Home ଓଡ଼ିଶା ରାଜ୍ୟ ସରକାର ମରୁଡ଼ି ପ୍ରସଙ୍ଗ ଭୁଲିଯିବା ଦୁର୍ଭାଗ୍ୟଜନକ ଓ ଅପରିଣାମଦର୍ଶିତାର ପରିଚାୟକ: ବିଜେପି

ରାଜ୍ୟ ସରକାର ମରୁଡ଼ି ପ୍ରସଙ୍ଗ ଭୁଲିଯିବା ଦୁର୍ଭାଗ୍ୟଜନକ ଓ ଅପରିଣାମଦର୍ଶିତାର ପରିଚାୟକ: ବିଜେପି

50

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ଭୟାବହ ମରୁଡ଼ି ସଙ୍ଗେ ସଙ୍ଗେ ଦାନବ ରୂପୀ ବର୍ଷା ଓଡ଼ିଶା ଚାଷୀକୂଳକୁ ସର୍ବଶ୍ୱାନ୍ତ କରିଛି। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ହୋଇଥିବା ମରୁଡ଼ିକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବିଜେପି ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇ ସମଗ୍ର ମରୁଡି ଅଞ୍ଚଳ ଗ୍ରସ୍ତ କରାଯିବା ସହିତ ଦଳ ତରଫରୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ମରୁଡଡ଼ି ଅଞ୍ଚଳ ଘୋଷଣା କରିବା, ରିଲିଫକୋର୍ଡ ଅନୁଯାୟୀ ସହାୟତା ପ୍ରଦାନ କରିବା, ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତି ପୂରଣ ଦେବା, ଭବିଷ୍ୟତ ଫସଲ ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଆଦି ଦାବି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉପସ୍ଥାପିତ କରିଛନ୍ତି। ଧାନ ଓ ଅନ୍ୟାନ୍ୟ ଫସଲ ପାଇଁ ଆବଶ୍ୟକୀୟ ବର୍ଷା ୬୦/୭୦ ଦିନ ଧରି ନହୋଇଥିବା କାରଣରୁ ଚଳିତ ମାତ୍ରାଧିକ ବର୍ଷା ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କର ଉପକାରରେ ଆସିବ ନାହିଁ କି ଫସଲ ଆଉ ହେବ ନାହିଁ। ପଶ୍ଚିମ ଓଡ଼ିଶାର ଗଣପର୍ବ ଅବସରରେ ରାଜ୍ୟ ସରକାର କାଳିଆ ଯୋଜନାରେ ମାତ୍ର ୨୦୦୦ ଦେବା ଧର୍ମକୁ ଆଖିଠାର। ମରୁଡ଼ି ସଂକ୍ରାନ୍ତରେ ବିଧାନସଭା ଗୃହ ବିବୃତିରେ କୌଣସି ଘୋଷଣା କିମ୍ବା ଚାଷୀଙ୍କୁ ସାହାଯ୍ୟକାରୀ ବ୍ୟବସ୍ଥା ଘୋଷଣା ନହେବା ନିନ୍ଦନୀୟ। ଅତିବୃଷ୍ଟିଙ୍କୁ ସରକାର ରାଜ୍ୟ ବିପତି ଘୋଷଣା ବେଳେ ଅନାବୃଷ୍ଟିକୁ ସମ୍ପୂର୍ଣ୍ଣ ଭୁଲିଯିବା ଦୁର୍ଭାଗ୍ୟଜନକ। ମରୁଡ଼ି ସମ୍ପର୍କିତ ଆକଳନ ମଧ୍ୟ ହେଲାନି। ସରକାର ତୁରନ୍ତ ଉଭୟ ଅନାବୃଷ୍ଟି ଓ ଅତିବୃଷ୍ଟିକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ଘୋଷଣାନାମା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବି କରିଛନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା ମନ୍ତ୍ରାଳୟ ଦ୍ୱାରା ରାଜ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶା ଚାଷୀଙ୍କ ମାସିକ ଆୟ ଭାରତବର୍ଷରେ ୨ୟ ସର୍ବନିମ୍ନ ୫୧୧୨ ଟଙ୍କା ହୋଇଥିଲା ବେଳେ ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟ ସରକାର ଯଦି ସହାୟତା ନ କରନ୍ତି ତେବେ କରିବେ କେବେ? ସରକାର ଘୋଷଣା ସର୍ବସ୍ୱ ନହୋଇ ବିପତି ସମୟରେ ଯୁଦ୍ଧକାଳୀନ ସହାୟତା ଚାଷୀ ପାଖରେ ପହଁଚାନ୍ତୁ ବୋଲି ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂ କହିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.