Home Top News ଇଂଲଣ୍ଡ ବିପକ୍ଷରେ ଭାରତର ବଡ଼ ବିଜୟ ସିରିଜ୍ ବରାବର, ୮ ରନ୍‌ରେ ବିଜୟ ଲାଭ

ଇଂଲଣ୍ଡ ବିପକ୍ଷରେ ଭାରତର ବଡ଼ ବିଜୟ ସିରିଜ୍ ବରାବର, ୮ ରନ୍‌ରେ ବିଜୟ ଲାଭ

76

ନୂଆ ଦିଲ୍ଲୀ ୧୮ ମାର୍ଚ୍ଚ (ଓଡ଼ିଆ ପୁଅ) ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି -୨୦ ମ୍ୟାଚ୍ ଖେଳାଯାଇଛି। ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ ରେ ପଛୁଆ ଥିଲା। ସିରିଜରେ ରହିବାକୁ ହେଲେ କୌଣସି ପରିସ୍ଥିତିରେ ଏହି ମ୍ୟାଚ୍‌ଜିତିବା ଆବଶ୍ୟକ ଥିଲା। ତେବେ ଆଜିର ମ୍ୟାଚ୍‌ରେ ଭାରତ ୮ ରନ୍‌ରେ ବିଜୟ ଲାଭ କରିଛି। ସାର୍ଦୁଲ ଠାକୁର ୧୭ ତମ ଓଭରର ପ୍ରଥମ ଦୁଇଟି ବଲ୍‌ରେ ଲଗାତାର ଦୁଇଠି ୱିକେଟ୍‌ ନେବା ପରେ ଭାରତୀୟ ଦଳ ହାତକୁ ମ୍ୟାଚ୍‌ ଆସିଥିଲା। ଶେଷ ଦୁଇ ଓଭରରେ ୩୩ ରନ୍‌ର ଆବଶ୍ୟକତା ଥିଲା। ଇଲଣ୍ଡର ସାତଟି ୱିକେଟ୍‌ର ପତନ ହୋଇଥିଲା। ଶେଷ ତିନୋଟି ବଲ୍‌ରେ ୧୨ ରନ୍‌ର ଆବଶ୍ୟକତା ଥିଲା। ମ୍ୟାଚ୍ ବେଶ୍ ରୋମାଞ୍ଚକ ହୋଇଯାଇଥିଲା। ଶେଷ ଓଭରରେ ଦୁଇଟି ୱାଇଡ୍‌ ବଲ୍ ସାର୍ଦୁଲ ଦେଇଥିଲେ। ଶେଷ ଦୁଇଟି ବଲ୍‌ରେ ୯ ରନ୍‌ର ଆବଶ୍ୟକତା ଥିଲା। ଶେଷ ଓଭର ପଞ୍ଚମ ବଲ୍‌ରେ କ୍ରିସ୍‌ଜୋର୍ଡ଼ାନଙ୍କ ୱିକେଟ ନେଇଥିଲେ ସାର୍ଦୁଲ୍‌।

ଭାରତ ତରଫରୁ ହାର୍ଦ୍ଦିକ ପାଣ୍ଡ୍ୟା, ରାହୁଲ ଚହର, ୨ ଟି ଲେଖାଏ ୱିକେଟ୍‌ ନେଇଥିଲେ ସାର୍ଦୁଲ ଠାକୁର ୩ ୱିକେଟ୍‌ ନେଇଥିଲେ। ଭୁବନେଶ୍ୱର କୁମାର ଗୋଟିଏ ୱିକେଟ୍‌ ନେଇଥିଲେ। ଶେଷ ଓଭରରେ ୬ଟି ବଲ୍‌ରେ ୨୩ ରନ୍‌ର ଆବଶ୍ୟକତା ଥିଲା।
ଭାରତ ୮ ୱିକେଟ ହରାଇ ୧୮୫ ରନ୍‌ ସଂଗ୍ରହ କରିଥିଲା। ତେବେ ଇଲଣ୍ଡକୁ ୧୮୬ର ବିଜୟ ଲକ୍ଷ ଦେଇଥିଲା।

