Home ଓଡ଼ିଶା ୧ ଜୁନ୍‌ରୁ ୨୦୦ ଟ୍ରେନ୍ – ଜାରି ହେଲା ସୂଚୀ – ଆସନ୍ତାକାଲିଠାରୁ ବୁକିଂ ଆରମ୍ଭ

୧ ଜୁନ୍‌ରୁ ୨୦୦ ଟ୍ରେନ୍ – ଜାରି ହେଲା ସୂଚୀ – ଆସନ୍ତାକାଲିଠାରୁ ବୁକିଂ ଆରମ୍ଭ

1186

ନୂଆ ଦିଲ୍ଲୀ ୨୦-୫ (ଓଡ଼ିଆ ପୁଅ) : ଜୁନ ୧ ତାରିଖରୁ ଦେଶରେ ଆରମ୍ଭ ହେବ ରେଳ ସେବା। ୨୦୦ଟି ନନ୍ ଏସି ଟ୍ରେନ୍ ଗଡ଼ିବ। ଏଥିପାଇଁ ଭାରତୀୟ ରେଳବାଇ ଏକ ସୂଚୀ ଜାରି କରିଛି। ଏଥିରେ ଓଡ଼ିଶାକୁ କେତେକ ଟ୍ରେନ୍ ଚାଲିବ ବୋଲି ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରୁ
ମୁମ୍ବାଇ-ଭୁବନେଶ୍ବର – କୋଣାର୍କ ଏକ୍ସପ୍ରେସ୍,
ପୁରୀ-ନୂଆଦିଲ୍ଲୀ – ପୁରୁଷୋତ୍ତମ ଏକ୍ସପ୍ରେସ୍
ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ୍
ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍
ହାଓଡ଼ା- ବଡ଼ବିଲ୍ ଜନଶତାବ୍ଦୀ ଟ୍ରେନ୍
ଆସନ୍ତାକାଲି ସକାଳ ୧୦ଟାରୁ ଏହି ଟ୍ରେନଗୁଡ଼ିକ ନିମନ୍ତେ ଟିକେଟ ବୁକିଂ ଆରମ୍ଭ ହେବ। ଏହି ଟ୍ରେନ୍‌ରେ ଯେଉଁମାନଙ୍କୁ କେବଳ କନଫର୍ମ ଟିକେଟ୍ ମିଳିବ ସେହି ଯାତ୍ରୀମାନେ ହିଁ ଯାତ୍ରା କରି ପାରିବେ। ୱେଟିଂ ଟିକେଟ୍ ଯାତ୍ରୀ ଯାତ୍ରା କରିପାରିବେ ନାହିଁ। କେବଳ ଅନଲାଇନ୍‌ ବୁକିଂ ହୋଇ ପାରିବ। ୩୦ ପୂର୍ଭରୁ ଟିକେଟ୍ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.