Home ଆନ୍ତର୍ଜାତୀୟ ଆହୁରି କେତେକ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି ଆଇଟି ମନ୍ତ୍ରଣାଳୟ

ଆହୁରି କେତେକ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି ଆଇଟି ମନ୍ତ୍ରଣାଳୟ

357

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ଗାଲୱାନ ଉପତ୍ୟକାରେ ଭାରତ-ଚୀନ୍ ସେନାମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ, ଗତ ମାସରେ ଭାରତ ସରକାର, ଲୋକପ୍ରିୟ ଭିଡିଓ ଆପ୍ ଟିକଟକ୍ ସମେତ ୫୯ ଟି ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏବେ ଚୀନ୍ ସହିତ ଲିଙ୍କ୍ ଥିବା ଅନେକ ଆପ୍ ଉପରେ ଅଂକୁଶ କଷିବାକୁ ଯାଉଛି ଆଇଟି ମନ୍ତ୍ରଣାଳୟ।

ଖବର ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅନେକ ମୋବାଇଲ୍ ଆପ୍‌କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଚାଇନା ଆପ୍‌ ଅନ୍ତର୍ଭୁକ୍ତ ବୋଲି ଅଧିକାରୀ ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ, ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ହେଲୋ ଲାଇଟ୍, ଶେୟାରଇଟ୍ ଲାଇଟ୍, ବିଗୋ ଲାଇଟ୍ ଏବଂ ଭିଏଫ୍ୱାଇ ଲାଇଟ୍ ହଟାଯାଇଛି।

ଗତମାସରେ ୫୯ ଆପଗୁଡିକୁବ୍ୟାନ କରିବା ପରେ କେନ୍ଦ୍ର ସରକାର କହିଥିଲେ ଯେ ସେହି ଆପ୍‌ ଗୁଡ଼ିକ “ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା ଏବଂ ନିରାପତ୍ତା ପ୍ରତି କ୍ଷତିକାରକ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.