ରୋହିତ ଶର୍ମା c & b ଜୋଫ୍ରା ଆର୍ଚର ୧୨ ରନ୍‌ କରିଆଉଟ୍‌ ହୋଇଥିଲେ। ଏଥିରେ ଗୋଟିଏ ଚୈକା ଏବଂ ଗୋଟିଏ ଛକ୍କା ସାମିଲ ଅଛି। କେ.ଏଲ୍ ରାହୁଲ c ଜୋଫ୍ରା ଆର୍ଚର ବୋଲିଂ ବେନ୍ ଷ୍ଟୋକ୍ସ। ୧୭ଟି ବଲ୍‌ଖେଳି କେବଳ ୧୪ ରନ୍‌ କରିଛନ୍ତି। ଏଥିରେ ତାଙ୍କର ୨ଟି ଚୌକା ସାମିଲ୍‌ଅଛି। ସୂର୍ଯ୍ୟକୁମାର ଅର୍ଦ୍ଦଶତକ ମାରିଛନ୍ତି। ଏଥିରେ ସେ ୬ ଟି ଚୌକା ଏବଂ ୨ଟି ଚୌକା ସାମିଲ୍‌ଅଛି। ବିରାଟ କୋହଲି ଷ୍ଟମ୍ପ ଆଉଟ୍‌ହୋଇଥିଲେ ଜୋସ୍ ବଟଲରଙ୍କ ଦ୍ୱାରା ଆଦିଲ ରସିଦଙ୍କ ବଲ୍‌ର ଶିକାର ହୋଇଥିଲେ ବିରାଟ୍‌। ସେ କେବଳ ୧ ରନ୍‌କରି ପାଭିଲିୟନକୁ ଫେରିଥିଲେ।

ଭାରତୀୟ ଦଳରେ ଦୁଇଟି ବଡ଼ ପରିବର୍ତ୍ତନ କରାଯାଇଥିଲା। ଇଶାନ କିଶନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ପରିବର୍ତ୍ତେ ସୂର୍ଯ୍ୟକୁମାର ଯାଦବ, ରାହୁଲ ଚହର ଏକାଦଶ ଖେଳିବାରେ ସ୍ଥାନ ପାଇଥିଲେ। ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ କରାଯାଇନଥିଲା।

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧ ଶତକ ମାରିଛନ୍ତି। ଏହା ହେଉଛି ତାଙ୍କର ଦ୍ୱିତୀୟ ଆନ୍ତର୍ଜାତୀୟ ମ୍ୟାଚ୍ କିନ୍ତୁ ବ୍ୟାଟିଂରେ ଏହା ତାଙ୍କର ପ୍ରଥମ ଇନିଂସ। ସେ ୬ ଟି ଚୌକା ଓ ଦୁଇଟି ଛକା ସହାୟତାରେ ୨୮ ଟି ବଲରେ ଅର୍ଦ୍ଧଶତକ ମାରିଥିଲେ। ସୁର୍ଯ୍ୟକୁମାର ଯାଦବ ଆଦିଲ ରସିଦଙ୍କ ବଲରେ ଚାରି ରନ୍ କରି ୫୦ ରନ୍ ମାର୍କ ଛୁଇଁଥିଲେ। ଅନ୍ତର୍ଜାତୀୟ କ୍ୟାରିୟରରେ ଛକା ମାରି ସୂର୍ଯ୍ୟ ଖାତା ଖୋଲିଥିଲେ। ଦ୍ୱିତୀୟ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନିଜର ଟି -୨୦ ଡେବ୍ୟୁ କରିଥିଲେ। କିନ୍ତୁ ସାହି ମ୍ୟାଚ୍‌ରେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ତେବେ ସେ ୪ର୍ଥ ମ୍ୟାଚ୍‌ରେ ୫୭ ରନ୍‌ କରି କୁରିଆନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହି ମ୍ୟାଚ୍‌ରେ ସେ ୩ଟି ଛକ୍କା ସହ ୬ଟି ଚୌକା ମାରିଛନ୍ତି।

ଦୁଇଟି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ହାରିଯାଇଥିବା ବେଳେ ପାୱାର ପ୍ଲେରେ ସଂଘର୍ଷ କରିଥିଲା, ଯାହା ଦଳର ଅନ୍ତିମ ସ୍କୋରକୁ ପ୍ରଭାବିତ କରିଥିଲାବେଳେ ଉଭୟ ମ୍ୟାଚ୍‌ବ୍ୟାଟ୍ସମ୍ୟାନ୍ (ଶ୍ରେୟସ୍ ଆୟର ଏବଂ ବିରାଟ କୋହଲି) ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ମଧ୍ୟ ଲୋକେଶ ରାହୁଲଙ୍କ ଖରାପ ଫର୍ମରେ ପୀଡିତ, କିନ୍ତୁ କୋହଲି ସ୍ପଷ୍ଟ କରିଛନ୍ତି ଯେ କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ୍ ତଥା ରୋହିତ ଶର୍ମା ଓପନିଂ ଯୋଡି ଭାବରେ ତାଙ୍କର ପ୍ରାଥମିକତା।

