Home ଓଡ଼ିଶା କୋଭିଡ-19 ଲକଡାଉନ ସମୟରେ ସାଧାରଣ ଲୋକଙ୍କ ପାଇଁ ଚିନି, ଲୁଣ ଓ ଖାଇବା ତେଲ ଯୋଗାଣ...

କୋଭିଡ-19 ଲକଡାଉନ ସମୟରେ ସାଧାରଣ ଲୋକଙ୍କ ପାଇଁ ଚିନି, ଲୁଣ ଓ ଖାଇବା ତେଲ ଯୋଗାଣ ଅବ୍ୟାହତ

1395

ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) କରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ଚିନି, ଲୁଣ ଓ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେପରି ବ୍ୟାହତ ନହୁଏ ସେଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଉଦ୍ୟମ ଜାରି ରହିଛି। ରେଳ ମନ୍ତ୍ରଣାଲୟର ନିଷ୍ପତ୍ତି କ୍ରମେ ଲକଡାଉନ ସମୟରେ ଏସବୁ ସାମଗ୍ରୀର ବୋଝେଇ, ଖଲାସ ଓ ପରିବହନ ନିରନ୍ତର ଚାଲିଛି। ସାଧାରଣ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ମାର୍ଚ୍ଚ 24 ରୁ ଏପ୍ରିଲ 4 ଯାଏ, ଗତ 13 ଦିନ ମଧ୍ୟରେ ଭାରତୀୟ ରେଳବାଇ 1342 ୱାଗନ ଚିନି, 598 ୱାଗନ ଲୁଣ ଓ 378 ୱାଗନ/ଟ୍ୟାଙ୍କ ଖାଇବା ତେଲ ବିଭିନ୍ନ ସ୍ଥାନକୁ ପରିବହନ କରିଛି। ପ୍ରତ୍ୟେକ ୱାଗନରେ 50 ରୁ 60 ଟନ୍ ଏସବୁ ସାମଗ୍ରୀ ରହିଛି। ରେଳବାଇ ପକ୍ଷରୁ ଏହିସବୁ ସାମଗ୍ରୀର ବୋଝେଇ ଓ ଖଲାସ କରିବା ମଧ୍ୟ ନିଜସ୍ୱ ବ୍ୟବସ୍ଥାରେ କରାଯାଇଛି।

ଏହି କାମ ସବୁ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଛି। ମାଲ ପ୍ରେରଣ ଓ ଲକ୍ଷ୍ୟ ସ୍ଥଳରେ ଥିବା ଷ୍ଟେସନଗୁଡିକରେ ବୋଝେଇ ଖଲାସ ତଥା ଅନ୍ୟାନ୍ୟ ଯେଉଁ ସବୁ ସମସ୍ୟା ଥିଲା ସେସବୁର ସମାଧାନ କରାଯାଇଛି। ସାମଗ୍ରୀ ପ୍ରେରଣ ଓ ପରିଚାଳନା କ୍ଷେତ୍ରରେ ଯଦି କେଉଁଠି କିଛି ଅସୁବିଧା ଥାଏ ରେଳବାଇ ସେ ସଂପର୍କରେ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସହଯୋଗରେ ତାହାର ସମାଧାନ କରୁଛି। ସଂକଟର ଏହି ସମୟରେ ସାଧାରଣ ଜନତାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଜନିତ ସମସ୍ୟାରୁ ସୁରକ୍ଷିତ କରିବାକୁ ରେଳବାଇ ଏହି ପଦକ୍ଷେପ ନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.