Home ଆନ୍ତର୍ଜାତୀୟ ୟୁଏଇରେ ହେବ ଆଇପିଏଲ: ଅନୁମୋଦନ ଦେଲେ କେନ୍ଦ୍ର ସରକାର

ୟୁଏଇରେ ହେବ ଆଇପିଏଲ: ଅନୁମୋଦନ ଦେଲେ କେନ୍ଦ୍ର ସରକାର

309

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍- ୨୦୨୦) ଆୟୋଜନ କରିବାକୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାରଙ୍କ ଠାରୁ ଆନୁଷ୍ଠାନିକ ଅନୁମୋଦନ ଲାଭ କରିଛି। ଲିଗ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସୋମବାର ଏହି ସୂଚନା ଦେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସର ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଶାରଜାହ, ଦୁବାଇ ଏବଂ ଆବୁଧାବିରେ ଆଇପିଏଲ୍ ଖେଳାଯିବ। ଭାରତରେ କରୋନା ମହାମାରୀ ବୃଦ୍ଧି ହେତୁ ୟୁଏଇରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଉଭୟ ଗୃହ ଏବଂ ବୈଦେଶିକ ମନ୍ତ୍ରଣାଳୟ ଲିଖିତ ଭାବେ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଯେତେବେଳେ ଭାରତର କୌଣସି କ୍ରୀଡ଼ା ସଂଗଠନ ବିଦେଶରେ ଘରୋଇ ଟୁର୍ନାମେଣ୍ଟ ଆୟୋଜନ କରନ୍ତି, ଗୃହ, ବୈଦେଶିକ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟରୁ ଅନୁମୋଦନ ନେବାକୁ ପଡ଼ିଥାଏ। ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସରକାରଙ୍କ ଅନୁମୋଦନ ପାଇବା ପରେ ଆମେ ଏମିରେଟ୍ସ କ୍ରିକେଟ୍ ବୋର୍ଡକୁ ଜଣାଇଛୁ ଏବଂ ଯେହେତୁ ଆମେ ଲିଖିତ ଅନୁମୋଦନ ପାଇଛୁ, ଦଳମାନଙ୍କୁ ସୂଚନା ଦିଆଯିବ। ଅଧିକାଂଶ ଦଳ ୨୦ ଅଗଷ୍ଟ ପରେ ୟୁଏଇ ଗସ୍ତ କରିବେ। ଗସ୍ତ କରିବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ଦୁଇଟି ଆରଟି ପିସିଆର ଟେଷ୍ଟ କରିବାକୁ ପଡ଼ିବ।

କରୋନା ଆତଙ୍କ ଭିତରେ ବିସିସିଆଇ ଏବଂ ଆଇପିଏଲ୍ ପ୍ରଶାସନ କ୍ରମାଗତ ଭାବରେ ଏହି ସିଜିନ ପାଇଁ ପ୍ରାୟୋଜକ ଖୁଜୁଛନ୍ତି ଏବଂ ଏଥିରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ୪୪୦ କୋଟି ଟଙ୍କାର ଚୁକ୍ତି ଥିଲା, ଯାହା ଭାରତୀୟ ଏବଂ ଚୀନ୍ ସୈନିକ ମାନଙ୍କ ମଧ୍ୟରେ ସୀମାରେ ହିଂସାତ୍ମକ ସଂଘର୍ଷ ପରେ ଚାଇନାର ଉତ୍ପାଦ ଏବଂ କମ୍ପାନୀଗୁଡ଼ିକୁ ବହିଷ୍କାର କରିବା ଦାବିରେ ଏହି ବର୍ଷ ପାଇଁ ଏହା ବାତିଲ କରାଯାଇଛି। ତେବେ ଏ’ ଭିତରେ ବାବା ରାମଦେବଙ୍କ ପତଞ୍ଜଳି ନୂତନ ଟାଇଟଲ୍ ପ୍ରଯୋଜକ ହେବାକୁ ଆଗ୍ରହ ଦେଖାଇଛନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.