ସ୍କୋର କାର୍ଡ଼
ବ୍ୟାଟ୍ସମ୍ୟାନ୍‌ ରନ୍‌, ବଲ୍‌, S/R ଚୌକା ଛକ୍କା
ରୋହିତ ଶର୍ମା c & b ଜୋଫ୍ରା ଆର୍ଚ୍ଚର ୧୨ ୧୨ ୧୦୦.୦୦ ୧ ୧
କେ.ଏଲ୍ ରାହୁଲ c ଜୋଫ୍ରା ଆର୍ଚ୍ଚର ବେନ୍ ଷ୍ଟୋକ୍ସ ୧୪ ୧୭ ୮୨.୩୫ ୨ ୦
ସୂର୍ଯ୍ୟକୁମାର ଯାଦବ c ଡାଭିଡ ମାଲାନ ବି ସାମ କୁରାନ ୫୭ ୩୧ ୧୮୩.୮୭ ୬ ୩
ବିରାଟ କୋହଲି ଷ୍ଟମ୍ପ ଜୋସ୍ ବଟଲର ବି ଆଦିଲ ରସିଦ ୧ ୫ ୨୦.୦୦ ୦ ୦
ଋଷଭ ପନ୍ତ ବୋଲ୍ଡ ଜୋଫ୍ରା ଆର୍ଚ୍ଚର ୩୦ ୨୩ ୧୩୦.୪୩ ୪ ୦
ଶ୍ରେୟସ୍ ଆୟର c ଡେଭିଡ୍ ମାଲାନ୍ ବି ଜୋଫ୍ରା ଆର୍ଚ୍ଚର ୩୭ ୧୮ ୨୦୫.୫୫ ୫ ୧
ହାର୍ଦିକ ପାଣ୍ଡ୍ୟା c ବେନ୍ ଷ୍ଟୋକ୍ସ b ମାର୍କ ଉଡ଼ ୧୧ ୮ ୧୩୭.୫୦ ୦ ୧
ଶାର୍ଦ୍ଦୁଲ ଠାକୁର ଅପରାଜିତ ୧୦ ୪ ୨୫୦.୦୦ ୨ ୦
ୱାଶିଂଟନ୍ ସୁନ୍ଦର ଆଦିଲ ରସିଦ ବି ଜୋଫ୍ରା ଆର୍ଚର ୪ ୨ ୨୦୦.୦୦ ୧ ୦
ଭୁବନେଶ୍ୱର ନଟ ଆଉଟ୍ ୦ ୦ ୦.୦୦ ୦ ୦
ୱିକେଟ୍ ପତନ
୧-୨୧, (ରୋହିତ ଶର୍ମା, ୩.୪) ୨-୬୩, (କେ.ଏଲ୍ ରାହୁଲ, ୭.୪) ୩-୭୦, (ବିରାଟ କୋହଲି, ୮.୪) ୪-୧୧୦, (ସୂର୍ଯ୍ୟକୁମାର ଯାଦବ, ୧୩.୨) ୫-୧୪୪, (ଋଷଭ ପନ୍ତ, ୧୬.୨) ୬–୧୭୦, (ହାର୍ଦ୍ଦିକ ପାଣ୍ଡ୍ୟା, ୧୮.୫) ୭–୧୭୪, (ଶ୍ରେୟସ୍ ଆୟର୍, ୧୯.୧) ୮–୧୭୯, (ୱାଶିଂଟନ୍ ସୁନ୍ଦର, ୧୯.୪)
ଇଂଲଣ୍ଡ ବୋଲିଂ
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଆଦିଲ୍ ରଶିଦ୍ ୪ ୩୯ ୧ ୯.୭୫ ୮ ୧
ଜୋଫ୍ରା ଆର୍ଚ୍ଚର ୪ ୩୩ ୪ ୮.୨୫ ୧୦ ୦
ମାର୍କ ଉଡ୍‌ ୪ ୨୫ ୧ ୬.୨୫ ୧୪ ୧
କ୍ରିସ୍ ଜୋର୍ଡାନ୍ ୪ ୪୧ ୦ ୧୦.୨୫ ୬ ୦
ବେନ୍ ଷ୍ଟୋକ୍ସ ୩ ୨୬ ୧ ୮.୬୬ ୫ ୦
ସାମ୍ କୁରାନ୍ ୧ ୧୬ ୧ ୧୬.୦୦ ୧ ୦
ଇଲଣ୍ଡ ସ୍କୋର
ସ୍କୋର କାର୍ଡ଼
ବ୍ୟାଟ୍ସମ୍ୟାନ୍‌ ରନ୍‌, ବଲ୍‌, S/R ଚୌକା ଛକ୍କା
ଜେସନ ରୟ c ସୂର୍ଯ୍ୟକୁମାର ଯାଦବ b ହାର୍ଦ୍ଦିକ ପାଣ୍ଡ୍ୟା ୪୦ ୨୭ ୧୪୮.୧୪ ୬ ୧
ଜୋସ୍ ବଟଲର୍ (ୱିକେଟ କିପର) c କେଏଲ୍‌ ରାହୁଲ b ଭୁବନେଶ୍ୱର କୁମାର ୯ ୬ ୧୫୦.୦୦ ୦ ୧
ଡେଭିଡ ମଲାନ ବୋଲ୍ଡ ରାହୁଲ ଚହର ୧୪ ୧୭ ୮୨.୩୫ ୦ ୧
ଜନି ବେୟାରଷ୍ଟୋ c ୱାଶିଂଟନ୍ ସୁନ୍ଦର b ରାହୁଲ ଚହର ୨୫ ୧୯ ୧୩୧.୫୭ ୨ ୧
ବେନ୍ ଷ୍ଟୋକ୍ସ c ସୂର୍ଯ୍ୟକୁମାର ଯାଦବ ୱ ଶାର୍ଦ୍ଦୁଲ ଠାକୁର ୪୬ ୨୩ ୨୦୦.୦୦ ୪ ୩
ଇଏନ୍ ମୋର୍ଗାନ୍ (ଅଧିନାୟକ) c ୱାଶିଂଟନ୍ ସୁନ୍ଦର b ଶାର୍ଦୁଲ ଠାକୁର ୪ ୬ ୬୬.୬୬ ୦ ୦

