Home ଓଡ଼ିଶା ସବୁ ପର୍ବ ପର୍ବାଣୀ ହିନ୍ଦୁ ପଞ୍ଜିକା ଅନୁଯାୟୀ,ନବ ବର୍ଷ କାହିଁକି ନୁହେଁ?ଆଦିତ୍ୟ ବାହିନୀ

ସବୁ ପର୍ବ ପର୍ବାଣୀ ହିନ୍ଦୁ ପଞ୍ଜିକା ଅନୁଯାୟୀ,ନବ ବର୍ଷ କାହିଁକି ନୁହେଁ?ଆଦିତ୍ୟ ବାହିନୀ

1475

ଭୁବନେଶ୍ୱର:ଜାନୁୟାରୀ ୧ରେ ନବବର୍ଷ ପାଳନ ଭରତୀୟ ସଂସ୍କୃତିର ପରିପନ୍ଥୀ ନୁହେଁ।ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବ ବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ଓଡ଼ିଆ ନବ ବର୍ଷ ଅଟେ।ତେଣୁ ଏହି ଦିନ ନବ ବର୍ଷ ପାଳନ କରାଯିବ ଉଚିତ ବୋଲି ଆଦିତ୍ୟ ବାହିନୀ ପୁରୀ ନଗର ଶାଖା ପକ୍ଷରୁ କୁହାଯାଇଛି।ମନୋଜ ରଥଙ୍କ ନେତୃତ୍ୱରେ ଏ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଶ୍ରୀ ଜଗନ୍ନାଥ ମନ୍ଦିରରେ ଇଂରାଜୀ ନବବର୍ଷ ପାଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ଏହାକୁ ପ୍ରୋତ୍ସାହିତ କରିବା ଅନୁଚିତ।ବରଂ ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ଦିନ ହିନ୍ଦୁ ନବ ବର୍ଷ ପାରମ୍ପରିକ ରୀତିରେ ଶ୍ରୀ ମନ୍ଦିରରେ ପାଳନ କରାଯିବା ଉଚିତ ବୋଲି ଆଦିତ୍ୟ ବାହିନୀ ପକ୍ଷରୁ କୁହାଯାଇଛି।ଯଦି ହିନ୍ଦୁମାନେ ସମସ୍ତ ପର୍ବ ପର୍ବାଣୀ,ଯାନି ଯାତ୍ରା,ଉତ୍ସବ,ଜନ୍ମଦିନ,ବିବାହ ଏବଂ ଶ୍ରାଦ୍ଧ ଆଦି ହିନ୍ଦୁ ପଞ୍ଜିକାକୁ ଅନୁସରଣ କରି ତିଥି ଅନୁଯାୟୀ ପାଳନ କରୁଛନ୍ତି,ତେବେ ନବ ବର୍ଷ ପାଳନ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ କାହିଁକି ବୋଲି ଆଦିତ୍ୟ ବାହିନୀ ପକ୍ଷରୁ ପ୍ରଶ୍ନ କରାଯାଇଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.