ୍ଲାନରେ ‘ବ୍ରୋଞ୍ଜ/ସିଲ୍ଭର ପ୍ଲାନ’ ଅଛି। ଏହାର ମୂଲ୍ୟ ୬୯୯ ଟଙ୍କା ଅଟେ ଏବଂ ଏଥିରେ ଆପଣଙ୍କୁ 100 Mbpsର ସ୍ପିଡ ମିଳିବ। ଏହି ପ୍ଲାନରେ 100gb+5gb ଏକ୍ସଟ୍ରା ଡାଟା ମିଳିବ।

– ଏହାର ‘ସିଲଭର ପ୍ଲାନ’ ୮୪୯ ଟଙ୍କା ଅଟେ। ଏଥିରେ ଆପଣଙ୍କୁ 200GB+5GB ଏକ୍ସଟ୍ରା ଡାଟା ମିଳିବ। ସିଲଭର ପ୍ଲାନରେ ମଧ୍ୟ ଆପଣଙ୍କୁ 100Mbps ଙ୍କର ସ୍ପିଡ ମିଳିବ। ଏହି ପ୍ଲାନରେ ମଧ୍ୟ ୟୁଜର୍ସଙ୍କୁ ଫ୍ରି ଭଏସ କଲିଙ୍ଗ ଅଲ ଓଭର ଇଣ୍ଡିଆ, ଟିବି ଭିଡ଼ିଓ କଲିଙ୍ଗ ଏବଂ କନ୍ଫ୍ରେଂସିଙ୍ଗ ହୋମ ନେଟୱାର୍କିଙ୍ଗ ଆଦି ସେବା ମିଳିବ।

– ତା’ ପରେ ଗୋଲ୍ଡ ଏବଂ ଡାଏମଣ୍ଡ ପ୍ଲାନ। ଗୋଲ୍ଡ ପ୍ଲାନରେ 500 Mbps ଙ୍କର ସ୍ପିଡ ମିଳିବ, ଯେତେବେଳେ କି ଡାଏମଣ୍ଡ ପ୍ଲାନ ରେ 500Mbpsର ସ୍ପିଡ ମିଳିବ। ଗୋଲ୍ଡ ପ୍ଲାନରେ ଆପଣଙ୍କୁ 500GB+250GB ଏକ୍ସ୍ଟ୍ରା ଡାଟା ମିଳିବ। ସେହିପରି ଡାଏମଣ୍ଡରେ 1250GB+250GB ଏକ୍ସଟ୍ରା ଡାଟା ମିଳିବ। ଗୋଲ୍ଡ ପ୍ଲାନର ମୂଲ୍ୟ ୧,୨୯୯ ଟଙ୍କା ଏବଂ ଡାଇମଣ୍ଡ ପ୍ଲାନର ଦାମ୍ ୨,୪୯୯ ଟଙ୍କା ଅଟେ। ଗୋଲ୍ଡ ପ୍ଲାନରେ ମଧ୍ୟ ୟୁଜର୍ସଙ୍କୁ ଫ୍ରି ଭଏସ କଲିଙ୍ଗ, ସେଟ ଟପ ଭିଡ଼ିଓ କନ୍ଫ୍ରେଂସିଙ୍ଗ ପରି ସର୍ଭିସେସ ମିଳିବ। ଅପରପଟେ ଡାଏମଣ୍ଡ ପ୍ଲାନରେ ମଧ୍ୟ ଅନ୍ୟ ପ୍ଲାନ ପରି ଫ୍ରି କଲିଙ୍ଗ, ଟିଭି ଭିଡ଼ିଓ କଲିଙ୍ଗ, ଗେମିଙ୍ଗ, ହୋମ ନେଟୱାର୍କିଙ୍ଗ ଆଦି ସର୍ଭିସେସ ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.