କ୍ରିସ୍ ଜୋର୍ଡାନ୍ c ହାର୍ଦ୍ଦିକ ପାଣ୍ଡ୍ୟା ବି ଶାର୍ଦୁଲ ଠାକୁର ୧୨୯ ୧୩୩.୩୩ ୧ ୦
ଜୋଫ୍ରା ଆର୍ଚ୍ଚର ନଟ୍‌ ଆଉଟ୍‌ ୧୮ ୮ ୨୨୫.୦୦ ୨ ୧
ଆଦିଲ ରସିଦ ନଟ୍‌ ଆଉଟ୍‌ ୦ ୦ ୦.୦୦ ୦ ୦

ୱିକେଟ୍ ପତନ
୧-୧୫, (ଜୋସ୍ ବଟଲର୍, ୨.୫) ୨-୬୦, (ଡେଭିଡ୍ ମାଲାନ୍, ୭.୫) ୩-୬୬, (ଜେସନ୍ ରୟ, ୮.୫) ୪-୧୩୧, (ଜନି ବେୟାରଷ୍ଟୋ, ୧୪.୫) ୫-୧୪୦, (ବେନ୍ ଷ୍ଟୋକ୍ସ, ୧୬.୧) ୬-୧୪୦, (ଇଏନ୍ ମୋର୍ଗାନ୍, ୧୬.୨) ୭-୧୫୩, (ସାମ୍ କୁରାନ୍, ୧୭.୬) (କ୍ରିସ୍ ଜୋର୍ଡାନ୍, ୧୯.୫)

ଭାରତ ବୋଲିଂ
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଭୁବନେଶ୍ୱର କୁମାର ୪ ୩୦ ୧ ୭.୫୦ ୧୨ ୧
ହାର୍ଦ୍ଦିକ ପାଣ୍ଡ୍ୟା ୪ ୧୬ ୨ ୪.୦୦ ୧୩ ୦
ଶାର୍ଦ୍ଦୁଲ ଠାକୁର ୪ ୪୨ ୩ ୧୦.୫୦ ୯୦
ୱାଶିଂଟନ୍ ସୁନ୍ଦର ୪ ୫୨ ୦ ୧୩.୦୦ ୫ ୦
ରାହୁଲ ଚହର ୪ ୩୫ ୨ ୮.୭୫ ୭ ୦

ଭାରତ XI ରୋହିତ ଶର୍ମା, କେ ଏଲ ରାହୁଲ, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଜବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଙ୍ଗଟନ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ରାହୁଲ ଚହର
ଇଂଲଣ୍ଡ ଏକାଦଶ: ଜେ ରୟ, ଜେ ବଟଲର, ଡି ମାଲାନ, ଜେ ବେୟାରଷ୍ଟୋ, ଇ ମୋର୍ଗାନ, ବି ଷ୍ଟୋକ୍ସ, ଏସ କୁରାନ, ଜେ ଆର୍ଚର, ସି ଜୋର୍ଡାନ, ଏ ରସିଦ, ଏମ ଉଡ୍‌

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.