Home ଆନ୍ତର୍ଜାତୀୟ ଗ୍ଲୋବାଲ୍ ସ୍ମାର୍ଟ ସିଟି ଇଣ୍ଡେକ୍ସରେ ଭାରତୀୟ ସହରର ରାଙ୍କ ହ୍ରାସ, ସିଙ୍ଗାପୁର ଶୀର୍ଷରେ

ଗ୍ଲୋବାଲ୍ ସ୍ମାର୍ଟ ସିଟି ଇଣ୍ଡେକ୍ସରେ ଭାରତୀୟ ସହରର ରାଙ୍କ ହ୍ରାସ, ସିଙ୍ଗାପୁର ଶୀର୍ଷରେ

121

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଓଡ଼ିଆ ପୁଅ) ଚାରୋଟି ଭାରତୀୟ ସହର – ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଏବଂ ବେଙ୍ଗାଲୁରୁ ସ୍ମାର୍ଟ ସିଟିର ବିଶ୍ୱ ତାଲିକାରେ ର୍ୟାଙ୍କ ହ୍ରାସ ଘଟିଛି। ସିଙ୍ଗାପୁର ଶୀର୍ଷରେ ଅଛି।

ସିଙ୍ଗାପୁର ୟୁନିଭରସିଟି ଫର ଟେକ୍ନୋଲୋଜି ଆଣ୍ଡ ଡିଜାଇନ (SUTD) ର ସହଯୋଗରେ ଇନଷ୍ଟିଚ୍ୟୁଟ୍ ଫର୍ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ (IMD) ୨୦୨୦ ସ୍ମାର୍ଟ ସିଟି ଇଣ୍ଡେକ୍ସ ପ୍ରକାଶ କରିଛି, ଯେଉଁଥିରେ COVID-19 ଯୁଗରେ ଟେକ୍ନୋଲୋଜି କିପରି ଭୂମିକା ଗ୍ରହଣ କରୁଛି ସେ ସମ୍ବନ୍ଧରେ ପ୍ରମୁଖ ତଥ୍ୟ ମିଳିଛି।

୨୦୨୦ ସ୍ମାର୍ଟ ସିଟି ଇଣ୍ଡେକ୍ସରେ ହାଇଦ୍ରାବାଦକୁ ୮୫ ତମ ସ୍ଥାନରେ (୨୦୧୯ ରେ ୬୭ତମ ସ୍ଥାନରେ ଥିଲା ), ନୂଆଦିଲ୍ଲୀ ୮୬ ତମ ସ୍ଥାନରେ (୨୦୧୯ ରେ ୬୮ ତମ ସ୍ଥାନରେ ଥିଲା), ମୁମ୍ବାଇ ୯୩ ତମ ସ୍ଥାନରେ (୨୦୧୯ ରେ ଏହା ୭୮ ତମ ସ୍ଥାନରେ ଥିଲା) ଏବଂ ବେଙ୍ଗାଲୁରୁ ୯୫ ତମ ସ୍ଥାନରେ (୨୦୧୯ ରେ ୭୯ ତମ ସ୍ଥାନରେ ଥିଲା)।

“ଭାରତର ସହର ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁର ଚଳିତ ବର୍ଷ ର୍ୟାଙ୍କ ହ୍ରାସ ପାଇଛି। ମହାମାରୀର ଯେଉଁ କ୍ଷତିକାରକ ପ୍ରଭାବ ପଡିଛି ଯେଉଁଠାରେ ବୈଷୟିକ ପ୍ରଗତି ଅତ୍ୟାଧୁନିକ ନୁହେଁ ବୋଲି ଏହା କୁହାଯାଇପାରେ” ବୋଲି ରିପୋର୍ଟରେ କୁହାଯାଇଛି।

ଏହାସହ ଏହା ମଧ୍ୟ କୁହାଯାଇଛି ଯେ “ଭାରତୀୟ ସହରଗୁଡ଼ିକ ପ୍ରସ୍ତୁତ ନ ଥିବାରୁ ମହାମାରୀରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି”।

୨୦୨୦ ସ୍ମାର୍ଟ ସିଟି ଇଣ୍ଡେକ୍ସ (SCI) ସିଙ୍ଗାପୁର ଶୀର୍ଷରେ ରହିଥିବା ବେଳେ, ହେଲସିଙ୍କି ଏବଂ ଜୁରିଚ୍ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ୧୦ ତାଲିକାରେ ଥିବା ଅନ୍ୟମାନେ ଅକଲ୍ୟାଣ୍ଡ (୪ର୍ଥ), ଓସଲୋ (୫ ମ), କେପେନପେଗେନ୍ (ଷଷ୍ଠ), ଜେନେଭା (ସପ୍ତମ), ତାଇପେଇ ସିଟି (ଅଷ୍ଟମ), ଆମଷ୍ଟରଡାମ୍ (୯ମ) ଏବଂ ଦଶମ ସ୍ଥାନରେ ନ୍ୟୁୟର୍କ ଅନ୍ତର୍ଭୁକ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.