ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ଆଇନକୁ ବିରୋଧ କରୁଥିବା ତିନୋଟି ଆବେଦନର ଶୁଣାଣି କରି ସୋମବାରଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
ପ୍ରଧାନ ବିଚାରପତି ଏସ୍ ବୋଡବେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତିନିଟି ରିଟ୍ ପିଟିସନର ମିଳିତ ଶୁଣାଣି କରିଥିଲେ। କେନ୍ଦ୍ର ସରକାରଙ୍କୁ କୋର୍ଟ ନୋଟିସ୍ ଜାରି କରି ଛଅ ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ କୋର୍ଟ କେନ୍ଦ୍ରକୁ ସମୟ ଦେଇଛନ୍ତି।
ସୂଚନାଯୋଗ୍ୟଯେ, ଡିଏମକେ ସାଂସଦ ତିରୁଚି ଶିବ, ଓକିଲ ମନୋହର ଲାଲ ଶର୍ମା ଏବଂ ଛତିଶଗଡ କିସାନ କଂଗ୍ରେସଙ୍କ ତରଫରୁ ଏହି ଯାଚିକା ଦାଖଲ କରାଯାଇଥିଲା।







